ଖୁସି ରହିବାକୁ ଚାହୁଁଥିଲେ ‘ଫେସ୍‌ବୁକ୍‌’ ରେ ଦିନକୁ ୨୨ ମିନିଟ୍‌ ଓ ଇନଷ୍ଟାଗ୍ରାମରେ ୨୬ ମିନିଟରୁ ଅଧିକ ସମୟ ଦିଅନ୍ତୁ ନାହିଁ:ଗବେଷଣା

ସ୍ମାର୍ଟଫୋନ୍‌ ଉପଭୋକ୍ତାମାନେ ତାଙ୍କର ମୋବାଇଲ୍‌ରେ ଯେଉଁ ସବୁ ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି, ତାହା ବ୍ୟକ୍ତିକୁ ଖୁସି ଦେଉଛି ନା ନିରାଶା ଓ ଅବସାଦ ଆଡ଼କୁ ଟାଣିନେଉଛି ତାହା ଜାଣିବାକୁ ଯାଇ ମୋବାଇଲ୍‌ ଆପ୍‌ସର ମନିଟରିଙ୍ଗ୍‌ କରୁଥିବା ସଂସ୍ଥା ‘ମୋମେଣ୍ଟ୍‌’ ୨ ଲକ୍ଷରୁ ଅଧିକ ମୋବାଇଲ୍‌ ଉପଭୋକ୍ତାଙ୍କୁ ନେଇ ଏକ ଗବେଷଣା କରିଥିଲା। ତେବେ ଏହି ସର୍ଭେରୁ ଜଣାଯାଇଛି କି ବର୍ତ୍ତମାନ ସମୟରେ ବ୍ୟକ୍ତି ତାହାର ଆବଶ୍ୟକତା ଠାରୁ ବି ଅଧିକ ୩ ଗୁଣା ସମୟ ସୋସିଆଲ୍‌ ମିଡ଼ିଆରେ ତଥା ତାହାର ମୋବାଇଲ୍‌ ଆପ୍ଲିକେସନ୍‌ ସହିତ ବିତାଉଛି। ଏହା ବ୍ୟକ୍ତିର ନିରାଶା ଓ ଅବସାଦର କାରଣ ବନୁଛି। ତେବେ ସେ ଏହାର ଉଦାହରଣ ଦେବା ଉଦ୍ଦେଶ୍ୟରେ କହିଛନ୍ତି କି ବ୍ୟକ୍ତିକୁ ଦୈନିକ ‘ଫେସ୍‌ବୁକ୍‌’ରେ ୨୨ ମିନିଟ୍‌ର ସମୟ ଦେବା ଉଚିତ୍‌। ତେଣୁ ଏତିକି ସମୟ ବିତାଇବା ଯୋଗୁଁ ‘ଫେସ୍‌ବୁକ୍‌’ ବ୍ୟକ୍ତିିକୁ ମନୋରଂଜନର ଖୁସି ଦେଇଥାଏ। ହେଲେ ଉପଭୋକ୍ତା ସୋସିଆଲ୍‌ ସାଇଟ୍‌ରେ ତାହାର ସମୟ ୧ଘଣ୍ଟାରୁ ବି ଅଧିକ ଦେଉଛି,ଯାହାକି ତାଙ୍କର ନିରାଶାର କାରଣ ବନୁଛି।

ଚାଲନ୍ତୁ ଜାଣିବା ଏହି ଗବେଷଣାରେ କୁହାଯାଇଥିବା ୫ଟି ଗୁରତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ !…..

୧- ସାଧାରଣତଃ ବ୍ୟକ୍ତିକୁ ଦୈନିକ ୨୬ ମିନିଟ୍‌ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବା ଉଚିତ ହୋଇଥିବା ବେଳେ ବ୍ୟକ୍ତି କିନ୍ତୁ ଏଥିରେ ୫୪ ମିନିଟ୍‌ରୁ ଅଧିକ ସମୟ ବିତାଉଛି। ଏହିଭଳି ଭାବେ ଟ୍ଵିଟର୍‌ରେ ବ୍ୟକ୍ତି ୧୮ ମିନିଟ୍‌ ପରିବର୍ତ୍ତେ ୫୦ ଏବଂ ୟୁଟ୍ୟୁବ୍‌ରେ ୩୫ ମିନିଟ୍‌ ପରିବର୍ତ୍ତେ ୭୦ ମିନିଟ୍‌ର ସମୟ ଦେଉଥିବା ଏହି ଗବେଷଣାରୁ ଜଣାପଡ଼ିଛି।

