ନୂଆଦିଲ୍ଲୀ: ବଞ୍ଚିବାର ଶୈଳୀ ବଦଳିବା ସହ ବଦଳୁଛି ବାୟୁମଣ୍ଡଳର ଗୁଣମାନ । ଦିନକୁ ଦିନ ବାୟୁ ପ୍ରଦୂଷିତ କରୁଥିବା ଜିନିଷର ବ୍ୟବହାର ବଢ଼ିବାରେ ଲାଗିଛି। ଭାରତରେ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଭାବିତ ହେଇଥିବା ବେଳେ ବିଶ୍ବ ବ୍ୟାଙ୍କର ରିପୋର୍ଟ ଏବେ ଆଖି ଖୋଲିଛି। ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ହେତୁ ଦକ୍ଷିଣ ଏସିଆରେ ମାନବ ସଂପଦ ଅଧିକ ପ୍ରଭାବିତ ହୋଇଛି। ବିଶ୍ବ ବ୍ୟାଙ୍କର "ଦି ଚେଞ୍ଜିଙ୍ଗ୍ ୱେଲଥ୍ ଅଫ୍ ନେସନ୍ସ ୨୦୨୧" ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ହେତୁ ଦକ୍ଷିଣ ଏସିଆର ବାସିନ୍ଦା ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି।

Advertisment

୧୯୯୫ରୁ ୨୦୧୮ମଧ୍ୟରେ ୧୪୪୬ଟି ଦେଶରେ ରୋଜଗାର ସୃଷ୍ଟି ଏବଂ ବିତ୍ତ ଆବଣ୍ଟନକୁ ଏହି ରିପୋର୍ଟର ଅନୁଶୀଳନ କରାଯାଇଛି। ବିଶ୍ବ ବ୍ୟାଙ୍କ ନବୀକରଣଯୋଗ୍ୟ ଏବଂ ଅଣ-ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ ଯେପରିକି ଜିଡିପି, ମାନବ ଉତ୍ପାଦିତ ପୁଞ୍ଜି ଏବଂ ମାନବ ସମ୍ପଦର ମୂଲ୍ୟାଙ୍କନ ପାଇଁ ପ୍ରାକୃତିକ ପୁଞ୍ଜିର ହ୍ରାସ-ବୃଦ୍ଧିକୁ ବିଚାରକୁ ନେଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୮ରେ ମାନବ ପୁଞ୍ଜି ସମୁଦାୟ ବିଶ୍ବର ସମ୍ପତ୍ତିର ୬୪ପ୍ରତିଶତ ଥିଲା। ମଧ୍ୟମ ଆୟ କରୁଥିବା ଦେଶ ମାନବ ପୁଞ୍ଜିରେ ନିବେଶ ବୃଦ୍ଧି କରିବା ପରେ ଏହି ଦେଶମାନଙ୍କରେ ମାନବ ପୁଞ୍ଜିରେ ଯଥେଷ୍ଟ ଅଭିବୃଦ୍ଧି ଘଟିଥିଲା।

ଦକ୍ଷିଣ ଏସିଆର ଭାରତ ଏକ ପ୍ରମୁଖ ଦେଶ ହୋଇଥିବା ବେଳେ ଦକ୍ଷିଣ ଏସିଆର ମୋଟ ସମ୍ପତ୍ତିର ୫୦ପ୍ରତିଶତ ମାନବ ପୁଞ୍ଜି ଅଟେ। ହେଲେ ୧୯୯୫-୨୦୧୮ ମଧ୍ୟରେ ଦକ୍ଷିଣ ଏସିଆର ମାନବ ପୁଞ୍ଜିରେ କୌଣସି ପରିବର୍ତ୍ତନ ଆସି ନଥିଲା। ଏହି ସମୟରେ ବାୟୁ ପ୍ରଦୂଷଣ ଅଧିକ ବଢ଼ିଥିବା ବେଳେ ଏଭଳି ହୋଇଥିବା ଦର୍ଶାଇଛି ବିିଶ୍ବ ବ୍ୟାଙ୍କ। ୧୯୯୫ ପରେ ଦକ୍ଷିଣ ଏସିଆର ମାନବ ପୁଞ୍ଜିରେ ଅଭିବୃଦ୍ଧ ଘଟିଥିଲେ ବି ବିଶ୍ବ ତୁଳନାରେ ଏହା ଖୁବ କମ।