ପ୍ଳେ ଷ୍ଟୋରରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରନ୍ତୁ ନାହିଁ, ଫୋନ୍‌ରେ ହୋଇପାରେ ବିସ୍ଫୋରଣ

ନୂଆଦିଲ୍ଲୀ: ସ୍ମାର୍ଟଫୋନକୁ ନିଜର ଶିକାର ବନାଉଥିବା ଏକ ନୂଆ ଭାଇରସକୁ ଠାବ କରାଯାଇଛି । ଏହି ଭାଇରସ ସ୍ମାର୍ଟଫୋନରେ ଥିବା ସମସ୍ତ ଡାଟା ବା ତଥ୍ୟକୁ ଚୋରି କରିନେବା ସହିତ ପରବର୍ତ୍ତୀ ସମୟରେ ଫୋନରେ ବିସ୍ଫୋରଣ ଘଟାଉଥିବାର ଖବର ସାମ୍ନାକୁ ଆସିଛି । ତେବେ ଏ ସମ୍ପର୍କରେ ଋଷର ସିକ୍ୟୁରିଟି ଫାର୍ମ Kaspersky ସାରା ବିଶ୍ୱର ମୋବାଇଲ ବ୍ୟବହାରକାରୀଙ୍କୁ ଏ ସଂପର୍କରେ ସତର୍କ କରାଇଛି।

ସୂଚନା ମୁତାବକ, ଏହି ଭାଇରସ ଏଯାବତ୍‌ ସବୁଠାରୁ ଅଧିକ ମାରାତ୍ମକ ଭାଇରସ ବୋଲି ଜଣାପଡ଼ିଛି । ଯାହାର ନାମ ‘ଟ୍ରୋଜନ ଲୁପି’ ରଖାଯାଇଛି। ଏହି ଭାଇରସ ସ୍ମାର୍ଟଫୋନରେ ପ୍ରବେଶ କରି ୟୁଜର୍ସଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଚୋରିକରି ନେଇଥାଏ ଏବଂ ପରେ ଫୋନରେ ଭୟାବୟ ବିସ୍ଫୋରଣ ଘଟାଇଥାଏ ।

ସିକ୍ୟୁରିଟି ଫର୍ମର ସୂଚନା ମୁତାବକ, ଭାଇରସଟି ୟୁଜର୍ସଙ୍କର କ୍ରେଡିଟ୍‌ କାର୍ଡ ଡିଟେଲ୍‌ସ,ବ୍ୟକ୍ତିଗତ ଫଟୋ, ଡକ୍ୟୁମେଣ୍ଟ ଆଦିକୁ ହାଇଜାକ୍‌ କରୁଛି। ଟ୍ରୋଜନ ଲୁପି ଭାଇରସ କୌଣସି ବି ବ୍ୟକ୍ତିବିଶେଷଙ୍କର ସ୍ମାର୍ଟଫୋନକୁ ରିମୋଟ୍‌ ଲୋକେସନ ଜରିଆରେ ହାଇଜାକ୍‌ କରୁଛି ଏବଂ ପରେ ସେଥିରେ ବିସ୍ଫୋରଣ କରିଦେଉଛି। ତେବେ ଏହି ଭାଇରସ ସାଧାରଣତଃ ଗୁଗଲର ଆଣ୍ଡ୍ରୋଏଡ ୟୁକୋସିସ୍ମିଟରେ ଉପଲବ୍ଧ । ଏହାବ୍ୟତୀତ ଫେକ୍‌ ଆଣ୍ଟି ଭାଇରସ ଆପ ଏବଂ ଆଡଲ୍‌ଟ କଣ୍ଟେଟ ଆପରେ ମଧ୍ୟ ଏହି ଭାଇରସ  ରହିଛି। ଭାଇରସଟି ଏତେ ଭୟାବହ କି ଯଦି ଏହାକୁ ରୋକା ନଯାଏ ତେବେ ଏହାକୁ ଠାବ କରିବା ମୁସ୍କିଲ ହୋଇପାରେ !

ଭାଇରସ କବଳରୁ ମୁକ୍ତି ପାଇବେ କିପରି ଜାଣନ୍ତୁ

୧.ଏହି ଭାଇରସରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଲା ବ୍ୟବହାରକାରୀ କୌଣସି ବି ଅନନୋନ୍‌ ଲିଙ୍କ ଉପରେ କ୍ଲିକ୍‌ କରିବା ଅନୁଚିତ ଏବଂ କୌଣସି ଅଜଣା ସେଣ୍ଡର ପକ୍ଷରୁ ଆସିଥିବା ମେଲକୁ ଖୋଲନ୍ତୁ ନାହିଁ ।

୨. ସବୁବେଳେ ନିଜର ସ୍ମାର୍ଟଫୋନକୁ ଅପଡେଟ୍‌ କରନ୍ତୁ

୩.ପ୍ରମିୟମ ଆଣ୍ଟି ଭାଇରସ ସପ୍ଟଓ୍ଵୟାର ବ୍ୟବହାର କରନ୍ତୁ

୪.କୌଣସି ବି ଅନନୋନ ୱେବସାଇଟରୁ କୌଣସି ବି ଆପ ଇନଷ୍ଟଲ କରନ୍ତୁ ନାହିଁ ଯ

୫.ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ଅନନୋନ ଆପଗୁଡିକୁ ନିଜ ଫୋନରେ ଇନଷ୍ଟଲ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର