ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥ‌ାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖି ଆପଣାଛାଏଁ ଆଖିରେ ଲୁହ ଜ‌କେଇ ଆସିଥାଏ। ନିକଟରେ ମା’ ଓ ପୁଅକୁ ନେଇ ଏଭଳି ଏକ ଭାବବିହ୍ବଳ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଗୁଡ଼ନ୍ୟୁଜ ମୁଭମେଣ୍ଟରେ ସେୟାର କରାଯାଇଛି।

Advertisment

ଭାଇରାଲ ହୋଇଥିବ‌ା ମା’ ଓ ପୁଅର ଏହି ଭିଡିରେ ଦେଖିବାକୁ ମିଳୁଛି। ମା’ ଦୌଡ଼ିଦୌଡ଼ି ଆସୁଥିବା ବେଳେ ପୁଅ ହସ୍ପିଟାଲ ବିଛଣାରେ ବସିଛି। ମା’କୁ ହଠାତ ଦେଖି ମା’ ମା’ ବୋଲି ଡାକି କାନ୍ଦି ପକାଇଥିଲା ପୁଅ। ମା’ ବି ନିଜ ପୁଅକୁ ସୁସ୍ଥ ହେଉଥିବା ଦେଖି ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦି ପକାଇଥିଲେ।

ତେବେ କୁହାଯାଉଛି କି ଗୁଇ ନାମକ ବାଳକ ଏକ ଦୁର୍ଲଭ ଚର୍ମ ରୋଗରେ ପୀଡ଼ିତ। ସେ ୧୬ଦିନ ଧରି କୋମାକୁ ଚାଲିଯାଇଥିଲା। ଏବେ ସେ ଧୀରେଧୀରେ ସୁସ୍ଥ ହେଉଛି। ୧୬ଦିନ ଧରି ନିଜ ପୁଅ ଠାରୁ ଦୂରରେ ରହିଥିବା ମା’ ମନରେ କ’ଣ ଯେ ବିତୁଥିବା ତାହା ଜଣେ ମା’ ହିଁ ଅନୁଭବ କରିପାରିବ। ଏବେ ପୁଅ ସୁସ୍ଥ ହେବା ଖବର ଡାକ୍ତରଙ୍କ ଠାରୁ ଶୁଣିବା ପରେ ଗୁଇର ମା’ ଖୁସିରେ ଝୁମି ଯାଇଥିଲେ।