ଆଇଏଏସ୍‌ ଟପ୍ପର ଟିନା ଡାବିଙ୍କ ସଂପର୍କରେ ଏହି ସବୁ କଥା ଜାଣିଛନ୍ତି କି?

ନୂଆଦିଲ୍ଲୀ: ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି। ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ଭାବି ସ୍ବାମୀଙ୍କ ଜାତି ବିଷୟରେ ଖୁଲାସା କରିଛନ୍ତି ଟିନା। ସେ କହିଛନ୍ତି ପ୍ରଦୀପ ତାଙ୍କ ପରି ଅନୁସୂଚୀତ ଜାତି ‌ଶ୍ରେଣୀର। ତାଙ୍କ ମାଆଙ୍କ ପରି ପ୍ରଦୀପ ବି ଜଣେ ମରାଠୀ, ଯାହାକି ତାଙ୍କ ପାଇଁ ଏକ ବୋନସ୍‌।

ଆପଣ ଜାଣନ୍ତି କି ଟିନା ଟାବିଙ୍କ ଭଉଣୀ ରିୟା ଡାବି ୨୦୨୦ ମସିହା ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୫ ନମ୍ବର ସ୍ଥାନରେ ରହିଥି‌ଲେ। ନିଜର ଉଚ୍ଚଶିକ୍ଷିତ ପରିବାର ପାଇଁ ଟିନା ଡାବି ସଦା ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ରିୟା ଟିନା ଓ ପ୍ରଦୀପଙ୍କ ସହ ବାହାରେ ବୁଲୁଥିବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଟିନା ଡାବି ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ୧.୫ ମିଲିୟନ୍‌ ଫଲୋର୍ସ ରହିଛନ୍ତି। ଯାହାକି କୌଣସି ସେଲିବ୍ରେଟିଙ୍କଠାରୁ କମ୍‌ ନୁହେଁ।

ଉଲ୍ଲେଖଯୋଗ୍ୟ, ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ଏବେ ସେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୋମବାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜ ନୂଆ ସାଥୀଙ୍କ ସହ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଟିନା ଡାବି, ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି। ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ। ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି।

 

ସମ୍ବନ୍ଧିତ ଖବର