ସୋସିଆଲ୍‌ ମିଡିଆ ଯୋଗୁ ୪ ବର୍ଷ ତଳୁ ଘରୁ ପଳାଇଥିବା ଭଉଣୀକୁ ଖୋଜି ପାଇଲେ ଭାଇ

ବଲେରି: ସୋସିଆଲ୍‌ ମିଡ଼ିଆର ଅନେକ ଖରାପ ଦିଗ ଆମେ ଦେଖିଛେ। ମାତ୍ର ଏହାର ଏକ ଭଲ ଦିଗ ବି ଅଛି ବୋଲି ଆପଣ ହୁଏତ ଅସ୍ବୀକାର କରିପାରିବେ ନାହିଁ। ଏହି ସୋସିଆଲ୍‌ ମିିଡିଆ ଜଣେ ଭାଇକୁ ତାର ହଜି ଯାଇଥିବା ଭଉଣୀ ସହ ମିଳାଇ ପାରିଛି। ଏଭଳି  ଘଟଣାଟିଏ ସାମ୍ନାକୁ ଆସିବ‌ା ପରେ ‌ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଜାଣିବାକୁ ମିଳିଛି ଯେ ପ୍ରସନ୍ନ ଜୋଶୀ ନାମକ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଗତ ୨୦୧୬ ମସିହାରେ ତାଙ୍କ ଭଉଣୀଙ୍କ ଠାରୁ ଅଲଗା ହୋଇ ଥିଲେ। ଦୀର୍ଘ ୪ ବର୍ଷ ପରେ ପୁଣି ଥରେ ଭଉଣୀଙ୍କୁ ଫେରି ପାଇବାରୁ ତାଙ୍କ ଖୁସିର ସୀମା ନାହିଁ।

୪ ବର୍ଷ ତଳେ ପ୍ରସନ୍ନଙ୍କ ଭଉଣୀ ସୁପ୍ରିୟା ନିଜ ବାହାଘର ସଂପର୍କିତ ଏକ କଥାକୁ ନେଇ ପ୍ରସନ୍ନଙ୍କ ସହ ଝଗଡ଼ା କରି ଘର ଛାଡ଼ି ପଳାଇ ଯାଇଥିଲେ। ମହାରାଷ୍ଟ୍ରର ଲାଟୁରଠାରୁ ନିଖ‌ୋଜ ହୋଇଥିବା ସୁପ୍ରିୟା ନିକଟରେ ବଲେରିିରୁ ମିଳିଛନ୍ତି।

New Indian Express

ପୂର୍ବରୁ ପ୍ରସନ୍ନ ନିଜ ଭଉଣୀକୁ ଖେଜିବାକୁ ବହୁତ ଚେଷ୍ଟା କରିଛନ୍ତି। ଶେଷରେ କରୋନା ଭାଇରସ୍‌ ପାଇଁ ଚାଲିଥିବା ଗଣ ଟେଷ୍ଟିଂ ହେତୁ ପ୍ରସନ୍ନ ନିଜ ଭଉଣୀ ସୁପ୍ରିୟାଙ୍କୁ ପାଇବାରେ ସଫଳ ହୋଇଛନ୍ତି।

ଜାଣିବାକୁ ମିଳିଛି ଯେ ମାର୍ଚ ମାସରେ ବଲେରିର ଜିଲ୍ଲା ପ୍ରଶାସନ କରୋନା ଟେଷ୍ଟିଂ କରିିବା ବେଳେ ସୁପ୍ରିୟାଙ୍କ ପାଇଥିଲା। ସୁପ୍ରିୟାଙ୍କର ସାମାନ୍ୟ ମାନସିକ ବିକୃତି ଲକ୍ଷ୍ୟ କରିବା ପରେ ତାଙ୍କୁ କରୋନା ଟେଷ୍ଟିଂ ପରେ ଚିକିତ୍ସା ପାଇଁ ବିଜୟ ନଗର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା ଜିଲ୍ଲା ପ୍ରଶାସନ।

କିଛି ଦିନ ଚିକିତ୍ସା ପରେ ଜିଲ୍ଲା ପ୍ରଶାସନ ସୁପ୍ରିୟାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲା। ନିଜ ଭଉଣୀର ଫଟୋ ଦେଖି ଦିଆ ଯାଇଥିବା ନମ୍ବରରେ ଫୋନ୍‌ କରି ନେବାକୁ ପହଞ୍ଚିଥିଲେ ଦୀର୍ଘ ଦିନ ଧରି ଭଉଣୀକୁ ଝୁରି ‌ହେଉଥିବା ଭାଇ ପ୍ରସନ୍ନ। ଉଭୟ ଉଭୟଙ୍କୁ ଦେଖି ଚିହ୍ନି ପାରିଥିଲେ।

ସମ୍ବନ୍ଧିତ ଖବର