ଟ୍ରେନ୍‌ରେ ବାପାଙ୍କ ଅସ୍ଥିକୁ ଭୁଲି ଆସିଥିଲେ ପୁଅ, ବହୁ ଖୋଜାଖୋଜି ପରେ ଆରପିଏଫ୍‌ ଯବାନ ଏପରି ସ୍ଥାନରୁ ପାଇଲେ …

ଜବଲପୁର: ଭୋପାଳରେ ବସବାସ କରୁଥିବା ୧୯ବର୍ଷୀୟ ଉଦେଶ୍ୟ ଗୁପ୍ତା ପିତାଙ୍କ ଅସ୍ଥିକୁ କଳସରେ ଭରି ବିସର୍ଜନ ପାଇଁ ଭୋପାଳରୁ ଆହ୍ଲାବାଦ ନେଇ ଯାଉଥିଲେ। ଉଦେଶ୍ୟ ମଧ୍ୟରାତ୍ରିରେ ଜବଲପୁର ପହଞ୍ଚି ଥିଲେ। ଟ୍ରେନ୍‌ରୁ ଓହ୍ଲାଇ ଆହ୍ଲାବାଦ ଯିବା ପାଇଁ ସେ ଅନ୍ୟ ଏକ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କର ମନେ ପଡ଼ିଲା କି ସେ ପିତାଙ୍କ ଅସ୍ଥିକୁ କୋଚ ୯ର ସିଟ୍‌ ନମ୍ବର ୭୨ରେ ଛାଡ଼ି ଦେଇ ଚାଲି ଆସିଛନ୍ତି। ଅସ୍ଥି ନେଇ ଆସିଥିବା କଳସକୁ ସେ ବହୁ ଖୋଜି ଥିଲେ କିନ୍ତୁ ପାଇ ନଥିଲେ। ଏହାପରେ ବିବ୍ରତ ହୋଇ ଉଦେଶ୍ୟ ଏହାର ସୂଚନା ଆରପିଏଫ୍‌ କଣ୍ଟ୍ରୋଲ ରୁମ୍‌କୁ ଦେଇଥିଲେ।

ଖବର ମଳିବା ପରେ ଆରପିଏଫ୍‌ ଥାନାର ଯବାନ ଅସ୍ଥିକୁ ଖୋଜିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଉଦେଶ୍ୟ ଯେଉଁ ସିଟ୍‌ରେ ବସିଥିଲେ ସେଠାରେ ତାଙ୍କ ପିତାଙ୍କ ଅସ୍ଥି ନଥିଲା। ଷ୍ଟେସନ୍‌ରେ ଛାନ୍‌ଭିନ୍‌ କରିବା ପରେ ସଫେଇ କର୍ମଚାରୀ ତାହାକୁ ଅଳିଆ ଭାବି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ ବୋଲି ଆରପିଏଫ୍‌ ଯବାନ ସୂଚନା ପାଇଥିଲେ। ଏହାପରେ ଅଳିଆଗଦାରୁ ଅସ୍ଥି ଆଣି ଉଦେଶ୍ୟଙ୍କୁ ଦେଇଥିଲେ। ଉଦେଶ୍ୟ ପିତାଙ୍କ ଅସ୍ଥି ପାଇ ଭାବବିହେ୍ଵାଳ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର