ନୂଆଦିଲ୍ଲୀ: ତେଲୁଗୁ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବ ସ୍ବତନ୍ତ୍ର ଭାବରେ ପାଳନ କରାଯାଏ । ଏହି କ୍ରମରେ ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି ଉତ୍ସବକୁ ଉତ୍ସାହର ସହ ପାଳନ କରିବା ପାଇଁ ଲୋ‌କେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। 

Advertisment

ଅଧିକପଢ଼ନ୍ତୁ:ଅଯଥା ଖର୍ଚ୍ଚ କରନାହିଁ; କାମ୍ବଲିଙ୍କ ଅବସ୍ଥା ଦେଖି ଏଭଳି କହିଲେ ପିଭି ସିନ୍ଧୁ

ଏଠାରେ ଲୋକମାନେ ନିଜ ଗାଁକୁ ଯାଇ ନିଜ ପ୍ରିୟଜନଙ୍କ ସହ ଏହି ପର୍ବ ପାଳନ କରନ୍ତି। ଗାଁଗୁଡ଼ିକରେ କେବଳ କୁକୁଡ଼ାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଏ ନାହିଁ, ବରଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ସଂକ୍ରାନ୍ତି ପର୍ବର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ। 

ସାଧାରଣତଃ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ଆତିଥ୍ୟ ସେବାରେ ଶୀର୍ଷରେ ରହିଛି। ଗୋଦାବରୀ ଜିଲ୍ଲା ଲୋକଙ୍କ ଆତିଥ୍ୟ ବହୁତ ପ୍ରସିଦ୍ଧ। ଏହି ଜିଲ୍ଲାରେ ଯଦି ଘରକୁ ଜ୍ବାଇଁ ଆସନ୍ତି ତେବେ ତାଙ୍କର ସ୍ବାଗତ ଖୁବ ଆଡମ୍ବର ସହକାରେ କରାଯାଇଥାଏ।

ମକର ସଂକ୍ରାନ୍ତି ଅବସରରେ ପୁଡୁଚେରୀର ୟାନମରେ ଶ୍ବଶୁର ଘରକୁ ଆସିଥିବା ନୂଆ ଜ୍ବାଇଁଙ୍କ କରାଯାଇଥିବା ସ୍ବାଗତ ଚର୍ଚ୍ଚାରେ ରହିଛି।  ୟାନମ୍ ଟ୍ରେଡ୍ ଆସୋସିଏସନ ଅଧ୍ୟକ୍ଷ ମଜେତି ସତ୍ୟଭାସ୍କର ଓ ଭେଙ୍କଟେଶ୍ୱରୀଙ୍କ ଏକମାତ୍ର ଝିଅ ହରିଣ୍ୟଙ୍କ ବିବାହ ଗତବର୍ଷ ବିଜୟୱାଡ଼ାର ଶିଳ୍ପପତି ସାକେତଙ୍କ ସହ ହୋଇଥିଲା।

ଅଧିକପଢ଼ନ୍ତୁ:ଅମୃତପାଲ ସିଂର ନୂଆ ରାଜନୈତିକ ଦଳ - 'ଅକାଳୀ ଦଳ ୱାରିସ ପଞ୍ଜାବ ଦେ'

ସଂକ୍ରାନ୍ତି ଅବସରରେ ସାକେତ ତାଙ୍କ ଶ୍ବଶୁର ଘରକୁ ବୁଲିବା ପାଇଁ ଆସିଥିଲେ। ନୂଆ ଜ୍ୱାଇଁଙ୍କୁ ସ୍ବାଗତ ପାଇଁ ଶାଶୁ ପ୍ରାୟ ୪୭୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଦ୍ୟରେ ମିଠା, ଫଳ, ଶୁଖିଲା ଫଳ, ଥଣ୍ଡା ପାନୀୟ ଇତ୍ୟାଦି ଅର୍ନ୍ତଭୁକ୍ତ ରହିଥିଲା।


ଏଭଳି ସ୍ବାଗତ ଦେଖି ଜ୍ୱାଇଁ ସାକେତ ବହୁତ ଖୁସି ହୋଇ କହିଥିଲେ, ‘ଶ୍ବଶୁର ଘରେ ମୋ ସ୍ବାଗତ ପାଇଁ ଏଭଳି ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିବା ମୁଁ କଦାପି ଚିନ୍ତା କରି ନଥିଲି।’