ଏକଥା ଆପଣ ଘର ଲୋକଙ୍କଠାରୁ କେବେ ନା କେବେ ଶୁଣିଥିବେ ଯେ ଘରେ ବୁଢ଼ିଆଣୀ ବସା ବାନ୍ଧିବା ଅଶୁଭ ହୋଇଥାଏ। ସେଥିପାଇଁ ଘରେ ସାମାନ୍ୟ ବୁଢ଼ିଆଣୀ ବସା ବାନ୍ଧିଲେ ମାଆ କିମ୍ବା ଜେଜେମାଆ ତାକୁ ଛାଡ଼ିଝୁଡ଼ି ସଫା କରିଦେଇଥାନ୍ତି। ଏହାକୁ କେହି କେହି ଅନ୍ଧବିଶ୍ୱାସ ବୋଲି କହିଥାନ୍ତି। ମାତ୍ର ଏହା ଅନ୍ଧବିଶ୍ୱାସ ନୁହେଁ। ଆଜି ଆମେ ସେ ବିଷୟରେ ଆଲୋଚନା କରିବା ଯେ ଘରେ ବୁଢ଼ିଆଣୀ ବସା ବାନ୍ଧିଲେ କାହିଁକି ଅଶୁଭ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ରୋଗମୁକ୍ତ ରହିବା ପାଇଁ ଘରକୁ ସଫାସୁତରା ରଖିବା ନିହାତି ଦରକାର। ଘରେ ବୁଢ଼ିଆଣୀ ବସା ବାନ୍ଧିଲେ ଧୂଳି ସବୁ ସେଇଟି ଜମାଟ ବାନ୍ଧି ରହେ। ଶୋଇବା, ଖାଇବା ସମୟରେ ଆମ ଅଜାଣତରେ ଆମ ଉପରେ ପଡ଼େ। ଯାହାକି ଅସୁସ୍ଥ କର ହୋଇଥାଏ। ସେଥିପାଇଁ ଘରେ ବୁଢ଼ିଆଣୀ ବସା ବାନ୍ଧିଥିଲେ ତୁରନ୍ତ ସଫା କରନ୍ତୁ।
ଆହୁରି ବି ବିଶ୍ୱାସ ରହିଛି ଯେ ବୁଢ଼ିଆଣୀମାନେ ଏକ ନକାରାତ୍କକ ଶକ୍ତିର ଉତ୍ସରୁ ଆସିଥାନ୍ତି। ସେମାନେ ଯେଉଁ ବସା ବାନ୍ଧିଥାନ୍ତି ସେଥିରେ ବି ସେହି ଶକ୍ତିର ପ୍ରଭାବ ପଡ଼େ। ସିଧାସଳଖ ଭାବେ କୌଣସି ଅଶୁଭ ନ ହେଲେ ବି ବୁଢ଼ିଆଣୀ ବସା ବାନ୍ଧିଲେ ବ୍ୟକ୍ତି ଅଜାଣତରେ ଭିତରୁ ନିରୁତ୍ସାହିତ ହୋଇପଡ଼ିଥାନ୍ତି।
ଏହାବ୍ୟତୀତ ଘରେ ବୁଢ଼ିଆଣୀ ବସା ବାନ୍ଧିଲେ ଲୋକଙ୍କ ଧ୍ୟାନଚ୍ୟୁତ ହୁଏ। କୌଣସି ବି କାର୍ଯ୍ୟରେ ଶହେ ପ୍ରତିଶତ ଦେବାକୁ ଇଚ୍ଛା ହୁଏ ନାହିଁ। ତାହା ବି ଅନ୍ୟତମ କାରଣ ଯେ ଆମେ ଘରେ ବୁଢ଼ିଆଣୀ ବସା ରଖିବା ନାହିଁ।