ଏମିତି ଏକ ରୋସ୍ତୋରାଁ ଯେଉଁଠି ଗ୍ରାହକମାନଙ୍କୁ ପରଷା ଯାଏ ସାପର ମାଂସ ଓ ସାପ ରକ୍ତ ମିଶା ୱାଇନ!

ଆଜିକାଲି ଲୋକମାନେ ରୋସ୍ତୋରାଁରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ରେସ୍ତୋରାଁରେ ଚିକେନ, ମଟନ କିମ୍ବା ଅନ୍ୟ କୌଣସି ଲୋକପ୍ରିୟ ଖାଦ୍ୟକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ରେସ୍ତୋରାଁରେ ଗ୍ରାହକମାନଙ୍କୁ ସାପର ମାଂସ ପରଷା ଯିବାର କେବେ କଳ୍ପନା କରିନଥିବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ଦେଶ ଅଛି ଯେଉଁଠି ସେଠାକାର ରୋସ୍ତୋରାଁରେ ଗ୍ରାହକଙ୍କୁ ଖାଇବା ପାଇଁ ସାପର ମାଂସ ଓ ସାପ ରକ୍ତ ମିଶା ୱାଇନ ପରଷା ଯାଏ। ଏହା ବିଶ୍ୱାସ ଲାଗୁନଥିଲେ ମଧ୍ୟ ଏକଥାଟି ସତ। ଏହି ଦେଶ ହେଉଛି ଭିଏତନାମ।

ଭିଏତନାମର ଉତ୍ତର ଭାଗରେ ଲୋକଙ୍କ ମଧ୍ୟରେ ବିଷାକ୍ତ ସାପକୁ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମାନନ୍ତି। ଏଠାକାର ରୋସ୍ତୋରାଁରେ ଗ୍ରାହକମାନଙ୍କୁ ସାପର ମାଂସ ଓ ସାପ ରକ୍ତ ମିଶା ୱାଇନ ପରଷା ଯାଇଥାଏ।

ଗରମରୁ ଆଶ୍ୱସ୍ଥି ଦିଏ ସାପର ମାଂସ : ଏହି ସାପର ବିଷକୁ ଚାଉଳରେ ତିଆରି ହୋଇଥିବା ମଦ ସହିତ ମଧ୍ୟ ବ୍ୟବହାର କରାଯାଏ। ଏହା ବ୍ୟତୀତ ସାପର ରକ୍ତକୁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ପ୍ରୟୋଗ କରାଯାଏ। ସାପର ବିଷକୁ ଖାଇବା ପଛରେ ମାନ୍ୟତା ଏହା ଯେ, ଏହା ଗରମରୁ ଆଶ୍ୱସ୍ଥି ଦେଇଥାଏ ଓ ପ୍ରବଳ ମୁଣ୍ଡବ୍ୟଥାରୁ ଆରାମ ଦେଇଥାଏ। ରେସ୍ତୋରାଁରେ ଏହି ସାପକୁ ଫ୍ରାଏ କରି କିମ୍ବା ବାମ୍ଫରେ ରୋଷେଇ କରି ଭିନ୍ନ ଭିନ୍ନ କିସମର ମସଲା ସହିତ ଲୋକଙ୍କୁ ପରଷାଯାଏ।

ନପୁଂସକତାର ଅଭିଯୋଗ ଆସିପାରେ : ରେସ୍ତୋରାଁ ମାଲିକ କହିବାନୁସାରେ, ସାପ ରକ୍ତ ମିଶା ୱାଇନ୍‌ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଭଲ। କମ୍‌ ବୟସରେ ଏହି ୱାଇନକୁ ପିଇବା ଦ୍ୱାରା ନପୁସଂକତାର ଅଭିଯୋଗ ଆସିପାରେ।

ସମ୍ବନ୍ଧିତ ଖବର