ନୂଆଦିଲ୍ଲୀ: ପଟୌଦୀ ଖାନଦାନ୍ରୁ ଆଉ ଏକ ଖୁସି ଖବର ଆସିଛି । ଯାହାକୁ ଶୁଣିଲେ ସିନେ ପ୍ରଶଂସକ ବେଶ୍ ଖୁସି ହେବେ । ଗତବର୍ଷ ସୌଫ୍ ଅଲିଙ୍କ ପତ୍ନୀ କରିନା ପ୍ରଥମଥର ପାଇଁ ମା’ ହୋଇ ପରିବାରିକ ଖୁସିରେ ଗୋଟିଏ ଫର୍ଦ୍ଧ ଯୋଡିଥିବା ବେଳେ ଚଳିତ ବର୍ଷ ସୈଫଙ୍କ ଉଭଣୀ ସୋହା ମା’ ହୋଇଛନ୍ତି । ଅଭିନେତା କୃଣାଳ ଖେମୁଙ୍କୁ ବିବାହ କରିଥିବା ସୋହା ଶୁକ୍ରବାର ବମ୍ବେର ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରେ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି ।
କୃଣାଳ ପିତା ହେବାର ସୌଭାଗ୍ୟ ପାଇବା ପରେ ନିଜ ଖୁସିକୁ ଟ୍ଵିଟ୍ ଜରିଆରେ ପ୍ରଶଂସକଙ୍କୁ ବାଣ୍ଟିଛନ୍ତି । ପବିତ୍ର ମହାନବମୀରେ ସେ କନ୍ୟା ସନ୍ତାନର ପିତା ହୋଇଥିବାରୁ ଏହା ଦେବୀଙ୍କ ଆର୍ଶିବାଦ ବୋଲି କହିବା ସହ ତାଙ୍କ ପତ୍ନୀ ଓ କନ୍ୟାଙ୍କୁ ସମସ୍ତେ ଆଶିର୍ବାଦ କରନ୍ତୁ ବୋଲି ସେ ଟୁଇଟ୍ ଯୋଗେ ଜଣାଇଛନ୍ତି।