ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିବା ଏବଂ ନୋଏଡାଠାରେ ଅନେକଙ୍କ ରହିବାର ବ୍ୟବସ୍ଥା କରିବା ପରେ ବଲିଉଡ ଅଭିନେତା ସୋନୁ ସୁଦ ଏବେ ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରିଥିବା ଜଣା ପଡିଛି | କରୋନା ମହାମାରୀ ପାଇଁ ଏବେ ସ୍କୁଲ ବନ୍ଦ ଥିବା ବେଳେ ଅନଲାଇନ ଜରିଆରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି | କିନ୍ତୁ କିଛି ପିଲାଙ୍କ ପରିବାର ସେମାନଙ୍କୁ ସ୍ମାର୍ଟଫୋନ ଦେଇ ପାରିନଥିବାରୁ ସେମାନେ ପଢ଼ାରୁ ବଞ୍ଚିତ ହେଉଛନ୍ତି | ତେବେ ଏଭଳି ଘଟୁଥିବା ଜାଣି ବଲିଉଡ ଅଭିନେତା ସୋନୁ ସୁଦ ଏବେ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି |
ହରିୟାଣାର ମୋର୍ନି ସ୍ଥିତ ଏକ ସରକାରୀ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି ସୋନୁ ସୁଦ। ମୋର୍ନିର କୋଟିରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟଫୋନ ନଥିବାରୁ ଅନଲାଇନ୍ କ୍ଲାସରେ ଯୋଗଦେବା ପାଇଁ ଅନେକ ବାଟ ଯାତ୍ରା କରିବାକୁ ପଡୁଥିଲା | ଏ ବିଷୟରେ ସୋନୁ ସୁଦଙ୍କୁ ଖବର ମିଳିବା ପରେ ସେ ତାଙ୍କ ବନ୍ଧୁ କରଣ ଗିଲହୋତ୍ରାଙ୍କ ସାହାଯ୍ୟରେ ସ୍କୁଲ ପ୍ରିନ୍ସପାଲଙ୍କୁ ସ୍ମାର୍ଟଫୋନ୍ ପଠାଇଥିଲେ | ସ୍ମାର୍ଟଫୋନ୍ ପାଇବା ପରେ ଛାତ୍ର-ଛାତ୍ରୀମାନେ ଭିଡିଓ କଲରେ ସୋନୁ ସୁଦଙ୍କ ସହ କଥାବାର୍ତ୍ତା ହୋଇଥିଲେ ବୋଲି ଜଣା ପଡିଛି।
A wonderful beginning to my day watching all the students get their smartphones to attend their online classes. @Karan_Gilhotra पढ़ेगा इंडिया तभी तो बढ़ेगा इंडिया। 🇮🇳 n thanks to @HinaRohtaki for bringing this need for the students to our notice. https://t.co/6Pn9QH0o4H
— sonu sood (@SonuSood) August 26, 2020
ଏ ଘଟଣା ବିଷୟରେ ଜଣାଇ ସୋନୁ ସୁଦ ଟୁଇଟ କରିଛନ୍ତି ଯେ,"ସବୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠପଢା ପାଇଁ ସ୍ମାର୍ଟଫୋନ ପାଇଯାଇଥିବା ଦେଖି ଆଜି ମୋର ଦିନର ଆରମ୍ଭ ଖୁବ ଭଲ ହୋଇଛି | ଏହା ସହ କରଣ ଗିଲହୋତ୍ରା ଏବଂ ହିନା ରୋହତକିଙ୍କୁ ଧନ୍ୟବାଦ ଜଣାଇଛନ୍ତି | ତେବେ ଅଗଷ୍ଟ ୨୪ତାରିଖ ଦିନ ସୋନୁ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଜାଣିବା ପରେ ପରଦିନ ସେ ସ୍କୁଲକୁ ସ୍ମାର୍ଟଫୋନ ପଠାଇଥିଲେ ବୋଲି ଜଣା ପଡିଛି |