ଦିନେ ଦେବାକୁ ପଡୁଥିଲା ୯ ହଜାର ଟଙ୍କାର ବିଦ୍ୟୁତ ବିଲ, ଏବେ ସରକାରଙ୍କୁ ବିକୁଛନ୍ତି ବିଜୁଳି

ବାଙ୍ଗାଲୋର: ଦିନେ ଏମିତି ସମୟ ଥିଲା ଯେ ମାସ ଶେଷକୁ ୯ ହଜାର ଟଙ୍କାର ବିଦ୍ୟୁତ ବିଲ ଦେଉଥିଲେ, ହେଲେ ଏବେ ସେ ସରକାରଙ୍କୁ ବିଦ୍ୟୁତ ବିକୁଛନ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଆଜି ଆମେ ଆପଣଙ୍କୁ ବାଙ୍ଗାଲୋରର ପୃଥ୍ଵୀ ମଙ୍ଗିରିଙ୍କ କଥା କହିବୁ ଯିଏ ସୌରଶକ୍ତି ଦ୍ୱାରା ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି | ପୃଥ୍ଵୀ ନିଜ ଘରର ଛାତରେ ସୋଲାର ପ୍ୟାନେଲ ଲଗାଇଛନ୍ତି | ଆଉ ଏହି ସୋଲାର ପ୍ୟାନେଲ ଦ୍ୱାରା ନିଜ ଘରର ଆବଶ୍ୟକତା ପୂରା ହେବା ସହ ବଳକା ବିଦ୍ୟୁତକୁ ସେ ବାଙ୍ଗାଲୋର ଇଲେକ୍ଟ୍ରିସିଟି ସପ୍ଲାଇ କମ୍ପାନୀ ଲିମିଟେଡ଼କୁ ବିକ୍ରୟ କରୁଛନ୍ତି |

photo-better india

ବାଙ୍ଗାଲୋରରେ ରହୁଥିବା ପୃଥ୍ଵୀ ମଙ୍ଗିରି ଯେତେବେଳେ ନିଜ ଘରର ଆସୁଥିବା ବିଦ୍ୟୁତ ବିଲକୁ ଦେଖିଲେ ସେ ଭାବିଥିଲେ ଯେ କିଭଳି ଏହାର ସମାଧାନ କରାଯାଇପାରିବ | ଆଉ ଦେଢ଼ ବର୍ଷ ପୂର୍ବେ ସେ ଘରର ଛାତରେ ପାଞ୍ଚ କିଲୋୱାଟର ସୋଲାର ପ୍ୟାନେଲ ଲଗାଇଥିଲେ | ଏଥିରେ ୧୫ଟି ସୋଲାର ପ୍ୟାନେଲ ଲଗାଯାଇଥିବାବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା | ଆଉ ଏହି ପ୍ୟାନେଲ ଲଗାଇବା ଦ୍ୱାରା ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ଦେବାକୁ ପଡ଼ିନାହିଁ |

ବଡ କଥା ଯେ ନିଜ ଘର ପାଇଁ ବିଦ୍ୟୁତ ବ୍ୟବହାର ପରେ ବଳକା ପଡୁଥିବା ବିଦ୍ୟୁତକୁ ବାଙ୍ଗାଲୋର ଇଲେକ୍ଟ୍ରିସିଟି ସପ୍ଲାଇ କମ୍ପାନୀ ଲିମିଟେଡ଼ ନେଇଯାଇଥାଏ | ପୃଥ୍ଵୀଙ୍କ ଘରେ ଏକ ମିଟର ଲଗାଯାଇଥିବାବେଳେ ପାଖରେ ଥିବା ଟ୍ରାନ୍ସଫର୍ମରକୁ ଏହି ବିଦ୍ୟୁତ ନିଆଯାଇଥାଏ | ଯେତେ ପରିମାଣର ବିଦ୍ୟୁତ ନିଆଯାଇଥାଏ ସେହି ୟୁନିଟ ବାବଦରେ ପୃଥ୍ଵୀଙ୍କୁ ଟଙ୍କା ମଧ୍ୟ ଦିଆଯାଇଥାଏ |

ସମ୍ବନ୍ଧିତ ଖବର