ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ପୁଣେର ଯୋଗୀତା ସାତଭ ଜଣକ ଜୀବନ ବଞ୍ଚାଇବା ପାଇଁ ପ୍ରଥମ ଥର ଏକ ବସ୍ ଚଲାଇଥିଲେ। ତାଙ୍କର ସାହସିକ କାର୍ଯ୍ୟକୁ କୋଟକ୍ ଜେନେରାଲ୍ ଇନସୁରାନ୍ସର ଏକ ବିଜ୍ଞାପନ ଫିଲ୍ମରେ ସମ୍ମାନ ଦିଆଯାଇଛି। ଯୋଗୀତା ସାତଭ ସେହି ୨୦ ଜଣ ମହିଳାଙ୍କ ଏକ ଗୋଷ୍ଠୀର ଅଂଶ ଥିଲେ । ଯେଉଁମାନେ ଜାନୁଆରି ୭ରେ ପୁଣେକୁ ପିକନିକ୍ କରିବାକୁ ଯାଇଥିଲେ। ତେବେ ପିକନିକ୍ ସ୍ଥାନକୁ ଯିବା ବାଟରେ ସେମାନଙ୍କ ମିନି ବସ ଚାଳକ ହଠାତ ଚେତା ହରାଇ ବସିଥିଲେ। । ଏହି ସମୟରେ ୪୨ ବର୍ଷ ବୟସ୍କା ମହିଳା ନିଜେ ବସ୍ ଚଲାଇ ଚାଳକଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ଉଚିତ ସମୟରେ ଚିକିତ୍ସା ମିଳିବାରୁ ଚାଳକଙ୍କ ଜୀବନ ବଞ୍ଚି ଯାଇଥିଲା।
ଯୋଗୀତା ସାତଭଙ୍କ "ଅସାଧାରଣ କାହାଣୀ"କୁ କୋଟକ୍ ଜେନେରାଲ୍ ଇନସୁରାନ୍ସର ଏକ ବିଜ୍ଞାପନରେ ଅନସ୍କ୍ରିନ ଦେଖା ଯାଇଥିଲା। ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ଏହି ବିଜ୍ଞାପନ ଚଳଚ୍ଚିତ୍ରରେ ଜାନୁଆରି ୭ର ଘଟଣାଗୁଡ଼ିକ ଚିତ୍ରିତ କରାଯାଇଥିଲା। ଏଥିରେ ଯେତେବେଳେ ବସ୍ ଚାଳକ ରାସ୍ତା ମଝିରେ ଅଚେତ ହୋଇପଡ଼ିଥିଲେ। ସେତେବେଳେ କିପରି ବସରେ ବସିଥିବା ଯାତ୍ରୀ ଆତଙ୍କିତ ହୋଇ ସାହାଯ୍ୟ ମାଗିବାକୁ ଚେଷ୍ଟା କରିଥିଲେ। ଏଭଳି ସମୟରେ ଯୋଗୀତା ସାହାସ ଦେଖାଇ ନିଜେ ଚାଳକଙ୍କ ସିଟରେ ବସି ପ୍ରଥମଥର ବସ ଚଲାଇଥିଲେ। ଆଉ ବହୁ କଷ୍ଟରେ ସେ ବସକୁ ମହାରାଷ୍ଟ୍ରର ପୁଣେ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ଶିକରାପୁର ସହରର ଏକ ଡାକ୍ତରଖାନାକୁ ବସ୍ ଚାଳକଙ୍କ ଚିକିତ୍ସା ପାଇଁ ନେଇ ଯାଇଥିଲେ। ତାହା ଦେଖିବାକୁ ମିଳୁଛି।
କୋଟକ୍ ଜେନେରାଲ୍ ଇନସୁରାନ୍ସ ୟୁଟ୍ୟୁବରେ ବିଜ୍ଞାପନ ସେୟାର କରି ଲେଖିଛି, "ଆମେ ଆପଣଙ୍କୁ ଜଣେ ସାହସୀ ମହିଳାଙ୍କ କାହାଣୀ ଉପସ୍ଥାପନ କରୁଛୁ । ଯିଏ ଏକ ଅସୁବିଧା ପରିସ୍ଥିତିର ସାମ୍ନା କରିଥିଲେ। ଏପରି କାହାଣୀ ଯାହା ଆପଣଙ୍କୁ # ଡ୍ରାଇଭ୍ ଲାଇକ ଏ ଲେଡି ପାଇଁ ସଶକ୍ତ କରିବ ଏବଂ ପ୍ରେରଣା ଦେବ।" ଏହି ବିଜ୍ଞାପନ କମ୍ପାନିର # ଡ୍ରାଇଭ୍ ଲାଇକ ଏ ଲେଡି ଅଭିଯାନର ଏକ ଅଂଶ। ଯାହା ମହିଳା ଡ୍ରାଇଭରମାନଙ୍କ ବିଷୟରେ ନକାରାତ୍ମକ ଚିନ୍ତାଧାରକୁ ଦୂର କରିବ।
ଏହି ଭିଡିଓଟି ୟୁଟ୍ୟୁବରେ ପ୍ରାୟ ୭ ଲକ୍ଷ ଥର ଦେଖାଯାଇଛି।