ବିସ୍ଫୋରକ ସହ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାଲାଗି ପ୍ରଧାନମନ୍ତ୍ରୀଙ୍କର ଅନୁମତି ଲୋଡିଲେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ନ୍ୟାୟାଳୟର ଜଣେ କର୍ମଚାରୀ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଏହି କର୍ମଚାରୀଜଣକ ନିଜ ଶରୀରରେ ବିସ୍ଫୋରକ ସାମଗ୍ରୀ ବାନ୍ଧି ଆତଙ୍କବାଦୀମାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନୁମତି ଭିକ୍ଷା କରିଛନ୍ତି।। ମଉଗଂଜର ସିଭିଲ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରାଜକରଣ ସିଂହ ଗତକାଲି ଏଭଳି କହିଛନ୍ତି।

ରାଜକରଣ ସିଂହ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ ଦେଶର ଯବାନମାନେ ଦିନରାତି ଦେଶର ନାଗରିକମାନଙ୍କ ସୁରକ୍ଷାରେ ଲାଗି ରହିଛନ୍ତି। ରାଜକରଣ ସିଂହ କହିଛନ୍ତି ଯେ ଏହି ପତ୍ର ଦ୍ୱାରା ସେ ନିଜ ମନୋଭାବକୁ ବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ପାଇଁ ପ୍ରାଣବଳି ଦେଉଥିବା ଯବାନ୍‌ମାନେ ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣର ଶିକାର ହେଉଛନ୍ତି ଓ ସଂପର୍ଣ୍ଣ ଜୀବନ ମଧ୍ୟ ବଞ୍ଚିପାରୁନାହାଁନ୍ତି।

ରାଜକରଣ ସିଂହ କହିଛନ୍ତି ଯେ ସେ  ଜୀବନକୁ ଖୁସିରେ ବିତାଇସାରିଛନ୍ତି। ଏବେ ଦେଶପାଇଁ କିଛି କରିବାକୁ ଚାହାଁନ୍ତି। ଦେଶ ପାଇଁ ଜୀବନ ବଳି ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜକରଣ ସିଂହ।

ସମ୍ବନ୍ଧିତ ଖବର