ୟୁକ୍ରେନ ସେନାରେ ଭର୍ତ୍ତି ହେବା ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି ୮୦ବର୍ଷର ବୃଦ୍ଧ, ବ୍ୟାଗରେ ଭରିଛନ୍ତି ଏସବୁ ସାମଗ୍ରୀ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଭିତରେ ସୋସିଆଲ ମିଡିଆରେ ଅନେକ ୟୁକ୍ରେନ ନାଗରିକଙ୍କ ହୃଦୟ ବିଦାରକ ଫଟୋ ବି ପୋଷ୍ଟ ହେଉଛି।

ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରେ ଏକ ଦମ୍ପତିଙ୍କର ବିଦାୟ ବେଳର ଭାଇରାଲ୍ ଫଟୋ ଠାରୁ ଆରମ୍ଭ କରି ବାପା ଏବଂ ଝିଅ ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବା ପର୍ଯ୍ୟନ୍ତ ଦୃଶ୍ୟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବବିହ୍ବଳ ହୋଇଯାଇଥିଲେ। ଏଥିସହିତ ବର୍ତ୍ତମାନ ୟୁକ୍ରେନ ସେନାରେ ସାମିଲ ହେବା ପାଇଁ ଧାଡିରେ ଠିଆ ହୋଇଥିବା ଜଣେ ବୃଦ୍ଧଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

 

କ୍ୟାଟ୍ରିନା ୟୁଶଚେଙ୍କୋଙ୍କ ଦ୍ବାରା ଟ୍ୱିଟରରେ ସେୟାର ହୋଇଥିବା ଏକ ଫଟୋରେ ଜଣେ ବୃଦ୍ଧ ବ୍ୟାଗ ଧରି ଧାଡ଼ିରେ ଠିଆ ହୋଇଛନ୍ତି। ଏହି ବୃଦ୍ଧ ଜଣକ ସେନାରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବ୍ୟାଗରେ ଥିବା ସାମଗ୍ରୀ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହରେ ଭରି ଦେବ।

ପୋଷ୍ଟ ସହିତ କ୍ୟାପସନରେ ଲେଖାହୋଇଛି, “କେହି ଜଣେ ଏହି ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ଏହି ବୃଦ୍ଧ ଜଣକ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛି। ସେ ତାଙ୍କ ସହିତ ଧରିଥିବା ଏକ ବ୍ୟାଗରେ ୨ ଟି-ସାର୍ଟ,  ପ୍ୟାଣ୍ଟ, ଟୁଥ୍ ବ୍ରଶ୍ ଏବଂ ମଧ୍ୟାହ୍ନ ଭୋଜନ ପାଇଁ କିଛି ସାଣ୍ଡୱିଚ୍ ଭରିଥିବା ଦେଖିବାକୁ ମିଳିଥିଲା ।

ତେବେ ଏଭଳି ବୟସରେ ବୃଦ୍ଧ ସେନାରେ କେବଳ  ତାଙ୍କ ନାତି ନାତୁଣୀଙ୍କ ପାଇଁ ସାମିଲ ହେଉଥିବା କହିଛନ୍ତି।

 

ସମ୍ବନ୍ଧିତ ଖବର