ଜୀବନ୍ତ ମୂଷା ଶରୀରରେ ସୋୟାବିନ୍‌ ଗଛ ଉଠିଥିବା ଦେଖି ସମସ୍ତେ ଚକିତ ହୋଇ ରହିଗଲେ, ଭିଡିଓ ଦେଖନ୍ତୁ

ଲକ୍ଷ୍ମୌ: ମନୁଷ୍ୟ କିମ୍ବା ଜନ୍ତୁ ଶରୀରରେ ଗଛ ଉଠିବା କଥା ଆପଣ କେବେ ଶୁଣିଛନ୍ତି? ଏହି ଘଟଣା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଚକିତ କରିଦେବ। ଏହି ଘଟଣାକୁ କେତେକ ଲୋକ ମିଥ୍ୟା ବୋଲି ବି କହି ପାରନ୍ତି, କିନ୍ତୁ ନ୍ୟୁଜ େଓ୍ଵବସାଇଟ୍‌ ‘ଦ ସନ୍‌’ ମୁତାବକ, ମଧ୍ୟପ୍ରଦେଶରେ ଏକ ଜୀବିତ ମୂଷା ଶରୀରରେ ଗଛ ଉଠିଥିବା କଥା କୁହାଯାଉଛି। ମଧ୍ୟପ୍ରଦେଶର ରତଲାମର ନାୟନ ଗ୍ରାମରେ ଏହି ମୂଷା ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରତଲାମର ନାୟନ ଗ୍ରାମରେ ବସବାସ କରୁଥିବା ଚାଷୀ ଦାତାର ସିଂହ କିଛିଦିନ ପୂର୍ବରୁ ସୋୟାବିନ୍‌ ଚାଷ ପାଇଁ ନିଜର ଚାଷ ଜମି ହଳ କରି ମଞ୍ଜି ପକାଇଥିଲେ। ଗତ ଅଗଷ୍ଟ ୭ ତାରିଖରେ ସେ ଯେତେବେଳେ ତାଙ୍କ ଚାଷଜମିରେ କୀଟନାଶକ ଔଷଦ ପକାଇବା ପାଇଁ ଯାଇଥିଲେ ସେଠାରେ ବୁଲୁଥିବା ଏକ ମୂଷାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଦେଖିବାକୁ ପାଇଥିଲେ କି ଏକ ଜୀବନ୍ତ ମୂଷା ଶରୀରରେ ସୋୟାବିନ୍‌ ଗଛ ଉଠିଛି। ଏହି ମୂଷା ଠିକ୍‌ ଭାବେ ଚାଲିବି ପାରୁ ନଥିଲା। ମାଟିରେ ଘୋଷାଡି ଘୋଷାଡି ହୋଇ ଚାଲୁଥିଲା।

ଦାତାର ସିଂହଙ୍କ କହିବାନୁସାରେ, ଏହି ଗଛ ମୂଷାର ଗଳା ଦେଇ ମାଟିରେ ଲାଗିଥିଲା। ସେ ଏହି ମୂଷାର ଏକ ଭିଡିଓ ବି ସେ ବନାଇଥିଲେ। ବରନାଗରର ଏକ କଲେଜରେ ବାୟୋଲୋଜି ବିଭାଗର ଅଧ୍ୟକ୍ଷ ଏ. ସିଦ୍ଧିକି ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା କୌଣସି ଯାଦୁଠାରୁ କମ୍‌ ନୁହେଁ। ଗଛ ମୂଷାର ଗଳା ଦେଇ ବିକଶିତ ହୋଇଗଲା ଓ ମୂଷା ଜୀବିତ ବି ରହିଥିଲା।

ବୈଜ୍ଞାନିକଙ୍କ ଅନୁସାରେ, ଏହି ମୂଷା ସୋୟାବିନ୍‌ ମଞ୍ଜି ବୁଣା ହେବା ସମୟରେ କ୍ଷତରେ ଗୁରୁତର ଅବସ୍ଥାରେ ବୋଧ ହୁଏ ପଡ଼ି ରହିଥିଲା। ଫଳରେ ମୂଷାର କ୍ଷତସ୍ଥାନରେ ଏହି ସେୟାରବିନ୍‌ ମଞ୍ଜି ରହି ଯାଇଥିବ। ଗୁରୁତର ଅବସ୍ଥାରେ ମାଟିରେ ମୂଷା ପଡ଼ି ରହିଥିବା ହେତୁ ଏହି ମଞ୍ଜି ମୂଷା ଗଳା ଦେଇ ବିକଶିତ ହୋଇଯାଇଛି।

ଆହୁରି କୁହାଯାଉଛି କି, ମୂଷା ମଞ୍ଜିରୁ ଗଛ ହେବା ପାଇଁ ଯେଉଁ ପୋଷାକ ତତ୍ତ୍ୱ ଥିବ ତାହାକ ବ୍ୟବହାର କରି ନିଜର ଖାଦ୍ୟରେ ବ୍ୟବହାର କରିଥିବ। ସେୟାବିନ୍‌ ଗଛ ମୂଷା ଗଳା ଦେଇ ଉଠିବା ହେତୁ ମୂଷାକୁ ବହୁ ଯନ୍ତ୍ରଣା ହେଉଥିଲା। ଚାଷୀ ଦାତାର ସିଂହ ଏହି ମୂଷାକୁ ନିଜ ଘରକୁ ନେଇ ଆସିଥିଲେ। ସେ ମୂଷାର ଗଳାରୁ ଏହି ସୋୟାବିନ୍‌ ଗଛକୁ ବାହାର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର