ନୂଆଦିଲ୍ଲୀ: ଭାଇ ଓ ଭଉଣୀର ସମ୍ପର୍କ ଏକ ସୁନ୍ଦର ଓ ସ୍ନେହଭରା ସମ୍ପର୍କ ଟିଏ। ଏଥିରେ ଭଲ ପାଇବା ଯେତିକି ଥାଏ ସେତିକି ଝଗଡ଼ା ବି ରହିଥାଏ। ଭାଇ ଓ ଭଉଣୀକୁ ନେଇ ଅନେକ ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି କ୍ରମରେ ଏମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
ଏହି ଭିଡିଓକୁ ଉକ୍ତ ଭାଇ ଓ ଭଉଣୀଙ୍କ ମା’ ସୁମନ ଚୌଧୁରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ୧୮ମାସର ଅବିରା ଓ ୧୧ବର୍ଷର ବିହାନଙ୍କୁ ଦେଖିବାକୁ ମିଳୁଛି।
View this post on Instagram
ଭିଡିଓରେ ଅବିରା ତାର ବଡ଼ ଭାଇକୁ ବାରମ୍ବାର କ୍ଷମା ମାଗିଛୁ। କାନ ଧରି ଭାଇ .. ଏ ଭାଇ.. ମୋର ଭୁଲ ହୋଇଯାଇଛି ବୋଲି କହୁଛି। କିନ୍ତୁ ତାର ଭାଇ କୁନି ଭଉଣୀର କୌଣସି କଥା ଶୁଣୁନାହିଁ। ଏଥିରେ ଭଉଣୀ ରାଗି ଯାଇ ତାର ଭାଇକୁ ମାଡ଼ ମାରିବାକୁ ଧମକ ଦେଉଛି।
ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓକୁ ଭାଇ-ଭଉଣୀଙ୍କ ମା’ ସୁମନ ଚୌଧୁରୀ ନିଜ କ୍ୟାମେରାରେ ରେକର୍ଡ କରି ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହୋଇଯାଇଛି। ଲୋକେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ସୁନ୍ଦର ପ୍ରତିକ୍ରିୟା ଓ ଭଲପାଇବା ବି ଦେଇଛନ୍ତି।