ନଦୀରେ ବୁଡି ଯାଉଥିଲେ ମା’ ଓ ଶିଶୁ, ୧୧ବର୍ଷର ବାଳକ ବାହାଦୁରୀ ଦେଖାଇ ବଞ୍ଚାଇଲା ଜୀବନ

ସୋନିତପୁର: ନିକଟରେ ଜନୈକ ୧୧ବର୍ଷୀୟ ନାବାଳକର ବହାଦୁରୀର ଏକ ମିଶାଲ ଦେଖିବା ପାଇଁ ମିଳିଛି। ସଂପ୍‌କ୍ତ ନାବାଳକର ନାମ ଉତ୍ତମ ତାତି । ଉତ୍ତମ ନିକଟରେ ନଦୀରେ ବୁଡି ଯାଉଥିବା ଜଣେ ମହିଳା ଓ ତାଙ୍କ ଶିଶୁକୁ ବଞ୍ଚାଇବାର ସଫଳ ହୋଇଛନ୍ତି। ଏହି ଘଟଣା ପରେ ଉତ୍ତମ ପାଖକୁ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଛି।

କୁହାଯାଉଛି କି, ଜୁଲାଇ ୭ ତାରିଖରେ ନଦୀ ପାର କରୁଥିବା ବେଳେ ହଠାତ ନଦୀରେ ସ୍ରୋତ ବଢ଼ି ଯାଇଥିଲା । ଫଳରେ ମା’ ଓ ଶିଶୁ ଏଥିରେ ବୁଡିବାକୁ ଲାଗିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୧୧ବର୍ଷର ନାବାଳକ ଉତ୍ତମ ମହିଳା ଓ ତାଙ୍କ ଶିଶୁକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ନଦୀକୁ ଡେଇଁ ପଡ଼ିଥିଲା। ଶେଷରେ ବାଳକ ନଦୀ ଭିତରୁ ମହିଳା ଓ ତାଙ୍କ ଶିଶୁକୁ ବଞ୍ଚାଇବାରେ ସଫଳ ହୋଇଥିଲା।

 

ଏହି ଘଟଣାକୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ କହନ୍ତି, ମହିଳା ନଦୀ ପାର କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ନଦୀର ସ୍ରୋତ ବଢ଼ି ଯାଇଥିଲା। ସେ ସାଙ୍ଗରେ ଧରିଥିବା ଶିଶୁ ସହିତ ବୁଡି ଯାଉଥିଲେ। ମହିଳା ଓ ଶିଶୁକୁ ନଦୀରୁ ଉଦ୍ଧାର କରିଥିବା ବାଳକଙ୍କୁ ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ କରିବା ପାଇଁ ଡେପୁଟି କମିଶନରଙ୍କୁ କୁହାଯାଇଛି।।

ସମ୍ବନ୍ଧିତ ଖବର