ଭେଟିବା ପାଇଁ ସାଇକେଲରେ ଆସିଥିଲେ ଅରମାନ, ସାଇକେଲ ସହ ଅରମାନଙ୍କୁ ବିମାନରେ ବିଦା କଲେ ସୋନୁ

ନୂଆଦିଲ୍ଲୀ: କଥା ଦେଇ କଥା ରଖିଲେ ସୋନୁ ସୁଦ । ସାଇକେଲରୁ ବିହାରରୁ ମୁମ୍ବାଇ ଯାଉଥିବା ପ୍ରଶଂସକଙ୍କ ପାଇଁ କଲେ ବିମାନ ଟିକେଟ ବୁକ । ଏହାସହ ତାଙ୍କ ପାଇଁ ସ୍ୱତନ୍ତ୍ର ରୁମ ମଧ୍ୟ ରଖିଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ପ୍ରଶଂସକଙ୍କ ସହ ବସି କଥା ହୋଇଥିଲେ ସୋନୁ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇଯାଇଥିଲେ ପାଟନାର ଅରମାନ ।

କେବଳ ଏତିକି ନୁହେଁ ଅରମାନଙ୍କୁ ବିହାର ଫେରିବା ପାଇଁ ଟିକେଟର ବ୍ୟବସ୍ଥା ମଧ୍ୟ କରିଥିଲେ ସୋନୁ । ଅରମାନଙ୍କ ସହ ତାଙ୍କ ସାଇକେଲ ମଧ୍ୟ ଫ୍ଲାଇଟରେ ପଠାଇଥିଲେ । ତେବେ ଜଣେ ପ୍ରଶଂସକଙ୍କ ପାଇଁ ଏଭଳି କରିଥିବାରୁ ଏବେ ଚର୍ଚ୍ଚାରେ ରହିଛନ୍ତି ସୋନୁ ସୁଦ । ସୋନୁଙ୍କୁ ଦେଖା କରିବା ପରେ ଅରମାନ କହିଛନ୍ତି, ମୁଁ ମୋ ହିରୋଙ୍କୁ ଦେଖା କରି ବହୁତ ଗର୍ବ ଅନୁଭବ କରୁଛି । ମୁଁ ଏମିତି ଏକ ଲୋକଙ୍କୁ ଦେଖା କରି ଫେରିଛି ଯାହା ପଛରେ ପୂରା ଦୁନିଆ ପାଗଳ । ଆଉ ଆମ ବିହାରବାସୀଙ୍କ ପାଇଁ ଭଗବାନଠୁ ବି କମ ନୁହନ୍ତି ସେ ।

Sonu Sood sends smartphones to students in remote Haryana village for online education
DNA India

କିଛି ଦିନ ତଳେ ଅରମାନ ଚର୍ଚ୍ଚାକୁ ଆସିଥିଲେ । କାରଣ ସେ ସୋନୁଙ୍କୁ ଦେଖା କରିବାକୁ ସାଇକେଲରେ ପାଟନାରୁ ବାହାରିଥିଲେ ମୁମ୍ବାଇ । ଏହି ଖବର ପାଇବା ପରେ ନିଜ ପ୍ରଶଂସକଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ ସୋନୁ । ପରେ ବିମାନରେ ଟିକେଟ ବ୍ୟବସ୍ଥା କରାଇ ତାଙ୍କୁ ଅଧା ବାଟରୁ ମୁମ୍ବାଇକୁ ଆଣିଥିଲେ।

ସୋନୁ ସୁଦ, ଏହି ମହାନ ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ଆଉ ପରିଚୟର ଆବଶ୍ୟକତା ନାହିଁ । କାରଣ ସାଧାରଣ ଗରିବ ଲୋକଙ୍କୁ ସହାୟତା କରି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ସୋନୁ ସୁଦ । ଲକଡାଉନ ବେଳେ ଯେତେବେଳେ ବାହାର ରାଜ୍ୟରେ ପ୍ରବାସୀମାନେ ଫସି ରହିଥିଲେ ସେତେବେଳେ ସାହାଯ୍ୟ ପାଇଁ ଆଗକୁ ଆସିଥିଲେ ସୋନୁ । ଆଉ ପ୍ରବାସୀଙ୍କୁ ବସରେ ଘରକୁ ପଠାଇଥିଲେ ।

ସମ୍ବନ୍ଧିତ ଖବର