ସଡ଼କ ଦୁର୍ଘଟଣାରେ ହେଲା ପୁଅର ମୃତ୍ୟୁ, ମା’ ନିଜ ଦୁଃଖକୁ ଭୁଲାଇବାକୁ ‌କଲେ ଏଭଳି କାମ

ନୂଆଦିଲ୍ଲୀ: ତାମିଲନାଡୁର ଡିଣ୍ଡିଗୁଲ୍ ଜିଲ୍ଲାର ଓଡମଛତ୍ରମ ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତ ଯୁବକଙ୍କ ନାମ ଏସ ପାଣ୍ଡିଦୁରଇ ବୋଲି ଜଣାପଡ଼ିଛି। ୨୪ବର୍ଷ ପୁଅର ଏଭଳି ମୃତ୍ୟୁ ଖବର ଶୁଣିବା ପରେ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଥିଲା। ପୁଅକୁ ହରାଇ ମା’ ପାଗଳପ୍ରାୟ ହୋଇଯାଇଥିଲେ। ତେଣୁ ଘରେ ପୁଅର ପ୍ରତିମୂର୍ତ୍ତି ତିଆରି କରିବାକୁ ପରିବାରଲୋକ ସ୍ଥିର କରିଥି‌‌ଲେ।

ମୃତ ଏସ ପାଣ୍ଡିଦୁରଇଙ୍କ ମା’ ପସୁମୁକିଝି କହିଛନ୍ତି, ‘ପାଣ୍ଡିଦୁରଇ ମୋର ପୁଅ, ଯାହାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।  ହଠାତ ପୁଅ ଏମିତି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବ ତାହା କେବେ ଭାବି ନଥିଲୁ। ପ୍ରତିି ମୁହୂର୍ତ୍ତରେ ପୁଅ କଥା ମନେ ପଡ଼ୁଥିଲା। ତା’ ପାଇଁ ମୁଁ ପରିବାରର ଅନ୍ୟ ସଦସ୍ୟଙ୍କ ବି ଧ୍ୟାନ ଦେଇ ପାରୁ ନଥିଲି। ତେଣୁ ଆମେ ଆମ ପୁଅର ପ୍ରତିମୂର୍ତ୍ତି ତିଆରି କରି ଘରେ ରଖିବାକୁ ସ୍ଥିର କରିଥିଲୁ। ମୁଁ ବହୁତ ଖୁସି ଯେ ମୁଁ ମୋ ପୁଅକୁ ଏବେ ସବୁଦିନ ଦେଖିପାରୁଛି। ସେ କିଛି ନକହିଲେ କ’ଣ ହେଲା ମୋ ଦୁଃଖ ମୁଁ ତାକୁ ଜଣାଉଛି। ମୁଁ ଜାଣିଛି ସେ ଯେଉଁଠି ବି ଅଛି ଭଲରେ ଅଛି।’

ସମ୍ବନ୍ଧିତ ଖବର