ଖାଲି ମୋବାଇଲ୍‌ କାହିଁକି? ଏଣିକି ଆପଣଙ୍କ ଗାଡ଼ି ନମ୍ବରକୁ ବି କରିପାରିବେ ପୋର୍ଟ

ନୂଆଦିଲ୍ଳୀ: ମୋବାଇଲ ଫୋନ ନମ୍ବର ଭଳି ଏଣିକି ଆପଣ ଆପଣଙ୍କର ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ବି ବିନା ବଦଳାଇ ପୋର୍ଟ କରିପାରିବେ। ଦିଲ୍ଲୀ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ର ଭଳି ଏବେ ଏହି ବ୍ୟବସ୍ଥା ଉତ୍ତରପ୍ରଦେଶରରେ ବି ଲାଗୁ ହେବାକୁ ଯାଉଛି। ୟୁପି ଟ୍ରାନ୍‌ସପୋର୍ଟ ଡିପାର୍ଟିମେଂଟ ମଧ୍ୟ ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ପୋର୍ଟ କରିବାର ଅନୁମତି ଦେଇ ଦେଇଛନ୍ତି। ନିୟମ ଅନୁସାରେ, ଏଣିକି ଆପଣ ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରକୁ ଅନ୍ୟ ଗାଡି ପାଇଁ ପୋର୍ଟ କରିପାରିବେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଯଦି ଆପଣ ଆପଣଙ୍କର ଗାଡିକୁ ବିକ୍ରି କରିଦେଇଛନ୍ତି ତେବେ ବି ଆପଣ ଚାହିଁଲେ ଆପଣଙ୍କର ପୁରୁଣା ନମ୍ବରକୁ ଅନ୍ୟ ଗାଡିରେ ପୋର୍ଟ କରିପାରିବେ। ତେବେ ଏହି ନିୟମକୁ ଖୁବ୍‌ ଶୀଘ୍ର ଲାଗୁ କରାଯାଇପାରେ। ଏହାକୁ ବି ଠିକ୍‌ ସେହି ଭଳି ଲାଗୁ କରାଯିବ, ଯେଭଳି ମୋବାଇଲ ନମ୍ବରକୁ ପୋର୍ଟ କରିବା ପାଇଁ ଟେଲିକମ ବିଭାଗମାନେ କରୁଛନ୍ତି।

ତେବେ ଯଦି ଏହି ନିୟମକୁ ଆଧିକାରୀ ଭାବେ ଲାଗୁ କରି ଦିଆଯାଏ, ତେବେ କୌଣସି ବି ବ୍ୟକ୍ତି ନିଜ ନୂଆ ଗାଡ଼ିକୁ ପୁରୁଣା ନମ୍ବରରେ ପଂଜିକୃତ କରିପାରିବେ। ଯାହା ପୂର୍ବରୁ ହିଁ ତାଙ୍କ ନାଁରେ ରହିଥିବ। ଖାସ୍‌ କଥା ହେଲା କି, ଗାଡ଼ି ପଂଜିକରଣ ସଂଖ୍ୟା ପୋର୍ଟେବିଲିଟି ସବୁ ପ୍ରକାରର ଗାଡ଼ି। ପାଇଁ ଉପଲବ୍ଧ ହେବ ଏବଂ ଏହାକୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ବି ସ୍ଥାନାନ୍ତରିତ କରାଯାଇ ହେବ।

ସୂଚନା ମୁତାବକ, ଗାଡିର ରେଜିଷ୍ଟ୍ରେସନ ନମ୍ବରକୁ ପୋର୍ଟ କରିବା ପାଇଁ ଦୁଇ ଚକିଆ ଯାନ ପାଇଁ ୨୦ ହଜାର ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ପାଖାପାଖି ୫୦ ହଜାର ଟଙ୍କା ଖର୍ଚ୍ଚ ଆସିପାରେ। କିନ୍ତୁ ଏ ସଂପର୍କରେ କୌଣସି ବି ଆଧିକାରୀକ ସୂଚନା ଏଯାବତ୍‌ ମିଳିପାରିବ ନାହିଁ।

ସମ୍ବନ୍ଧିତ ଖବର