ମ୍ୟୁଚୁଆଲ୍ ଫଣ୍ଡ୍ କାରବାରରେ ସିଷ୍ଟମେଟିକ୍ ଟ୍ରାନ୍ସଫର୍ ପ୍ଲାନ୍ ବା ଏସ୍ଟିପି ଏକ ଲୋକପ୍ରିୟ ବ୍ୟବସ୍ଥା। ଏହା ମାଧ୍ୟମରେ କୌଣସି ମ୍ୟୁଚୁଆଲ୍ ଫଣ୍ଡ୍ର ଗୋଟିଏ ସ୍କିମ୍ରୁ ଅନ୍ୟ ଏକ ସ୍କିମ୍କୁ ନିବେଶ ଅର୍ଥ ସ୍ଥାନାନ୍ତରିତ କରାଯାଇଥାଏ। ଏହା ଦ୍ବାରା ଏକ ଲୋୟର୍-ରିସ୍କ ସ୍କିମ୍ରୁ (ଋଣ ପାଣ୍ଠି)ଏକ ହାୟର୍-ରିସ୍କ ସ୍କିମ୍ (ଇକ୍ୱିଟି ପାଣ୍ଠିକୁ ନିୟମିତ ବ୍ୟବଧାନରେ ଫଣ୍ଡ୍ ଟ୍ରାନ୍ସଫର୍ ହୁଏ। ଏସ୍ଟିପି ଦ୍ବାରା ଜଣେ ନିବେଶକ ବିଭିନ୍ନ ବାଟରେ ଲାଭବାନ ହୋଇଥାଏ। ଏହା ଉଭୟ ଦିଗରେ ରିଟର୍ଣ୍ଣ ବୃଦ୍ଧି କରେ। ଗୋଟିଏ ପଟେ, ଆପଣଙ୍କ ନିବେଶ ପୁଞ୍ଜି ଲିକ୍ବିଡ୍ ଫଣ୍ଡ୍ ବା ଡେଟ୍ ଫଣ୍ଡ୍ ଆକାରରେ ଏକ ବ୍ୟାଙ୍କ୍ ଆକାଉଣ୍ଟ ଅପେକ୍ଷା ଅଧିକ ଲାଭଦାୟକ। ଦ୍ୱିତୀୟତଃ, ଦୀର୍ଘକାଳୀନ ଭିିତ୍ତିରେ ଇକ୍ୱିଟି ଫଣ୍ଡ୍ରେ ଟଙ୍କା ସ୍ବାଇପ୍ କରିବା ଲାଭଦାୟକ େହାଇଥାଏ। ଏହା ବ୍ୟବସ୍ଥିତ ଭାବେ ପୁଞ୍ଜି ଆବଣ୍ଟନ ପାଇଁ ଉପକରଣ ଭାବେ ପରିଗଣିତ ହୋଇଥାଏ । ଏଥିରେ ଉଠାଣ ଓ ଆବଣ୍ଟନ ପର୍ଯ୍ୟାୟକ୍ରମେ ହୋଇଥାଏ। ସଂକ୍ଷେପରେ କହିଲେ, ଏସ୍ଟିପି ହେଉଛି ପୋର୍ଟଫୋଲିଓ ପୁନଃବ୍ୟବସ୍ଥା ଓ ସ୍ମାର୍ଟ ଆସେଟ୍ ଆବଣ୍ଟନର ଏକ ମାଧ୍ୟମ।
ସିଷ୍ଟମେଟିକ୍ ଟ୍ରାନ୍ସଫର୍ ପ୍ଲାନ୍ର ପ୍ରକାର
ପ୍ରଥମଟି ହେଉଛି ଫିକ୍ସଡ୍ ଏସ୍ଟିପି। ଯେଉଁଠାରେ ମୁଖ୍ୟ ପାଣ୍ଠିରୁ ଉଠାଯାଇଥିବା ଓ ଟାର୍ଗେଟ୍ ଫଣ୍ଡକୁ ପଠାଯାଇଥିବା ପାଣ୍ଠିର ପରିମାଣ ଏସ୍ଟିପିର ଅବଧି ମଧ୍ୟରେ ସ୍ଥିର ରହିଥାଏ।
ଦ୍ୱିତୀୟଟି ହେଉଛି ଫ୍ଲେକ୍ସିବଲ୍ ଏସ୍ଟିପି। ଏଠାରେ ଟ୍ରାନ୍ସଫର୍ ନିୟମ ଆଧାରିତ ନୁହେଁ, କିନ୍ତୁ ନିବେଶକମାନେ ପ୍ରତି ମାସରେ ବଜାରରେ ଉପଲବ୍ଧ ସୁଯୋଗକୁ ମୂଲ୍ୟାଙ୍କନ କରି ଅର୍ଥ ସ୍ଥାନାନ୍ତର କରନ୍ତି।
ତୃତୀୟଟି ଷ୍ଟେପ୍ଡ-ଅପ୍ ଏସ୍ଟିପି। ଏହା ପ୍ରଥମେ ଏକ ସ୍ବାଇପ୍ ପରିମାଣରୁ ଆରମ୍ଭ ହୋଇଥାଏ ଏବଂ ପରେ ପୂରାବର୍ଷ କିମ୍ବା କିଛି ସ୍ଥିର ଅବଧି ପାଇଁ ସେହି ପରିମାଣ ଜାରି ରହିଥାଏ। ଏହାଦ୍ବାରା ଏସ୍ଟିପି ପରିମାଣ ପ୍ରତିବର୍ଷ ହାରାହାରି ଭାବେ ଆପେ ବୃଦ୍ଧି ପାଇଥାଏ।
ଚତୁର୍ଥ ମଡେଲ୍ରେ, କେବଳ ବଜାର ମୂଲ୍ୟବୃଦ୍ଧି ମାଧ୍ୟମରେ ଲାଭକୁ ସୋର୍ସ ଫଣ୍ଡରୁ ଟାର୍ଗେଟ୍ ଫଣ୍ଡକୁ ପଠାଯାଏ। ଏହି ପଦ୍ଧତି ଏସ୍ଟିପି ପୁନଃଆବଣ୍ଟନ ବିପରୀତ ଦିଗରେ ହେଲେ ଅଧିକ ଲାଭକରୀ ହୋଇଥାଏ।