Forbes

୨-ତେବେ ସୁବୁଠୁ ଖାସ୍‌ କଥା ହେଉଛି, ପାଗ, ମ୍ୟୁଜିକ୍‌ ଏବଂ ଫିଟ୍‌ନେସ୍‌ ସହିତ ଜଡ଼ିତ ଆପ୍‌ସ ବ୍ୟକ୍ତିକୁ ସବୁଠୁ ଅଧିକ ଖୁସି ଦେଇଥାଏ। ଏହି ଆପ୍‌ସର ବ୍ୟବହାର ଯୋଗୁଁ ୯୯ ପ୍ରତିଶତ ଉପଭୋକ୍ତା ଖୁସି ରହିଥାଆନ୍ତି ବୋଲି ଏହି ସର୍ଭେରେ କୁହାଯାଇଛି।

୩-ତେବେ ଉପଭୋକ୍ତାଙ୍କୁ ସବୁଠୁ ବେଶୀ ଖୁସି ପ୍ରଦାନକାରୀ ଆପ୍‌ସମାନଙ୍କ ମଧ୍ୟରେ କ୍ୟାଣ୍ଡି କ୍ରଶ ସାଗା,ଫେସ୍‌ବୁକ୍‌, ଓ୍ଵି ଚାଟ୍‌,ଟିଣ୍ଡର୍‌,ସବ୍‌ବେ ସର୍ଫ, ଇନ୍‌ଷ୍ଟାଗ୍ରାମ୍‌ ,ସ୍ନାପ୍‌ଚାଟ୍‌ ଆଦି ରହିଛି। ଯେଉଁ କାରଣକୁ ନେଇ ‘ଓ୍ଵି ଚାଟ୍‌’ରେ ଉପଭୋକ୍ତା ସବୁଠୁ ଅଧିକ ସମୟ ତଥା ୯୭ ମିନିଟ୍‌ ଦେଉଛନ୍ତ। ଯେଉଁଠାରେ କି ଫେସ୍‌ବୁକ୍‌ରେ ଉପଭୋକ୍ତା ଗୋଟିଏ ଘଣ୍ଟାରୁ ବି ଅଧିକ ସମୟ ଦେଉଛନ୍ତି।

Fast Company

୪-ଏଥିସହିତ ଏହି ଗବେଷଣାରେ ଏହା ମଧ୍ୟ ଜଣାଯାଇଛି କି ବ୍ୟକ୍ତି ଖୁସି ରଖୁଥିବା ଆପ୍‌ସ ତୁଳନାରେ ଅଧିକ ନିରାଶା ସୃଷ୍ଟି କରୁଥିବା ଆପ୍‌ସର ବ୍ୟବହାର ଆବଶ୍ୟକତା ଠାରୁ ଅଧିକ କରୁଛି।

୫-ତେବେ ଏହି ମୋବାଇଲ୍‌ ଆପ୍‌ସର ମାନିଟରିଙ୍ଗ୍‌ କରୁଥିବା ସଂସ୍ଥା ‘ମୋମେଣ୍ଟ୍‌’ ମଧ୍ୟ ୨ ଲକ୍ଷରୁ ଅଧିକ ସଂଖ୍ୟକ ଆଇଫୋନ୍‌ଧାରୀ କୁ ନେଇ ସର୍ଭେ କରିଥିଲା। ଏହି ଗବେଷଣା ମୁତାବକ୍‌ ଖୁସି ରହିବାକୁ ହେଲେ ବ୍ୟକ୍ତିକୁ ତାହାର ଜୀବନଶୈଳୀରେ ଦୈନିକ ଇନ୍‌ଷ୍ଟାଗ୍ରାମ୍‌ ଲାଗି ୨୬ ମିନିଟ୍‌, କ୍ୟାଣ୍ଡି କ୍ରଶ୍‌ ଲାଗି ୧୨ ମିନିଟ୍‌ରୁ ଅଧିକ ସମୟ ଦେବା ଉଚିତ୍‌ ନୁହେଁ ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର