ମଣିଷ ଶରୀର ଓ ବିଶ୍ୱର କିଛି ଅଜଣା ରହସ୍ୟ। ଜାଣନ୍ତି କି, ଅଧିକ ହସିଲେ ମଧ୍ୟ ହୋଇଥାଏ ମୃତ୍ୟୁ!

ଆମ ଅଭ୍ୟାସରେ ଜଡ଼ିତ ହୋଇ ଏମିତି ଅନେକ ତଥ୍ୟ ରହିଛି, ଯାହା ବିଷୟରେ ଆମେ ଜାଣି ନାହୁଁ। ଶରୀର ସମ୍ବନ୍ଧିତ ଏମିତି କିଛି ବିଚିତ୍ର ତଥ୍ୟ ଅଛି ଯାହା ବହୁତ କମ୍‌ ଲୋକଙ୍କୁ ଜଣା। ଏମିତିକା କିଛି ବିଚିତ୍ର ତଥ୍ୟ ଓ ନୂଆ କଥା ବିଷୟରେ ଜାଣିବା ସହ ସାବଧାନ ମଧ୍ୟ ରହି ପାରିବେ।

ଅଧିକ ହସିଲେ ମଧ୍ୟ ହୋଇଥାଏ ମୃତ୍ୟୁ: ଏହା ଖୁବ୍‌ ବିରଳ, କିନ୍ତୁ ଯଦି ଆପଣଙ୍କ ମସ୍ତିଷ୍କର କୌଣସି ଶିରା ଦୁର୍ବଳ ଥିବ ଅତ୍ୟଧିକ ହସିବା ଦ୍ୱାରା ତାହା ଫାଟି ଯାଇପାରେ।

ପ୍ରତିବର୍ଷ ଆପଣଙ୍କ ଶରୀରରୁ ୩.୫ କେଜି ଡେଡ୍‌ ସ୍କିନ୍‌ (ମଲା ଚର୍ମ) ବାହାରିଥାଏ।

ପ୍ରତି ମିନିଟ୍‌ରେ ପୃଥିବୀ ପୃଷ୍ଠକୁ ଆସୁଥିବା ସୂର୍ଯ୍ୟ କିରଣରେ ପୃଥିବୀ ପାଇଁ ଏକ ବର୍ଷର ବିଜୁଳି ଶକ୍ତି ଚାହିଦା ପୂରଣ ହୋଇପାରିବ।

ଯେତେବେଳେ ଆପଣ ମିଛ କୁହନ୍ତି, ଆପଣଙ୍କ ନାକର ତାପମାତ୍ରା ବଢ଼ି ଯାଇଥାଏ। ଏହାକୁ ପିନୋକିୟୋ ଇଫେକ୍ଟ୍‌ କୁହାଯାଏ।

ସମ୍ବନ୍ଧିତ ଖବର