ଏଣିକି ଫେସବୁକ୍‌ରେ ଅରୁଚିକର ଶଦ୍ଦ ପୋଷ୍ଟ କଲେ ୟୁଜରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ!

ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ପରିଚିତ ଫେସବୁକ ଲଗାତର ନିଜ ପଲିସିରେ ପରିବର୍ତ୍ତନ ଆଣୁଛି । ଇତିମଧ୍ୟରେ ଫେସବୁକ୍ ଏଭଳି ଏକ ପଦକ୍ଷେପ ନେଇଛି, ଯାହାପରେ ଫେସବୁକରେ କୌଣସି ଦେବାଦେବୀ, ଆଜାଦ୍ କାଶ୍ମୀର, ଜାତୀୟ ପତାକାକୁ ଅବମାନନା କଲା ଭଳି କମେଂଟ କିମ୍ବା କୌଣସି ଅରୁଚିକର ତଥା ଉସକାଇଲା ଭଳି ବିବାଦୀୟ କମେଂଟ କରିବା ଦ୍ୱାରା ୟୁଜରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଫେସବୁକ୍ ପେଜରେ ୟୁଜର ଲେଖିପାରିବେନି ଏହି ଶଦ୍ଦ

ଗୋଟିଏ ପଟରେ ଲୋକସଭା ନିର୍ବାଚନକୁ ନେଇ ସାରା ଦେଶ ସରଗରମ ହୋଇଉଠିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଗୁଜବ ଖେଳାଯାଉଛି । ଯାହାକୁ ଦୃଷ୍ଟିରେ ରଖି ଫେସବୁକ ନିଜ ପଲିସିରେ ପରିବର୍ତ୍ତନ ଆଣିଛି । ଯାହାଦ୍ୱାରା ୟୁଜର୍ସଙ୍କୁ କୌଣସି ବି ପୋଷ୍ଟ କିମ୍ବା ଫଟୋ ତଥା କମେଂଟ କରିବା ପୂର୍ବରୁ ହଜାର ଥର ଭାବିବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏଭଳି ପରିସ୍ଥିତିରେ ଫେସବୁକ ନିଜ ପଲିସିରେ କିଛି ପରିବର୍ତ୍ତନ ଆଣିଛି । ଯାହାଦ୍ୱାରା ଆଜାଦ୍ କାଶ୍ମୀର ଭଳି ଶଦ୍ଦ ଲେଖିବା ଦ୍ୱାରା ୟୁଜରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାଲି ଏତିକି ନୁହେଁ, କୌଣସି ଧାର୍ମିକ ତଥା ଆସ୍ଥାକୁ ନେଇ ବିବାଦୀୟ କମେଂଟ କଲେ, କାହାର ଜାତିକୁ ନେଇ ବିବାଦୀୟ କମେଂଟ କଲେ କିମ୍ବା ତ୍ରିରଙ୍ଗାକୁ ନେଇ ଅପମାନସୂଚକ କମେଂଟ କିମ୍ବା ବିବାଦୀୟ ମନ୍ତବ୍ୟ ଦେବା ଦ୍ୱାରା ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଭାରତରେ ଫେସବୁକ ଏସମସ୍ତଙ୍କୁ Illegal at regional level ପରିସରରେ ରଖିଛି ।

କଟେଂଟ ପଲିସି ପାଇଁ ପ୍ରସ୍ତୁତ ହୋଇଛି ୧୫୦୦୦ ଜଣିଆ ଟିମ୍

ଏଠାରେ ଆମେ କହି ରଖୁଛି କି, ନିକଟରେ ଫେସବୁକ୍ ବିରୋଧରେ ଅନେକ ଅଭିଯୋଗ ଆସିଥିଲା, ଯାହା ଦ୍ୱାରା ଫେସବୁକ୍ ପ୍ରଶ୍ନ ଘେରକୁ ଚାଲିଆସିଥିଲା । ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ ନିଜ ପଲିସିରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହି କାମ ପାଇଁ ଫେସବୁକ୍ ନିକଟରେ ୧୫,୦୦୦ ଫୁଲ ଟାଇମ୍ କନଟ୍ରାକ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତ କରିଛି ଯେଉଁମାନେ କି ନିଷ୍ପତି ନେବେ କି କେଉଁ ପୋଷ୍ଟ ରହିବ ଆଉ କେଉଁ ପୋଷ୍ଟ ଫେସବୁକରେ ରହିବ ନାହିଁ । ଏହାକୁ ଫେସବୁକର ଗ୍ଲୋବାଲ ପଲିସିକୁ ଦୃଷ୍ଟିର ରଖି କରାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଫେସବୁକରେ ଭାବୁକ ହୋଇ କିଛି ପୋଷ୍ଟ କରୁଛନ୍ତି, ଯାହା ଜାତୀୟ ପତାକା କିମ୍ବା କୌଣସି ଦେବାଦେବୀଙ୍କୁ ନେଇ କୌଣସି ବି ପୋଷ୍ଟ କରନ୍ତି ତେବେ ସାବଧାନ ହୋଇଯାଆନ୍ତୁ ନଚେତ୍ ପରିଣାମ ଭୋଗିବାକୁ ପଡିପାରେ ।

ସମ୍ବନ୍ଧିତ ଖବର