ମହାଦେବ ଶିବଙ୍କ ପାଇଁ ଟ୍ରେନରେ ରହିଛି ସ୍ଲିପର କୋଚ, ଟିଟିଇ କରୁଛନ୍ତି ପୂଜା

ବାରଣାସୀ: ଭଗବାନ ଶିବଙ୍କ ପାଇଁ ଟ୍ରେନରେ ସ୍ୱତନ୍ତ୍ର ସ୍ଲିପର କୋଚର ବୁକିଂ କରାଯାଇଛି ଓ ସବୁଦିନ ପାଇଁ ଏହି ଆସନଟି ଶିବଙ୍କ ପାଇଁ ସଂରକ୍ଷିତ ରହିବ | ରବିବାର ଦିନ ଶୁଭାରମ୍ଭ କରାଯାଇଥିବା କାଶୀ ମହାକାଳ ଏକ୍ସପ୍ରେସ ଯାହାକି ଉତ୍ତରପ୍ରଦେଶର ବାରଣାସୀରୁ ଇନ୍ଦୋର ଯିବ, ସେଥିରେ କିଛି ଏଭଳି ବ୍ୟବସ୍ଥା କରାଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏହି ଟ୍ରେନକୁ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କରାଇଥିଲେ | ମିଳିଥିବା ସୂଚନା ମୁତାବକ ଏହି ଟ୍ରେନର ସ୍ଲିପର କୋଚ ବି-୫ର ସିଟ ନମ୍ବର ୬୪ ମହାଦେବଙ୍କ ପାଇଁ ସଂରକ୍ଷିତ ରଖାଯାଇଛି | ଏଥିରେ ମହାଦେବଙ୍କ ଫଟୋ ଲାଗିବା ସହ ଆସ୍ଥାନ ମଧ୍ୟ କରାଯାଇଛି |

PHOTO_ANI

ବଡ କଥା ଯେ ଏହି କୋଚରେ ଆଧ୍ୟାତ୍ମିକ ଭଜନ ବାଜିବା ସହ ଟିଟିଇ(ଟିକେଟ ନିରୀକ୍ଷକ) ଶିବଙ୍କୁ ପୂଜା କରୁଛନ୍ତି | ଏହି ଟ୍ରେନ(୮୨୪୦୧) ପ୍ରତି ମଙ୍ଗଳବାର ଓ ଗୁରୁବାର ଦିନ ଅପରାହ୍ନ ୨.୪୫ ରେ ବାହାରି ପରଦିନ ସକାଳ ୯.୪୦ରେ ଇନ୍ଦୋରରେ ପହଂଚିବ | ସେହିପରି ଟ୍ରେନ (୮୨୪୦୨) ଇନ୍ଦୋରରୁ ବୁଧବାର ଓ ଶୁକ୍ରବାର ଦିନ ସକାଳ ୧୦.୫୫ରେ ବାହାରି ସକାଳ ୬ଟାରେ ବାରଣାସୀରେ ପହଂଚିବ |

ଏହି ଟ୍ରେନ କାନପୁର, ଭୋପାଳ ଓ ଉଜ୍ଜୟିନୀ ହୋଇ ଇନ୍ଦୋର ଯିବାକୁ ଥିବାବେଳେ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନ ହିଁ ପରସାଯିବ | ତେବେ ଶିବଙ୍କ ପୂଜାକୁ ନେଇ ରାଜନୀତି ମଧ୍ୟ ଦେଖାଦେଇଛି | ଏଆଇମିଏମ ମୁଖ୍ୟ ତଥା ସାଂସଦ ଓ଼ବେସି ଟ୍ୱିଟ କରି କହିଛନ୍ତି ଯେ ସମ୍ବିଧାନରେ ସବୁ ଧର୍ମର ଲୋକଙ୍କ ପ୍ରତି ସମାନ ବ୍ୟବହାର ଦେଖାଇବାକୁ ପ୍ରସ୍ତାବନାରେ ରହିଛି | ତେଣୁ ଏଭଳି କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧିତ ଖବର