ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଗତ ମଙ୍ଗଳବାର ‘ସ୍ଫିଅର୍‌ଏକ୍‌ସ’ ଟେଲିସ୍କୋପ୍ ଉତ୍‌କ୍ଷେପଣ କରିଛି। ମେଗାଫୋନ୍ ଆକାରର ଏହି ଟେଲିସ୍କୋପ୍ ବ୍ରହ୍ମାଣ୍ଡର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଆକାଶଗଙ୍ଗା ଛାୟାପଥର ଅନ୍ୟାନ୍ୟ ସୌରଜଗତରେ ଜଳର ଉପସ୍ଥିତି ସମ୍ପର୍କରେ ସନ୍ଧାନ କରିବ। ଦୁଇ ବର୍ଷର କାର୍ଯ୍ୟକାଳରେ ଏହି ପର୍ଯ୍ୟବେକ୍ଷଣ ଯନ୍ତ୍ରଟି ୪୫ କୋଟିରୁ ଅଧିକ ଛାୟାପଥ ଓ ୧୦ କୋଟିରୁ ଅଧିକ ନକ୍ଷତ୍ରର ତଥ୍ୟାବଳୀ ସଂଗ୍ରହ କରିବ।

Advertisment

 ଏହା ସର୍ବାଧିକ ୧୦୨ଟି ରଙ୍ଗରେ ସଂପୂର୍ଣ୍ଣ ଆକାଶର ମାନଚିତ୍ର ପ୍ରସ୍ତୁତ କରିବ, ଯାହା ପୃଥିବୀର ଯେକୌଣସି ବୈଜ୍ଞାନିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ସେହିପରି ବିଗ୍‌ ବ୍ୟାଙ୍ଗ୍‌ ପରବର୍ତ୍ତୀ କ୍ଷଣରେ ବ୍ରହ୍ମାଣ୍ଡ କିପରି ବେଲୁନ ଭଳି ଫୁଲିବା ଆରମ୍ଭ କଲା ତାହା ବୁଝିବାରେ ଏହା ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।