ପୁଅର ପଦେ କଥା ବଦଳାଇ ଦେଲା ବାପାର ଜୀବନ ! ସତେ ଅବା ଦସ୍ୟୁ ପାଲଟିଗଲା ଋଷି, ଜାଣନ୍ତୁ ସେ କଥା ପଦକ କ’ଣ ?

ବଡ଼ବିଲ୍:  ଛୋଟ ପୁଅର ପଦେ କଥା ବଦଳେଇ ଦେଇଛି ବାପାର ଜୀବନ । ନିଶାଡିରୁ ଭଗବତ ପ୍ରେମୀ ପାଲଟି ଯାଇଛି ବାପା। ଏବେ ଭଗବାନଙ୍କ ଚିନ୍ତନରେ କଟୁଛି ଜୀବନ। ଦିନ ଥିଲା ଯାହାକୁ ଲୋକେ ଭୟ କରୁଥିଲେ ତାଙ୍କୁ ଆଜି ମିଳୁଛି ଶତ ସମ୍ମାନ । ବଡବିଲ ଅଂଚଳରେ ଦିନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ସମୀର କୁମାର ପତି ଆଜି ପାଲଟି ଯାଇଛନ୍ତି ସମାଜ ଲାଗି ଉଦାହରଣ। ସମୀର ନିଜର ଅସାମାଜିକ କାର୍ଯ୍ୟକୁ ବର୍ଜନ କରି ଭଗବତ ଚିନ୍ତାରେ ବ୍ୟାପୃତ ରହିଛନ୍ତି।  ପୂର୍ବରୁ ବଡବିଲ ଅଂଚଳରେ ଜଣେ ଦୁର୍ଦାନ୍ତ ଭାବେ ପରିଚିତ ଥିବା ସମୀର ପୁଅର ଗୋଟିଏ ପଦ କଥାରେ ନିଜକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲେ।

ତାଙ୍କର ୭ ବର୍ଷ ପୁଅର ଥରିଲା ଓଠରୁ ପଦେ କଥା ଶୁଣି ସେ ବଦଳି ଯିବାକୁ ନିଷ୍ପତ୍ତି ନେଇଥିଳେ। ପୁଅ ପଚାରିଥିଲା- “ବାପା ତୁମେ ମଦ ପିଇବାକୁ ଯିବନି କି ? ଏହି ପଦକ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେ ସ୍ଥିର କରିଥିଲେ କି ନିଶାକୁ ପରିତ୍ୟାଗ କରିବେ । ଆଉ ୩ ବର୍ଷ ହେଲା ସ୍ନାନ ପୂଣ୍ଣିମା ଦିନରୁ ବଡବିଲରୁ ପାଦରେ ଚାଲିଚାଲି ଯାଜପୁରର ମା’ ବିରଜାଙ୍କ ଦର୍ଶନ କରି ପରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ପାଇଁ ପୁରୀ ଅଭିମୁଖେ ଯାତ୍ରା କରି ଆସୁଛନ୍ତି । ତାଙ୍କର ଏଭଳି ପରିବର୍ତ୍ତନ ଦେଖି  କହେି କେହି କହୁଛନ୍ତି- ଦସ୍ୟୁ ରତ୍ନାକରରୁ ବନିଛନ୍ତି  ବାଲ୍ମିକୀ।

ସମ୍ବନ୍ଧିତ ଖବର