କୋଲକାତା: ଧରାବତରଣ କରି ମେଲାଣି ନେଇସାରିଛନ୍ତି ମାଆ ଦୁର୍ଗା । ଆଉ ଧରାପୃଷ୍ଠରୁ ଜଗତଜନନୀ ବିଦାୟ ନେବା ପରେ ଏବେ ପୁଣି ଥରେ ମହିରେ ସକ୍ରିୟ ହୋଇଛନ୍ତି ସୈତାନମାନେ। ମହିଷାମର୍ଦ୍ଦିନୀ ମେଲାଣି ନେଉ ନେଉ ହିଁ ଆରମ୍ଭ ହୋଇଛି ମହିଷାସୁରମାନଙ୍କ ଉତ୍ପାତ । ଆଉ ଦୁର୍ଗାପୂଜାର ଠିକ୍ ସପ୍ତାହେ ପରେ ହିଁ ଦୁର୍ଗାପୁରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଓଃ କି ହୃଦୟବିଦାରକ ସେ ଘଟଣା…

Advertisment

ଏଇତ କିଛି ଦିନ ତଳେ ଏଇ ସମାଜ ମାଆ ଦୁର୍ଗାଙ୍କୁ ବଡ଼ ଭକ୍ତିର ସହ ଆବାହନ କରିଥିଲା । ଧୁମଧାମର ସହ ମାଆଙ୍କୁ ପୂଜା କରିଥିଲା । ପେଣ୍ଡାଲରେ ମାଆଙ୍କୁ ଝୁଣା, ଧୂପ, ମନ୍ତ୍ରପାଠରେ ଆମନ୍ତ୍ରଣ କରାଯାଇଥିଲା । ଦୁର୍ଗାପୂଜା ପାଇଁ କୋଲକାତାର ବେଶ ପ୍ରସିଦ୍ଧି ରହିଛି । କୋଲକାତାର ଦଶହରା ଦେଶର ନିଆରା ହୋଇଥିବା ବେଳେ ଦୁର୍ଗାପୁରରେ ବି ଏଥର ନିହାତି ମାଆ ଦୁର୍ଗାଙ୍କୁ ଆବାହନୀ କରାଯାଇଥିବ । ମାଆଙ୍କ ପାଇଁ ଆକାଶଉଚ୍ଚାର ତୋରଣ କରାଯାଇଥିବ ଆଉ ପେଣ୍ଡାଲରେ ଦେବୀ ଦୁର୍ଗାଙ୍କୁ ପୂଜା କରିଥିବ ମଣିଷ । 

New Project (1)

ହେଲେ ମାଆ ମେଲାଣି ନେବା ପରେ ସେହି ଦୁର୍ଗାପୁରରେ ହିଁ ଜଣେ ମହିଳାଙ୍କୁ ଦିଆଯାଇଛି ଯୌନଯାତନା । ଦେବୀ ଦୁର୍ଗାଙ୍କ ପୂଜା ବେଳେ ନାରୀଙ୍କୁ ଦେବୀଙ୍କ ସ୍ବରୂପ, ନାରୀଙ୍କୁ ଦୁର୍ଗାଙ୍କ ଅବତାର ଏବଂ ଯେହେତୁ ଦେବୀ ଦୁର୍ଗା ଜଣେ ନାରୀ ତେଣୁ ନାରୀ ଜାତିକୁ ବେଶ୍ ସମ୍ମାନ ସହ ପୂଜା କରିଥିଲା ଏ ଜଗତ । ଦେବୀ ଦୁର୍ଗା ଏବଂ ନାରୀଙ୍କୁ ତୁଳନା କରି ଅନେକ ପୋଷ୍ଟ, ଅନେକ ଲେଖା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ହେଲେ ଦେବୀଙ୍କୁ ବିଦାୟ ଦେବାର ଅଧମାସ ବି ହୋଇନି ଏ ସମାଜରେ ପୁଣି ଜାତ ହେଲେଣି ମଣିଷ ରୂପରେ ଅସୁର । ଆଉ ଦୁର୍ଗାପୁରର ସେ ଅନ୍ଧାରୀ ଜଙ୍ଗଲୀ ଇଲାକାରେ ସେ ଅସୁରମାନେ ଗୋଟେ ନାରୀକୁ ପାଇ ତାକୁ ଝୁଣି ଖାଇଗଲେ… ଓଃ କେତେ ନିଷ୍ଠୁର ଏମାନେ । 

