ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଅନେକ କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଚାକିରୀ ଛାଡି ନିଜର ବ୍ୟବସାୟ ଆରମ୍ଭ କରି ସଫଳତା ପାଇଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଜଣେ ସପ୍ଟଓ୍ଵୟାର ଇଞ୍ଜିନିୟରଙ୍କୁ ତାଙ୍କ ଚାକିରି ସନ୍ତୋଷଜନକ ଲାଗି ନଥିବାରୁ ସେ ଚାକିରି ଛାଡି ଚା’ ବିକିବାକୁ ବାଧ୍ୟ ହୋଇଛନ୍ତି। ଆଉ ସେ ତାଙ୍କର ଏହି ଚା’ ଠେଲାର ନାମ ‘ଇଞ୍ଜିନିୟର ଚାଓ୍ଵାଲା’ ରଖିଛନ୍ତି।
ଆଇଏଏସ୍ ଅଫିସର ଆୱାନିଶ ଶରଣ୍ ସେୟାର କରିଥିବା ଫଟୋରେ ଏକ ଚା’ର ଠେଲା ଦେଖିବାକୁ ମିଳୁଛି। ଠେଲାର ବୋର୍ଡରେ ବଡ଼ବଡ଼ ଅକ୍ଷରରେ ‘ଇଞ୍ଜିନିୟର ଚାଓ୍ଵାଲା’ ଲେଖାଥିବା ଦେଖିବାକୁ ମିଳୁଛି। ଉକ୍ତ ଚା’ ବିକାଳି ୮ ଟଙ୍କାରେ ଇମ୍ୟୁନିଟି ଚା’ ଏବଂ ମସାଲା ଚା’ ତିଆରି କରି ବିକ୍ରି କରୁଛନ୍ତି । ତେବେ ସେ କାହିଁକି ଇଞ୍ଜିନିୟରିଂ ଛାଡ଼ି ଚା’ ବିକ୍ରି କରିବାକୁ ସ୍ଥିର କରିଥିଲେ ସେ ସମ୍ପର୍କରେ ମଧ୍ୟ ଠେଲାର ଏକ ବୋର୍ଡରେ ଉଲ୍ଲେଖ କରିଛନ୍ତି।
ଏଥିରେ ସେ ଲେଖିଛନ୍ତି, ‘ମୁଁ ଜଣେ ସଫ୍ଟୱୟାର ଇଞ୍ଜିନିୟର। ଏଥିରେ ଟଙ୍କା ତ ରୋଜଗାର ହୋଇଥାଏ କିନ୍ତୁ ସନ୍ତୁଷ୍ଟି ନଥାଏ। ମୁଁ ସବୁବେଳେ ବ୍ୟବସାୟ କରିବାକୁ ଚାହୁଁଥିଲି । ପ୍ରତିଦିନ ମୋ ଟେବୁଲକୁ ଚା’ ଆସୁଥିଲା, କିନ୍ତୁ ମୁଁ କେବେ ଭଲ ଚା’ ପିଇବାକୁ ପାଇ ନଥିଲି। ମୁଁ ସବୁବେଳେ ଭଲ ଚା’ ପିଇବାକୁ ଚାହୁଁଥିଲି, ତେଣୁ ମୁଁ ଚା’ରୁ ହିଁ ମୋର ଏହି ଛୋଟ ବ୍ୟବସାୟ ଆରମ୍ଭ କରିଥିଲି। ଆଉ ମୁଁ ଜଣେ ‘ଇଞ୍ଜିନିୟର ଚାୱାଲା’ ହୋଇଗଲି।’
आज के समय में इतनी ईमानदारी कहाँ दिखती है...सब कुछ साफ़ साफ़ बता दिया इन्होंने!!
‘इंजीनियर चायवाला’ with job satisfaction.😊PC: SM pic.twitter.com/8Q6vvEN34S
— Awanish Sharan (@AwanishSharan) August 30, 2020
ଆୱାନିଶ ଶରଣ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଆଜିର ସମୟରେ ଏପରି ସଚ୍ଚୋଟତା କେଉଁଠାରେ ଦେଖାଯାଏ ... ସେ ସବୁକିଛି ସ୍ପଷ୍ଟ ଭାବରେ ଲେଖି ଦେଇଛନ୍ତି!! ଚାକିରିର ସନ୍ତୁଷ୍ଟି ସହ ‘ଇଞ୍ଜିନିୟର ଚାଇୱାଲା’।
ଏହି ପୋଷ୍ଟକୁ ଆୱାନିଶ ଅଗଷ୍ଟ ୩୦ରେ ସେୟାର କରିଥିଲେ। ଏହି ଫଟୋକୁ ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲାଇକ୍ ମିଳି ସାରିଲାଣି। ଏଥିସହିତ ୪୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି।