ନୈନିତାଲ ଯାଉଛନ୍ତି ତ, ଦେଖନ୍ତୁ ଏସବୁ ସ୍ଥାନ

ଉତ୍ତାରଖଣ୍ଡରେ ଅନେକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ରହିଛି। ଏହି ରାଜ୍ୟର ପ୍ରାକୃତିକ ଶୋଭା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ରାଜ୍ୟର ହରିଦ୍ୱାର,ଋଷିକେଶ,ମନାଲୀ ଆଦି ସ୍ଥାନ ବେଶ ଲୋକପ୍ରିୟ। ଠିକ୍‌ ସେହିପରି ଆଉ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହେଉଛି ନୈନିତାଲ, ଯାହା ପର୍ଯ୍ୟଟକଙ୍କୁ ମଧ୍ୟ ପ୍ରଲୁବ୍ଧ କରିଥାଏ। ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୧୯୪୦ ମିଟର ଉଚ୍ଚରେ ଅବସ୍ଥିତ । ଏହାର ଚାରିପଟେ ସାତଟି ପାହାଡ ରହିଛି । ସ୍ୱାଧୀନତା ପୂର୍ବରୁ ନୈନିତାଲ ବ୍ରିଟିଶ ଶାସନ କାଳରେ ୟୁନାଇଟେଡ୍‌ ପ୍ରଦେଶ ଏବଂ ଉତ୍ତର ପ୍ରଦେଶର ଗ୍ରୀଷ୍ମକାଳୀନ ରାଜଧାନୀ ଥିଲା । ଐତିହାସିକ ଦୃଷ୍ଟିରୁ ‘ନୈନିତାଲ’ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ।

ନୈନିତାଲରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ଏସବୁ ନ ଦେଖିଲେ ଆପଣଙ୍କ ନୈନିତାଲ ଭ୍ରମଣ ଅଧୁରା ରହିଯିବ।‘ଚାଇନା ପିକ୍‌’ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ।ଏହା ହେଉଛି ନୈନିତାଲର ସବୁଠୁଁ ଉଚ୍ଚ ପାହାଡ଼ । ଏହା ଉପରୁ ହିମାଳୟର ଉଚ୍ଚା ଉଚ୍ଚା ଶୃଙ୍ଗକୁ ଦେଖି ହୁଏ । ନୈନିତାଲ ସହରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅବସ୍ଥିତ ‘ଚାଇନା ପିକ୍‌’ରେ ପର୍ଯ୍ୟଟକମାନେ ଟ୍ରେକିଂର ରୋମାଞ୍ଚକର ଅନୁଭୂତି ନେଇପାରିବେ । ଏଠାରେ ଲମ୍ବା ଲମ୍ବା ଗଛ ଓ ପକ୍ଷୀମାନଙ୍କ ସ୍ୱର ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଏହା ସର୍ବଦା ବରଫ ଦ୍ୱାରା ଆଚ୍ଛାଦିତ ଥାଏ ।

photo-bharatonline.com

ସଂପୂର୍ଣ୍ଣ ବରଫରେ ଆଚ୍ଛାଦିତ ପର୍ଯ୍ୟଟନ ସ୍ଥଳ ହେଲା ‘ ସ୍ନୋଭ୍ୟୁ’ । ଏହା ମଧ୍ୟ ଏକ ପର୍ବତ, ଯାହା ସମୁଦ୍ରପତ୍ତନଠାରୁ ପ୍ରାୟ ୨୨୭୦ ମିଟର ଉଚ୍ଚରେ ଅବସ୍ଥିତ । ଏହା ମଧ୍ୟ ଦେଖିବାକୁ ଖୁବ୍‌ ସୁନ୍ଦର ।

photo-allseasonsz.com

ନୈନିତାଲର ଅନ୍ୟଏକ ଲୋକପ୍ରିୟ ପାହାଡ଼ ହେଲା ‘ଟିଫିନ୍‌ ଟପ୍‌’, ଯାହା ସହରଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏହା ଉପରୁ ନୈନିତାଲର ଦୃଶ୍ୟ ସହଜରେ ଦେଖି ହୁଏ । ନୈନିତାଲଠାରୁ ପ୍ରାୟ ଏଗାର କିଲୋମିଟର ଦୂରରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳ ହେଲା -ଉବାଲୀ, ଏହାର ଉଚ୍ଚତା ୧,୭୦୬ ମିଟର । ଏଠାରେ କେବଳ ଫଳ ବଗିଚା ଦେଖିବାକୁ ଲୋକେ ଏଠାକୁ ଆସିଥାନ୍ତି। ଏହି କାରଣରୁ ଏଠାରେ ବିଭିନ୍ନ ପ୍ରକାରର ଫଳ ମିଳେ । ଏଠାରେ କଫ୍‌ ଏଡ୍‌ ବର୍ଡଙ୍କ ନାଆଁରେ ଟିବି ସେନେଟେରିୟମ୍‌ ନିର୍ମିତ ହୋଇଛି । ଏହା ମଧ୍ୟ ଏହି ଅଞ୍ଚଳର ଏକ ବିଶେଷ ପର୍ଯ୍ୟଟନ ସ୍ଥଳୀ। ଏହାର ଶାନ୍ତ ପରିବେଶ ଓ ପ୍ରଦୂଷଣ ଜଳବାୟୁ ପର୍ଯ୍ୟଟକଙ୍କୁ ଖୁବ୍‌ ସୁହାଇ ଥାଏ ।

ଦିଲ୍ଲୀ, ବରେଲୀ , ଆଲ୍‌ଗୋଡା ଓ ରାନିଖେତ୍‌ ଇତ୍ୟାଦି ସ୍ଥାନରୁ ସିଧାସଳଖ ବସ୍‌ ଯୋଗେ ଆପଣ ସଡକ ମାଟିରେ ନୈନିତାଲରେ ପହଞ୍ଚିପାରିବେ । ନୈନିତାଲରେ ରେଳ ଷ୍ଟେସନ ନାହିଁ । ଏହାର ନିକଟତମ ରେଳଷ୍ଟେସନ ହେଲା କାଠ ଗୋଦାମ ରେଳ ଷ୍ଟେସନ, ଯାହାର ଦୂରତା ନୈନିତାଲ ଠାରୁ ପ୍ରାୟ ୩୫ କିଲୋମିଟର ।‘ନୈନିତାଲ’ରେ ରହିବା ପାଇଁ ବିଭିନ୍ନ ସ୍ତରର ହୋଟେଲ୍‌ ଓ ଗେଷ୍ଟ୍‍ହାଉସ୍‌ ରହିଛି । ଏପ୍ରିଲ୍‌ରୁ ଅକ୍ଟୋବର ଯାଏଁ ଆସିବାର ଏଠାକୁ ଉପଯୁକ୍ତ ସମୟ ।

ସମ୍ବନ୍ଧିତ ଖବର