ଶୁକ୍ରବାର ସନ୍ଧ୍ୟା ୭ଟା ୫୮ରୁ ୮ଟାରେ ସମୟରେ ଓଡିଶାର ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଲେଜ ଛାଡ଼ି ତାଙ୍କ କଲେଜ କ୍ୟାମ୍ପସରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଦୋକାନକୁ ଖାଇବାକୁ ଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଜଙ୍ଗଲ ଥିଲା । ସେଠାରେ କିଛି ବି ଆଲୁଅ ନଥିଲା କି କୌଣସି କ୍ୟାମେରା ନଥିଲା । କିଛି ସମୟ ପରେ ପୀଡିତା ଦେଖିଥିଲେ ଯେ ତିନି ଜଣ ଯୁବକ ସେମାନଙ୍କ ପିଛା କରୁଛନ୍ତି । ସେ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ସେମାନେ ପଛରୁ ଆସୁଛନ୍ତି ବୋଲି । କିନ୍ତୁ ତାଙ୍କ ବନ୍ଧୁ ତାଙ୍କୁ ସେପଟେ ଧ୍ୟାନ ନଦେବାକୁ କହିଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ଦୁହିଁଙ୍କ ପଛରେ ଥିଲେ ଏବଂ ଦୁହେଁ ମୁଖ୍ୟ ରାସ୍ତାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଲାଗିଥିଲେ । ଉକ୍ତ ସ୍ଥାନରୁ ତାଙ୍କ ବନ୍ଧୁ ତାଙ୍କୁ ଛାଡ଼ି ହଠାତ୍ କୁଆଡେ ଚାଲିଗଲେ ଏବଂ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ। ଏତିକି ବେଳେ ଯୁବକମାନେ ଯୁବତୀଙ୍କୁ ଜଙ୍ଗଲକୁ ଟାଣିନେଇ ସେହିଠାରେ ହିଁ ଦୁଷ୍କର୍ମ ପରେ ଦୁଷ୍କର୍ମ କରିଚାଲିଲେ । 

New Project (3)

ସୈତାନମାନେ ପୀଡିତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ । ଗଣଦୁଷ୍କର୍ମ ପରେ ଯୁବକମାନେ ପୀଡିତାଙ୍କ ବନ୍ଧୁଙ୍କୁ ପୀଡିତାଙ୍କ ଫୋନରୁ ଫୋନ୍ କଲେ ଏବଂ ସେ ଆସି ତାଙ୍କୁ ଉଦ୍ଧାର କଲେ। ଛାତ୍ରୀ ଜଣଙ୍କ ନିଜ ହଷ୍ଟେଲକୁ ଫେରି ଆସିଲେ । ପ୍ରବଳ ଯନ୍ତ୍ରଣା ସହିତ ରକ୍ତସ୍ରାବ ହେବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଏମରଜେନ୍ସି ରୁମକୁ ନେଇଗଲେ, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ଛାତ୍ରୀ ଜଣଙ୍କ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । 

ଏପଟେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ରିମାଣ୍ଡ ନିଆଯାଇଛି । ଅଭିଯୁକ୍ତ ଶେଖ୍ ରିଆଜୁଦ୍ଦିନ, ଅପୁ ବାଉରୀ, ପିର୍ଦ୍ଦୋସ୍ ଶେଖ୍, ଏସ କେ ନଶିରୁଦ୍ଦିନ । ତେବେ ଆରଜି କର ହସ୍ପିଟାଲ କଥା ମନରୁ ନଲିଭୁଣୁ, ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୁଣି ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଷ୍କର୍ମର ଶିକାର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ ହୋଇଥିବା ବେଳେ । ମେଡିକାଲ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହାକୁ ନେଇ କଲେଜ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା । ସାରା ଦେଶରେ ହଇଚଇ  ସୃଷ୍ଟି ହୋଇଛି । 

ଆରଜି କର ଘଟଣାରେ ପୀଡିତା ଅଭୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡିଆ ଛାତ୍ରୀ ଜଣଙ୍କ କେମିତି ସୁସ୍ଥ ହୋଇ ଓଡିଶା ଫେରିଆସିବେ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ଦୁର୍ଗାପୂଜା ପରେ ଦୁର୍ଗାପୁରରେ ଦୁଷ୍କର୍ମ ଘଟଣା ପାଶବିକ ଏବଂ ଆସୁରିକ ପ୍ରବୃତିର ଭୟାବହତାକୁ ଦେଖାଉଥିବା ବେଳେ କିଛି ଦିନ ତଳେ ସିନା ମାଟିର ମହିଷାସୁରକୁ ମାଆ ଦୁର୍ଗା ତ୍ରିଶୂଳ ଆଘାତରେ ବଧ କରିଥିଲେ ହେଲେ

ମଣିଷ ଭିତରେ ଥିବା ମହିଷାସୁରମାନଙ୍କୁ ମାରିବ କିଏ ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି… କଣ ପୁଣି ଥରେ ମାଆ ଧରାବତରଣ କରିବେ ? ମାଆ ଦୁର୍ଗା ସିନା ମେଲାଣି ନେଇଛନ୍ତି ମାଆ କାଳୀ ତ ଆସୁଛନ୍ତି ନା… ସିଏ ଏ ସୈତାନମାନଙ୍କୁ ଶେଷ କରନ୍ତୁ… ତାଙ୍କ ଧାରୁଆ ଖଡ୍ଗରେ ସମାଜରୁ ସମାପ୍ତ କରନ୍ତୁ ସୈତାନୀ ଶକ୍ତି… ଏତିକି ପ୍ରାର୍ଥନା