ପୁଣି ଚର୍ଚ୍ଚାରେ ସୋନୁ: ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ, ନିଜେ ରୋଷେଇ କଲେ

ନୂଆଦିଲ୍ଲୀ: ଫାଷ୍ଟ ପୁଡ ଦୋକାନରେ ହଠାତ ଯାଇ ପହଞ୍ଚିଲେ ସୋନୁ ସୁଦ । ଆଉ ସୋନୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଦୋକାନୀ । ନିଜେ ବିଶ୍ୱାସ କରିପାରୁ ନଥିଲେ ଏହି କଥାକୁ । ଏହା ଏକ ସ୍ୱପ୍ନ ନା ବାସ୍ତବ ସେ ବୁଝି ପାରୁନଥିଲେ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଫାଷ୍ଟଫୁଡ ଦୋକାନୀ । ନିଜ ହାଇଦ୍ରାବାଦୀ ପ୍ରଶଂସକଙ୍କୁ ଏଭଳି କିଛି ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ ।

ହାଇଦ୍ରାବାଦର ଅନୀଲ ନାମକ ଜଣେ ଯୁବକ ଏକ ଫାଷ୍ଟଫୁଡ ଦୋକାନ ଖୋଲିଛନ୍ତି । ଆଉ ସେ ଫାଷ୍ଟଫୁଡ ଦୋକାନର ନାଁ ଦେଇଛନ୍ତି ଲକ୍ଷ୍ମୀ ସୋନୁ ସୁଦ ଫାଷ୍ଟ ଫୁଡ ସେଣ୍ଟର । ସବୁଠାରୁ ବଡ଼ କଥା ହେଉଛି ସୋନୁ ସୁଦ ତାଙ୍କର ଏହି ପ୍ରଶଂସକଙ୍କୁ ଭେଟିବାକୁ ହାଇଦ୍ରାବାଦ ଆସିଥିଲେ । ବେଗୁମପେଟ ଅଞ୍ଚଳରେ ଥିବା ଅନୀଲଙ୍କ ଫାଷ୍ଟ ଫୁଡକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସୋନୁଙ୍କୁ ପାଖରେ ପାଇ କୁଣ୍ଢାଇ ପକାଇଥିଲେ ଅନୀଲ । ପରେ ସୋନୁ ସୁଦ ଫାଷ୍ଟ ଫୁଡ ଦୋକାନରେ ନିଜେ ରୋଷେଇ କରିବା ସହ ଖାଇବା ମଧ୍ୟ ଖାଇଥିଲେ ।

ନିଜ ପ୍ରଶଂସକଙ୍କୁ ସୋନୁ ଦେଇଥିବା ଏହି ସରପ୍ରାଇଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏହାସହ ସୋନୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସୋନୁ ମଧ୍ୟ ନିଜେ ଏହାକୁ ଟ୍ୱିଟ କରିଛନ୍ତି ।

ଲକଡାଉନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ହୃଦୟର ରାଜି ବନିଛନ୍ତି ସୋନୁ । ଚିକିତ୍ସା ହେଉ ଅବା ସ୍ୱାସ୍ଥ୍ୟ, ସାହାଯ୍ୟ ମାଗିଲେ ସୋନୁ ମନା କରନ୍ତି ନାହିଁ । ଏଭଳି ମହାନ କାମ ପାଇଁ ଏବେ ଗରିବଙ୍କ ଭଗବାନ ସାଜିଛନ୍ତି ଏହି ବଲିଉଡ ଅଭିନେତା । ଲକଡାଉନ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ନିଜ ମହାନତା ଦେଖାଇଥିଲେ ସୋନୁ । ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ବସ କରି ଘରକୁ ଘରକୁ ପଠାଇଥିଲେ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ସୋନୁଙ୍କ ସାହାଯ୍ୟ କରିବାର ଅଭିଯାନ । ଏହି ଅଭିଯାନ ଏବେ ଯାଏଁ ବି ଜାରି ରଖିଛନ୍ତି ସୋନୁ ।

ସମ୍ବନ୍ଧିତ ଖବର