ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଅର୍ଥ ଉପାର୍ଜନ କରିବା ଏବେ ଖୁବ୍‌ ସହଜ ହୋଇଯାଇଛି। ଜଣେ ୨୬ ବର୍ଷୀୟ ଯୁବକ ଏହି ସୋସିଆଲ୍‌ ମିଡିଆ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରି ମଧ୍ୟ ଏ ସଂପର୍କରେ ନିଜ ମାଆବାପାଙ୍କୁ କହିବାକୁ ଭୟ କରନ୍ତି। ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଯୁବକ ଜଣକ କୋଟି କୋଟି ଟଙ୍କା, ବିଳାସମୟ ଘର ଓ ଗାଡ଼ିର ମାଲିକ ହୋଇ ମଧ୍ୟ ନିଜ ମାଆବାପାଙ୍କୁ ନକହିବାର କାରଣ ହେଉଛି କାଳେ ବାପାମାଆ ତାଙ୍କ ‌ରୋଜଗାର ଉତ୍ସକୁ ବୁଝି ପାରିବେ ନାହିଁ। କାଳ‌େ ଭାବିବେ ଯେ ସେ କୌଣସି ଅନୈତିକ ଉପାୟରେ ଏତେ ଟଙ୍କା ରୋଜଗାର କରିଛନ୍ତି।

ଦ ମିରର୍‌ ମୁତାବକ, ଏହି ଯୁବକଙ୍କ ନାମ ଗ୍ୟୁସେପ୍‌ ଫିଓରେଣ୍ଟିନୋ। ‌ସେ ଏକ କନ୍‌ସଲଟିଂ ଏଜେନ୍ସିର ନିର୍ମାତା। ତାଙ୍କ କହିବା କଥା ‌ହେଉଛି ‘ମୁଁ ଯଦି ମୋ ମାଆବାପାଙ୍କୁ ମୋର ସଂପତ୍ତି ବିଷୟରେ କହିବି ତ ତାଙ୍କୁ ଲାଗିବ ମୁଁ କୌଣସି ଭୁଲ୍‌ ତରିକାରେ ଅର୍ଥ କମେଇଛି। ସେ ମୋ ଉପରେ ରାଗିଯିବେ। କାରଣ ଅନ୍‌ଲାଇନ୍‌ରୁ ଟଙ୍କା ରୋଜଗାର କରିହୁଏ ବୋଲି ସେମାନଙ୍କର ଧାରଣା ନାହିଁ। ସେଥିପାଇଁ ମୁଁ ତାଙ୍କୁ ମୋ ବିଷୟରେ ସବୁ କଥା ଲୁ‌ଚେଇଛି।’

ଗ୍ୟୁସେପ୍‌ ଇ-କମର୍ସ ସାଇଟରୁ ଭଲ ରକମର ରୋଜଗାର କରି ପାରୁଛନ୍ତି। ସେ ଖୁବ୍ ଶୀଘ୍ର ଅଧିକ ରକମର ଧନ ଅର୍ଜନ କରିଥିବାରୁ ତାଙ୍କ ବାପାମାଆ ସେକଥା ବୁଝିପାରିବେ ନାହିଁ ବୋଲି ତାଙ୍କ ମନରେ ଭୟ ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ପ୍ରାୟ ୪୫୦୦୦ ଫଲୋୟର୍ସ।