୬ଟି ଭିନ୍ନ ଶୈଳୀରେ ହନୁମାନ ଚାଳିଶା ଗାଇ ଚର୍ଚ୍ଚାରେ ଆଫ୍ରିକୀୟ କଣ୍ଠଶିଳ୍ପୀ

ଜୋହନେସବର୍ଗ: ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ୬ଟି ଭିନ୍ନ ସ୍ୱରରେ ହନୁମାନ ଚାଳିଶା ଗାଇ ଚର୍ଚ୍ଚା ପାଲଟିଛନ୍ତି। ହନୁମାନ ଚାଳିଶା ଗାଇ ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିବା ଏହି କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ବନ୍ଦନା ନରନ। ବନ୍ଦନା ନିକଟରେ ବିଭିନ୍ନ ଶୈଳୀରେ ହନୁମାନ ଚାଳିଶା ଗଇବା ପରେ ତାହାକୁ ସିଡି କରିଛନ୍ତି। ସେଥି ମଧ୍ୟରୁ କେତୋଟି ସେ ଜୋହନେସବର୍ଗର ଲେନାସିଆରେ ହେଉଥିବା ଆନୁଆଲ୍‌ ୟୁନାଇଟେଡ୍‌ ହନୁମାନ ଚାଳିଶାରେ ଗାଇବା ପରେ ସେଗୁଡ଼ିକ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ଆୟୋଜିତ ହୋଇଥିବା ୧୨ ଘଣ୍ଟିଆ କାର୍ଯ୍ୟକ୍ରମରେ ଦେଶର ଭଜନ ଗ୍ରୁପ୍‌ ୨୦ ମିନିଟ୍‌ ନେଇ ବଜରଙ୍ଗବାଲୀଙ୍କ ଉଦେଶ୍ୟରେ ହନୁମାନ ଚାଳିଶା ଗାନ କରିଥିଲେ। ଗଣମାଧ୍ୟମରେ ନିଜର ମତ ରଖି ବନ୍ଦନା କହନ୍ତି, ‘ସିଡିରେ ଥିବା ୬ଟି ଭିନ୍ନ ଧରଣର ହନୁମାନ ଚାଳିଶା ଭିନ୍ନ ପିଢ଼ିଙ୍କ ସକାଶେ। ଆମେ ତାକୁ ଗୋଟିଏ ସ୍ଥାନରେ ରଖିବାକୁ ଉଚିତ ମଣି ସବୁକୁ ମିଶାଇ ଏକ ସିଡି ପ୍ରସ୍ତୁତ କରିଛୁ।’

ସମ୍ବନ୍ଧିତ ଖବର