ଆପଣ ଗୁଗଲ୍ର କିଛିଟା ସେବାର ବ୍ୟବହାର ଜାଣିଥିଲେ ମଧ୍ୟ ଆହୁରି ଅନେକ ସେବା ରହିଛି ଯାହା ବିଷୟରେ ଶୁଣିଥିଲେ ବି ତା’ର ସଠିକ୍ ଉପଯୋଗ ସଂପର୍କରେ ଅବଗତ ନ ଥାନ୍ତି। ତେବେ ସେ ମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ସେବା ସମ୍ପର୍କରେ ଜାଣନ୍ତୁ....
ଗୁଗଲ୍ ସ୍କାଏ: ଗୁଗଲ୍ ସ୍କାଏ ଜରିଆରେ ଆପଣ ପୃଥିବୀ ଦର୍ଶନ କରିପାରିବା ସହ ଆହୁରି ଅନେକ ଜିନିଷ ବିଷୟରେ ଜାଣିପାରିବେ। ଏହି ସେବା ଆପଣଙ୍କୁ ନାସା ସ୍ୟାଟେଲାଇଟ୍, ସ୍ଲୋଅନ୍ ଡିଜିଟାଲ୍ ସ୍କାଏ ସର୍ଭେ ଓ ହବଲ୍ ସ୍ପେସ୍ ଟେଲିସ୍କୋପ୍ ସମ୍ପର୍କରେ ତଥ୍ୟ ଯୋଗାଇଥାଏ।
ଗୁଗଲ୍ ବୁକ୍ସ: ଗୁଗଲ୍ ବୁକ୍ସ ସାହାଯ୍ୟରେ ପୁସ୍ତକପ୍ରେମୀ ପ୍ରକାଶିତ ହୋଇଥିବା ଲକ୍ଷ ଲକ୍ଷ ବହି ସମ୍ପର୍କରେ ଜାଣି ପାରିବେ ଓ ମାଗଣାରେ ଉପଲବ୍ଧ ଥିବା ବହିକୁ ପଢ଼ିପାରିବେ।
ଗୁଗଲ୍ ଇନ୍ପୁଟ ଟୁଲ୍ସ: ଏହି ସେବା ଦ୍ୱାରା ୮୦ଟି ଭିନ୍ନଭିନ୍ନ ଭାଷା ଆପଣ ବ୍ୟବହାର କରୁଥିବା କିବୋର୍ଡ୍ରୁ ଟାଇପ୍ କରି ପାରିବେ। ଏଥିପାଇଁ କୌଣସି କିବୋର୍ଡ ଡାଉନ୍ଲୋଡ କରିବାର ଅବଶ୍ୟକ ନାହିଁ।
ଗୁଗଲ୍ ସ୍କଲାର୍: ଗୁଗଲ୍ ସ୍କଲାର୍ ଜରିଆରେ ବିଭିନ୍ନ ୟୁନିଭର୍ସିଟି, ବୈଜ୍ଞାନିକଙ୍କଠୁ ଓ େଓ୍ଵବ୍ସାଇଟ୍ରେ ଦିଆଯାଇଥିବା ବ୍ୟବସାୟିକ ପତ୍ରପତ୍ରିକା, ପ୍ରବନ୍ଧ, ଥେସିସ୍, ବହି, ଖବର କାଗଜ ଇତ୍ୟାଦି ବିଷୟରେ ସହଜ ଓ ସୁବିଧାରେ ସୂଚନା ପାଇ ପାରିବେ।
ଗୁଗଲ୍ ଆର୍ଟ ଆଣ୍ଡ୍ କଲ୍ଚର୍: ଏହା ଜରିଆରେ ଦୁନିଆର ସମସ୍ତ କଳାସଂସ୍କୃତି ସମ୍ପର୍କିତ ହାଇ ରିଜୋଲ୍ୟୁନ୍ ଫଟୋ ବାହାର କରି ପାରିବେ। ଏହାର ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର୍ ଓ ଆଇ-ଟ୍ୟୁନ୍ ଷ୍ଟୋର୍ରୁ ଡାଉନ୍ଲୋଡ୍ କରିପାରିବେ।
ଗୁଗଲ୍ କିପ୍: ଗୁଗଲ୍ କିପ୍ ଡେକ୍ସଟପ୍ ଓ ସ୍ମାର୍ଟଫୋନ୍ ଓ ଅନ୍ୟ ଡିଭାଇସ୍ମାନଙ୍କରେ ମଧ୍ୟ କାମ କରିଥାଏ। ଏହାଦ୍ୱାରା ଆପଣ ନିର୍ଦ୍ଦିିଷ୍ଟ କାର୍ଯ୍ୟ ବା ଇଭେଣ୍ଟ୍ ପାଇଁ ନୋଟ୍ସ ବନେଇପାରିବା ସହ ଏହାକୁ ଅନ୍ୟସହ ସେୟାର ମଧ୍ୟ କରିପାରିବେ। ଏହା ବ୍ୟତୀତ ଗୁଗଲ୍ କିପ୍ର ଆହୁରି ଅନେକ ବ୍ୟବହାର ରହିଛି।
ଗୁଗଲ୍ ଆର୍ଟ ଆଣ୍ଡ୍ କଲ୍ଚର୍: ଏହା ଜରିଆରେ ଦୁନିଆର ସମସ୍ତ କଳାସଂସ୍କୃତି ସମ୍ପର୍କିତ ହାଇ ରିଜୋଲ୍ୟୁନ୍ ଫଟୋ ବାହାର କରି ପାରିବେ। ଏହାର ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର୍ ଓ ଆଇ-ଟ୍ୟୁନ୍ ଷ୍ଟୋର୍ରୁ ଡାଉନ୍ଲୋଡ୍ କରିପାରିବେ।
ଗୁଗଲ୍ ଟାଇମର: ଆପଣ ଯେକୌଣସି ଡିଭାଇସ୍ରେ, ଯେମିତିକି ସ୍ମାର୍ଟଫୋନ୍ ବା ଡେକ୍ସଟପ୍ରେ ଆଲାର୍ମ୍ ସେଟ୍ କରିପାରିବେ, ଯାହା ଗୁଗଲ୍ ମାଧ୍ୟମରୁ ଟୋନ୍ ବାଜିବ। ଏହା ବ୍ୟତୀତ ଗୁଗଲ୍ ଟାଇମର୍ ଆପଣଙ୍କୁ ଅପ୍ଟୁଡେଟ୍ ରହିବାରେ ସାହାଯ୍ୟ କରିଥାଏ।