ଭୁଲ୍‌ରେ ବି ‘ଫେସ୍‌ବୁକ୍‌’ ହେଉ ଅବା ‘ଟ୍ଵିଟର୍‌’ରେ ଏହାକୁ ସେୟାର୍‌ କରନ୍ତୁନି!

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସୋସିଆଲ୍‌ ମିଡ଼ିଆ ଲୋକମାନଙ୍କ ଲାଗି ଯେମିତି ଗୋଟେ ଅଭ୍ୟସ୍ତରେ ପରିଣତ ହେଲାଣି ,ସେହିଭଳି ଭାବରେ ଏହା ମଧ୍ୟ ଆମକୁ ବିପଦ ମୁଖକୁ ଟାଣିନେଉଛି। ଏହାର କାରଣ ହେଉଛି ଏଇଆ ଯେ, ଏହି ସୋସିଆଲ୍‌ ମିଡ଼ିଆ ହିଁ ଦିନକୁ ଦିନ ଲୋକମାନଙ୍କ ଉପରେ ତାହାର ଖରାପ ପ୍ରଭାବ ପକାଇବାରେ ଲାଗିଛି । ଏଥିସହିତ ଫେସ୍‌ବୁକ୍‌ର‘ଚେକ୍‌ ଇନ୍‌’ ସାହାଯ୍ୟରେ ସବୁ ଲୋକ ଏହା ମଧ୍ୟ ଜାଣି ପାରୁଛନ୍ତି ଯେ, ଆପଣ ବର୍ତ୍ତମାନ କେଉଁଠାରେ ରହିଛନ୍ତି। ତେଣିକି ଆପଣଙ୍କୁ ପଛକେ ଏହା ଜଣାନଥାଉ କି ଆପଣଙ୍କ ଗତିବିଧି ଉପରେ କେହି ଜଣେ ନଜର ରଖୁଛି ? ତେଣୁ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ ଫେସ୍‌ବୁକ୍‌ ମାଧ୍ୟମରେ ଏପରି କିଛି ଜିନିଷ ସେୟାର୍‌ ନ କରିବା ବିଷୟରେ ଜଣାଇବୁ!…
ଆସନ୍ତୁ ଜାଣିବା ଫେସ୍‌ବୁକ୍‌ ଓ ଟ୍ଵିଟର୍‌ କ’ଣ ସେୟାର୍‌ କରିବା ଉଚିତ୍‌ ନୁହେଁ
୧-ପ୍ରଥମତଃ ଆପଣ ଆପଣଙ୍କ ଜନ୍ମ ତାରିଖକୁ ସେୟାର୍‌ କରନ୍ତୁ ନାହିଁ:- ଯଦି ଆପଣଙ୍କୁ ଲାଗୁଥାଏ କି ଫେସ୍‌ବୁକ୍‌ ମଧ୍ୟରେ ଆପଣଙ୍କର ଜନ୍ମ ତାରିଖକୁ ଦେବାରେ ଆପଣଙ୍କର କୌଣସି ହେଲେ ବି ସମସ୍ୟା ହେବାର ନାହିଁ ତ,ତେବେ ଆପଣ ସଂପୂର୍ଣ୍ଣ ହିଁ ଭୁଲ୍‌ ଭାବୁଛନ୍ତି। କାରଣ ଏପରି ବହୁତ ଲୋକ ଅଛନ୍ତି,ଯେଉଁମାନେ କି ସେମାନଙ୍କର ଏକରୁ ଅଧିକ ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ଼ ଭାବରେ ଆପଣଙ୍କ ଜନ୍ମ ତାରିଖକୁ ବ୍ୟବହାର କରିଥାଆନ୍ତି।ଏଥିସହିତ ଯେବେ ଆପଣ ଅନ୍‌ଲାଇନ୍‌ରେ ଆପଣଙ୍କର ଜନ୍ମ ତାରିଖ ଦେଇଥା’ନ୍ତି ,ସେତେବେଳ ଆପଣଙ୍କର ଏହି ସୂଚନାଟି ହ୍ୟାକ୍‌ର୍ସକୁ ଅନେକ କିଛି ଫାଇଦା ଯୋଗାଇ ଦେଇଥାଏ।
୨-ଏଥିସହିତ ଆପଣ କେଉଁ ସ୍ଥାନରେ ରହିଛନ୍ତି ତାହାବି ମଧ୍ୟ ଫେସ୍‌ବୁକ୍‌ ମଧ୍ୟରେ ସେୟାର୍‌ କରନ୍ତୁ ନାହିଁ:-କାରଣ ଆପଣ ଆପଣଙ୍କର ବର୍ତ୍ତମାନର ସ୍ଥାନ ବିଷୟରେ ସୋସିଆଲ୍‌ ମିଡ଼ିଆରେ ସେୟାର୍‌ କରିବା ଯୋଗୁଁ ଆପଣଙ୍କୁ କେହି ବି ସମସ୍ୟାରେ ପକାଇପାରନ୍ତି।
୩-ଏହାସହିତ ଆପଣ ଆପଣଙ୍କ ଫୋନ୍‌ ନମ୍ବରକୁ ବି ସୋସିଆଲ୍‌ ସାଇଟ୍‌ରେ ସେୟାର୍‌ କରନ୍ତୁ ନାହିଁ:-ସାଧାରଣତଃ ବର୍ତ୍ତମାନ ପରିସ୍ଥିତିରେ ଫେସ୍‌ବୁକ୍‌ ବ୍ୟକ୍ତିକୁ ନିଜ ନିଜର ଫୋନ୍‌ ନମ୍ବର ଦେବାକୁ ପ୍ରୋତ୍ସାହିତ କରୁଅଛି। ଆଉ ଯଦି ଆପଣ ବି ଏହା କରିବାକୁ ଚାହୁଁଛନ୍ତି ତ,ତେବେ ଆପଣ ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ‘ଓନ୍‌ଲି ମି’ଜରିଆରେ ସୁରକ୍ଷିତ କରି ରଖନ୍ତୁ। ଏହାର କାରଣ ହେଉଛି ଏଇଆ ଯେ,ଏହାଦ୍ୱାରା ଅନ୍ୟ କେହି ବ୍ୟକ୍ତି ଆପଣଙ୍କର ମୋବାଇଲ୍‌ ନମ୍ବର ଜାଣିପାରିଥାଏ!


୪-ଏତଦ୍‌ବ୍ୟତୀତ ଆପଣ ଆପାଣଙ୍କର ଠିକଣା ବି ଏଥିରେ ସେୟାର୍‌ କରନ୍ତୁ ନାହିଁ:- ଆପଣ ଯଦି ସୋସିଆଲ୍‌ ମିଡ଼ିଆରେ ନିଜର ଠିକଣା ଦେଉଥା’ନ୍ତି ତ,ତେବେ ପର ମୂହୁର୍ତ୍ତରେ ଆପଣ ନିଜେ ହିଁ ନିଜ ପାଇଁ ଗାତ ଖୋଳି ବସନ୍ତି। କାରଣ ଏହାଦ୍ୱାରା ଯେ କୌଣସି ବ୍ୟକ୍ତିି ମଧ୍ୟ ଆପଣଙ୍କ ଠିକଣାକୁ ନୋଟ୍‌ କରି ଆପଣଙ୍କ ପାଖରେ ପହଞ୍ଚି ଯାଇଥାଏ।
୫-ଏହାସହିତ ଆପଣ କେବେବି ଆପଣଙ୍କର ଛୁଟି ଯୋଜନା ବିଷୟରେ ଫେସ୍‌ବୁକ୍‌ରେ ସେୟାର୍‌ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର