ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ୧୫ ଏବଂ ୧୬ ତାରିଖର ଅର୍ଦ୍ଧରାତ୍ରିରେ ତଥା ଏକ ସନ୍ଧିକାଳରେ ପଡୁଛି । ଯାହାଦ୍ୱାରା ଭାରତରେ ଏହାର ପ୍ରଭାବ ଯଦିଓ ପଡି ନପାରେ ମାତ୍ର ଏହାର କିଛି ଭାଗ ପଶ୍ଚିମାଞ୍ଚଳରେ ଦୃଶ୍ୟମାନ ହୋଇପାରେ । କିନ୍ତୁ ଏହାର ପ୍ରଭାବ ବିପଦଜ୍ଜନକ ପ୍ରମାଣିତ ହୋଇପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି ଜ୍ୟୋତିଷଗଣ ।
/sambad/media/post_attachments/wp-content/uploads/2018/02/solar-eclipse-clouds-300x200.jpg)
ଜ୍ୟୋତିଷଜ୍ଞ ସୂଚନା ମୁତାବକ, ସୂର୍ଯ୍ୟପରାଗ ଆସନ୍ତା ୧୫ ତାରିଖର ଅର୍ଦ୍ଧରାତ୍ରିରେ ପଡିବ। ଯାହାକି ଭାରତରେ ନଜର ଆସିବ ନାହିଁ । ତେବେ ସୂର୍ଯ୍ୟଗ୍ରହଣ ସେତେବଳେ ପଡିଥାଏ, ଯେତେବେଳେ ଉଭୟ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ସମାନ୍ତରାଳରେ ରହିଥାଏ । ଏହି ଗ୍ରହଣ ଅର୍ଧରାତ୍ରି ତଥା ଉଭୟ ୧୫ ଏବଂ ୧୬ ତାରିଖରେ ଏକ ସନ୍ଧିକାଳରେ ପଡୁଛି । ଯେଉଁଥିପାଇଁ ଭାରତରେ ଏହା ଦୃଶ୍ୟମାନ ହେବନାହିଁ କିନ୍ତୁ କିଛି ଭାଗ ପଶ୍ଚିମାଞ୍ଚଳ, ଯେପରିକି ଆର୍ଜେଣ୍ଟିନା ଆଦିରେ ନଜର ଆସିବ।।
କାରଣ ଗତ ୩୧ ତାରିଖରେ ପୂର୍ଣ୍ଣିମାରେ ବଡ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଯେଉଁଥିରେ ଚନ୍ଦ୍ରଙ୍କୁ ତିନୋଟି ରୂପରେ ଦେଖିବାକୁ ମିଳିଥିଲା । ସୁପର ମୁନ, ବ୍ଲୁ ମୁନ ଏବଂ ବ୍ଲଡ ମୁନରେ ନଜର ଆସିଥିଲା ଏବଂ ଏହାର ଠିକ୍ ଅପର ପକ୍ଷ ତଥା ଅମାବାସ୍ୟାରେ ଆଂଶିକ ସୂର୍ଯ୍ୟପରାଗ ପଡୁଛି । ଯେଉଁଥି ଲାଗି ବିଶ୍ୱରେ କେଉଁଠି ନା କେଉଠଁ ଭୂ-ପୃଷ୍ଠରେ ଫାଟ ସୃଷ୍ଟି ହୋଇପାରେ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/solar-eclips-1200x500.jpg)