ଭାରତରୁ ରାଜୀବ, ଇଟାଲୀରୁ ସୋନିଆ: ଏହି ସ୍ଥାନରୁ ଆରମ୍ଭ ହୋଇଥିଲା ସମ୍ପର୍କ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ | ଆଜିକୁ ୩୧ ବର୍ଷ ତଳେ ତାମିଲନାଡୁରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ଦ୍ବାରା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା | ତେବେ ଭାରତରେ କମ୍ପ୍ୟୁଟର ବିପ୍ଳବର ପିତା କୁହାଯାଉଥିବା ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ କେମିତି ଓ କେଉଁଠାରେ ଭେଟିଥିଲେ, ଆପଣ ତାହା ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ସେବାବଦରେ କହିବୁ | ରାଜୀବ ଯେତେବେଳେ ଇଞ୍ଜିନିୟରିଂ ପଢିବାକୁ କେମ୍ବ୍ରିଜକୁ ଯାଇଥିଲେ ସେତେବେଳେ ସେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ |

ଇଟାଲୀରେ ଜନ୍ମିତ ସୋନିଆ ଗାନ୍ଧୀଙ୍କୁ ରାଜୀବ ୧୯୬୫ ମସିହାରେ ଭେଟିଥିଲେ । ସୋନିଆ ଗାନ୍ଧୀଙ୍କ ଜୀବନୀ ଲେଖିଥିବା ଲେଖକ ରସିଦ୍ କିଡୱାଇ କୁହନ୍ତି ଯେ, ରାଜୀବ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଥିବା ଗ୍ରୀକ୍ ରେଷ୍ଟୁରାଣ୍ଟକୁ ପ୍ରାୟ ସମୟ ଯାଉଥିଲେ | ସେଠାରେ ରାଜୀବ ଗାନ୍ଧୀ ସୋନିଆଙ୍କ ପ୍ରତି ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ ସେ ରେଷ୍ଟୁରାଣ୍ଟ ମାଲିକ ଚାର୍ଲ୍ସ ଆଣ୍ଟୋନିଙ୍କୁ କହିଥିଲେ, ଆପଣ ହୁଏତ କିଛି ଅଧିକ ଟଙ୍କା ନେଇପାରନ୍ତି, କିନ୍ତୁ ମୋତେ ସୋନିଆଙ୍କ ପାଖରେ ବସିବାକୁ ଦିଅନ୍ତୁ। ରାଜୀବ ଗାନ୍ଧୀ ଆଣ୍ଟୋନିଙ୍କୁ ଯେକୌଣସି ପ୍ରକାରେ ସୋନିଆଙ୍କ ପାଖରେ ବସିବାକୁ କହିଥିଲେ।

ରସିଦ୍ କିଡୱାଇ କୁହନ୍ତି, “ସୋନିଆ ତାଙ୍କ ସାଙ୍ଗମାନଙ୍କ ସହ ସେଠାକୁ ଯାଇଥିବାବେଳେ ରାଜୀବ ଗାନ୍ଧୀ ଅନ୍ୟମାନଙ୍କ ସହ ବସିଥିବାର ଦେଖିଲେ। ତେବେ ରାଜୀବ ତାଙ୍କୁ ଏକଲୟରେ ଦେଖିଥିଲେ | ଏହା ପରେ ରାଜୀବ ଏକ ନାପକିନରେ କିଛି ଲେଖି ୱେଟର ମାଧ୍ୟମରେ ସୋନିଆଙ୍କ ନିକଟକୁ ପଠାଇଥିଲେ | ଏହା ଏକ କବିତା ଥିଲା ଯେଉଁଥିରେ ରାଜୀବ ଗାନ୍ଧୀ ସେତେବେଳେ ସୋନିଆଙ୍କ ସୌନ୍ଦର୍ଯ୍ୟ ବିଷୟରେ ଲେଖିଥିଲେ। ସେମାନଙ୍କର ଜଣେ ଜର୍ମାନ ବନ୍ଧୁ ଥିଲେ ଯିଏକି ରାଜୀବ ଗାନ୍ଧୀଙ୍କୁ ମଧ୍ୟ ଜାଣିଥିଲେ, ଯାହା ମାଧ୍ୟମରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ’।

ସମ୍ବନ୍ଧିତ ଖବର