ମାଆଙ୍କ ଚିକିତ୍ସା ପାଇଁ ଲୋଡ଼ା ଥିଲା ୩ ଲକ୍ଷ ଟଙ୍କା, ଅନ୍‌ଲାଇନ୍‌ରେ ଆର୍ଥିକ ସହାୟତା ମାଗି ୫୦ ଲକ୍ଷ ଯୋଗାଡ଼ କଲେ ଝିଅ

କୋଚି: କରୋନା ଭାଇରାସ୍‌ ଅନେକଙ୍କ ଜୀବିକା ଛଡ଼ାଇ ନେଇଛି। ଚାକିରି ଛାଡ଼ି ବେରୋଜଗାର ହୋଇ ଘରେ ବସିଛନ୍ତି ଲକ୍ଷ ଲକ୍ଷ ଲୋକ। କେବଳ ଚାକିରି କାହିଁକି, ଅନେକ ଖୁସିରେ ବାଧକ ସାଜିଛି ଏହି ମହାମାରୀ ଭାଇରସ୍‌। ମାତ୍ର ତା’ ସତ୍ତ୍ବେ  ସମାଜରେ କିଛି ଭଲ ଭଲ ଘଟଣା ସବୁ ଘଟୁଛି, ଯାହା ପାଇଁ କିଛି ତ ପ୍ରେରଣା ନିଶ୍ଚୟ ମିଳୁଛି। ଏବେ ପରିସ୍ଥିତିରେ ଲୋକଙ୍କ ପାଖରେ ଟଙ୍କାର ଯେତେ ଅଭାବ ରହିଥିଲେ ବି ମାନବିକତା କିନ୍ତୁ ଆଜି ବି ବଞ୍ଚିଛି। କେରଳର ଜଣେ ଯୁବତୀ ନିଜ ମାଆଙ୍କ ଯକୃତ ପ୍ରତିରୋପଣ ପାଇଁ ଅନ୍‌ଲାଇନ୍‌ରେ ଲୋକଙ୍କୁ ସାହାଯ୍ୟ ମାଗି ମାଆଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ଯୋଗାଡ଼ କରି ସାରିଲେଣି।

ଯୁବତୀ ବର୍ଷାଙ୍କ ୪୬ ବର୍ଷୀୟା ମାଆ ଅମ୍ରିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏଆଇଏମ୍‌ଏସ୍‌)ରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ୍‌ରେ ଯକୃତ ପ୍ରତିରୋପଣ ପାଇଁ ୩ ଲକ୍ଷ ଟଙ୍କା ମଗା ଯାଇଥିଲା। ଡିଗ୍ରି ଶେଷ ବର୍ଷରେ ପାଠ ପଢୁଥିବା ୨୨ ବର୍ଷୀୟା ବର୍ଷା ଅନ୍‌ଲାଇନ୍‌‌ରେ ଏକ ଭାବପ୍ରବଣ ପୋଷ୍ଟ୍‌ ଲେଖିବା ପରେ ରାତାରାତି ଭାଇରାଲ୍‌ ହୋଇଥିଲେ। ତାଙ୍କୁ ବିଭିନ୍ନ ଆଡୁ ଆର୍ଥିକ ସମର୍ଥନ ମିଳିବା ଆରମ୍ଭ ହୋଇ ଯାଇଥିଲା।

www.newindianexpress.com

୧୦ ଦିନ ତଳେ ମାତ୍ର ହାତରେ ୧୦ ହଜାର ଟଙ୍କା ନେଇ ନିଜ ମାଆଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିବା ବର୍ଷାଙ୍କୁ ଯେତେବେଳେ ତାଙ୍କ ମାଆଙ୍କ ଯକୃତ ପ୍ରତିରୋପଣ ପାଇଁ ୩ ଲକ୍ଷ ଟଙ୍କା ମଗା ଯାଇଥିଲା ସେ ପ୍ରଥମେ କ’ଣ କରିବେ କିଛି ଭାବି ପାରି ନଥିଲେ। ପରେ ସେ ଅନ୍‌ଲାଇନ୍‌ରେ ଆର୍ଥିକ ସହାୟତା ଲୋଡ଼ି ଏକ ପୋଷ୍ଟ୍‌ କରିଥିଲେ। ବାପା ନ ଥିବା ଏହି ଝିଅର ଭାବପ୍ରବଣ ଭରା ପୋଷ୍ଟ୍‌ ଦେଖିବା ପରେ ଅନେକ ଲୋକ ଆର୍ଥିକ ସମର୍ଥନ ଦେଇ ଧୀରେ ଧୀରେ ତାଙ୍କ ପାଣ୍ଠି ବଢ଼ାଇ ଚାଲିଲେ।

ସମ୍ବନ୍ଧିତ ଖବର