ଏହି ଗାଁରେ ସାପ ସହ ଏକାଠି ରହିଥାନ୍ତି ଗ୍ରାମବାସୀ,ପିଲାଙ୍କ ଖେଳନା ସାପ

ପାଟନା : ବିହାରର ସମସ୍ତିିପୁର ଜିଲ୍ଲାର ସିନ୍ଧିୟା ଅଞ୍ଚଳରେ ଗ୍ରାମବାସୀ ସାପ ସହ ମିଶି ରହିଥାନ୍ତି । ଏଠାରେ ଲୋକଙ୍କ ମଧ୍ୟରେ ସାପ କାମୁଡ଼ିବାର ଭୟ ରହି ନ ଥାଏ । ଏହି ଗ୍ରାମରେ ନାଗପଞ୍ଚମୀ ଅବସରରେ ଗ୍ରାମବାସୀ ସାପ ସହ ମିଶି ଖେଳିଥାନ୍ତି । ଅନେକ ସମୟରେ ସାପ ତାଙ୍କୁ କାମୁଡ଼ି ମଧ୍ୟ ଥାଏ କିନ୍ତୁ ତାଙ୍କର କିଛି କ୍ଷତି ହୋଇ ନ ଥାଏ । ଗ୍ରାମବାସୀଙ୍କ ଅନୁଯାୟୀ ତାଙ୍କ ଉପରେ ମାତା ଭଗବତୀଙ୍କ ଆଶୀର୍ବାଦ ଥିବାରୁ ସାପ କାମୁଡ଼ାର ତାଙ୍କ ଉପରେ କିଛି ପ୍ରଭାବ ପଡ଼ି ନ ଥାଏ ।

rochakpost

ସମସ୍ତିିପୁର ଠାରୁ ୨୩ କିଲୋମିଟର ଦୂରରେ ସିନ୍ଧିଆ ଘାଟ ଗ୍ରାମ ଅବସ୍ଥିତ । ଏଠାରେ ସମସ୍ତଙ୍କ ଘରେ ବିଷଧର ସାପକୁ ପୋଷା କରି ରଖିଥାନ୍ତି । ଦୁନିଆରେ ସବୁଠାରୁ ଅଧିକ ବିଷଧର ସାପ ଭାବରେ ପରିଚିତ ନାଗ ସାପକୁ ଧରି ଗ୍ରାମବାସୀମାନେ ଅନେକ ପ୍ରକାରର ଖେଳ ଦେଖାଇ ଥାଆନ୍ତି । ଏହି ଗ୍ରାମରେ ନାଗପଞ୍ଚମୀ ଦିନ ଶ୍ରଦ୍ଧାଳୁମାନେ ନାଗଦେବତାଙ୍କର ପୂଜା କରିଥାନ୍ତି । ବିଗତ ୩୦୦ ବର୍ଷ ହେଲାଣି ଏହି ଗ୍ରାମର ଲୋକ ସାପଙ୍କ ସହ ଖେଳି ଆସୁଛନ୍ତି ଏବଂ ଏବେ ମଧ୍ୟ ଖେଳ ଦେଖାଉଛନ୍ତି । ଏହି ଗ୍ରାମରେ ସମସ୍ତଙ୍କର ଘରେ ନାଗ ଦେବତାଙ୍କୁ ପୂଜା କରାଯାଇଥାଏ ।

ସମ୍ବନ୍ଧିତ ଖବର