ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ରେ ଏମିତି ଅନେକ ଭିିଡିଓ ଭାଇରାଲ୍‌ ହୋଇଥ‌ାଏ, ଯାହାକୁ ଦେଖିବା ପରେ ଏକ ସକାରାତ୍ମକ ଭାବନା ମନ ଭିତରେ ସୃଷ୍ଟି ହୁଏ। କିଛି ଭଲ କଥା ସମାଜରେ ରହିଛି ବୋଲି ବିଶ୍ବାସ କରିବାକୁ ଇଛା ହୁଏ।

Advertisment

ଇଣ୍ଟରନେଟରେ ଏକ ଭିଡିଓ ନିକଟରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି। ଏଥିରେ ମହିଳା ଜଣକ ତାଙ୍କ ଜନ୍ମଦିନ ଅବସରରେ ପାଇଥିବା ଉପହାରକୁ ଭିଡିଓରେ ଖୋଲିକି ଦେଖାଉଛନ୍ତି। ଭିଡିଓଟି ଦେଖିଲେ ଆପଣ ଖୁବ୍ ଭାବପ୍ରବଣ ଅନୁଭବ କରିବେ।

ଆପଣ ଭାବୁଥିବେ ଜନ୍ମଦିନରେ ଉପହାର ପାଇବା କ’ଣ ନୂଆ କଥା! ମାତ୍ର ଥରେ ଭାବନ୍ତୁ ଯେ ପିଲାଦିନେ ଯେଉଁ ଜିନିଷ ପାଇଁ ସ୍ବପ୍ନ ଦେଖିଥିବେ, ବାର୍ଦ୍ଧକ୍ୟରେ ଯଦି ଆପଣଙ୍କୁ ତାହା ମିଳେ ତ କିପରି ଅନୁଭବ କରିବେ?

ଜଣେ ମହିଳା ତାଙ୍କ ପୁଅଠାରୁ ଉପହାର ଭାବେ ଅନେକ ଗୁଡ଼ିଏ ରଂଗୀନ କଣ୍ଡେଇ ପାଇଛନ୍ତି ତାଙ୍କ ଜନ୍ମଦିନରେ, ଯାହା ସେ ପିଲାଦିନରୁ ଚାହୁଁଥିଲେ। ଭାଇରାଲ୍ କ୍ଲିପ୍ ଇନଷ୍ଟାଗ୍ରାମରେ ଗୁଡ୍ ନ୍ୟୁଜ୍ ମୁଭମେଣ୍ଟ୍ ନାମକ ଏକ ଆକାଉଣ୍ଟ୍ ଦ୍ୱାରା ପୋଷ୍ଟ କରାଯାଇଛି। କ୍ୟାପସନରେ ଲେଖା ଅଛି ‘‘ଏହି କଣ୍ଡେଇଗୁଡ଼ିକ ତାଙ୍କ ଜନ୍ମଦିନରେ ଉପହାର ମିଳୁ ବୋଲି ସେ ପିଲାଦିନରୁ ଚାହିଁଥିଲେ। ଯେଉଁ ଇଚ୍ଛାକୁ ଏବେ ତାଙ୍କ ପୁଅ ପୂରା କରିଛନ୍ତି।’’

ଛୋଟ ଭିଡିଓଟିରେ ମହିଳାଙ୍କ ଚେହେରାର ଖୁସି ଦେଖି ତାଙ୍କ ଭାବନା ଆପଣ ବୁଝି ପାରୁଥି‌େ। ବାକ୍ସରୁ ଗୋଟିଏ ପରେ ଗୋଟିଏ କଣ୍ଢେଇ ବାହାର କରିବାବେଳେ ସେ କିପରି ଭାବପ୍ରବଣ ହେଉଛନ୍ତି, ସେହି ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। କଣ୍ଢେଇଗୁଡିକୁ ବାହାର କରିବା ପରେ ମହିଳା ସେସବୁକୁ ଟେବୁଲ ଉପରେ ଧାଡି କରି ସଜେଇ ରଖୁଛନ୍ତି। ଏଭଳି କରିବା ବେଳେ ତାଙ୍କ ଆଖି ଲୁହରେ ଭରିଯାଉଛି। ଲୋକମାନେ କମେଣ୍ଟ୍‌ରେ ମହିଳାଙ୍କ ପୁଅଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।