ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଖୁବ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକି ଲୋକଙ୍କ ଖୁବ ମନୋରଞ୍ଜନ ବି କରାଇଥାଏ। ନିକଟରେ ଜଣେ ବାଳକ ସୋସିଆଲ ମିଡିଆରେ ଏକ ମାର୍କସିଟ ସେୟାର କରିଛି। ଏହି ମାର୍କସିଟ ଟି ପୋଷ୍ଟ ସେୟାର କରିଥିବା ବାଳକଙ୍କ ବାପାଙ୍କର ବୋଲି ଉଲ୍ଲେଖ ରହିଛି।
ବାପାଙ୍କ ମାର୍କସିଟ ସେୟାର କରି ପୁଅ କ୍ୟାପସନରେ ଲେଖିଛି, ବାପା ସର୍ବଦା ମୋତେ ପାଠପଢ଼ିବା ପାଇଁ ବ୍ୟସ୍ତ କରାଇ ଦେଇଥାଆନ୍ତି କାରଣ ମୁଁ ପଢ଼ାପଢ଼ିରେ ଦୁର୍ବଳ ରହିଛି। ତେଣୁ ଅନେକ ବିଷୟରେ ଫେଲ ହୋଇଯାଉଛି। ପାଠପଢ଼ି ପାସ ହେବାକୁ ବାପା ମୋ ଉପରେ ଚାପ ପକାଉଛନ୍ତି।
ଏଭଳି କ୍ଷେତ୍ରରେ ମୁଁ ବାପାଙ୍କ ଦଶମବୋର୍ଡ ପରୀକ୍ଷାର ମାର୍କସିଟ ପାଇଛି, ଯାହାକୁ ଆପଣମାନଙ୍କ ସହିତ ସେୟାର କରୁଛି। ଦେଖନ୍ତୁ ଏହି ମାର୍କସିଟ ଯେଉଁଥିରେ ବାପା ସମସ୍ତ ବିଷୟରେ ଫେଲ ହୋଇଥିବା ଦେଖିବାକୁ ମିଳୁଛି।
Pitaji ki marksheet mil gayi 😂 pic.twitter.com/3dXn0yKJh1
— Desi Bhayo (@desi_bhayo88) April 19, 2024
ଏହି ଭିଡିଓକୁ ଦେଶୀ ଭାଇୟୋ ନାମରେ ଏକ୍ସରେ ସେୟାର କରାଯାଇଛି। ମାର୍କସିଟର ଏହି ଭିଡିଓ ଦେଖି କିଛି ଲୋକ ମଜାକ କରିଥିବା ବେଳେ ଅନ୍ୟ କିଛିଲୋକ ପୁଅର ଏଭଳି କାମକୁ ପସନ୍ଦ ନକରି କହିଛନ୍ତି, ବାପାମାନେ ଜୀବନରେ ଯେଉଁ କ୍ଷେତ୍ରରେ ଅସଫଳ ହୋଇଥାଆନ୍ତି ସେ କ୍ଷେତ୍ରରେ ସେମାନେ ନିଜ ପିଲାଙ୍କୁ କେବେ ବି ହାରିବାକୁ ଦିଅନ୍ତି ନାହିଁ। ସବୁବେଳେ ନିଜେ ହାରମାନି ପିଲାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିଥାଆନ୍ତି। ବାପା ଓ ମା’ଙ୍କ ପ୍ରୋତ୍ସାହିତ ପିଲାମାନଙ୍କୁ ଆଗକୁ ବଢ଼ାଥାଏ। ତେଣୁ ସେମାନଙ୍କ ପ୍ରୋତ୍ସାହିତକୁ ଥଟ୍ଟା କରିବା ଉଚିତ ନୁହେଁ।