ବୁଢ଼ିଆଣୀ ମହିଳା! ସୁରକ୍ଷା କବଚ ବିନା ପାହାଡ଼ କାନ୍ଥ ଚଢ଼ିବାରେ ପାରଙ୍ଗମ

ଦକ୍ଷିଣ-ପଶ୍ଚିମ ଚାଇନା ଅନ୍ତର୍ଗତ ଗ୍ବିଝୌ ପ୍ରଦେଶର ଲୁଓ ଡେଙ୍ଗ୍‌ପିଙ୍ଗ୍‌, କୌଣସି ସ୍ବତନ୍ତ୍ର ସାଜ ବିନା ଶହେ ମିଟର‌୍‌ ଉଚ୍ଚତାର ପାହାଡ଼ କାନ୍ଥ ଆରାମରେ ଚଢ଼ିପାରନ୍ତି। ସେ ‘ଚାଇନାର ଏକ ମାତ୍ର ବୁଢ଼ିଆଣୀ ମହିଳା’ ଭାବେ ପ୍ରସିଦ୍ଧ। ଗ୍ବିଝୌ- ମିଆଓ ସ˚ପ୍ରଦାୟର ମଣିଷଙ୍କ ବାସସ୍ଥାନ। ଏହି ସ˚ପ୍ରଦାୟର ପୁରୁଷମାନେ ଦଉଡ଼ି ଓ ଅନ୍ୟ ସୁରକ୍ଷା କବଚ ବିନା ପାହାଡ଼ କାନ୍ଥ ଚଢ଼ିବାରେ ପାରଙ୍ଗମ। ଏହା ସେମାନଙ୍କର ପାର˚ପରିକ ବିଦ୍ୟା।

ଏକଦା ଏହି ସ˚ପ୍ରଦାୟର ମୃତକଙ୍କୁ କବର ଦିଆଯାଉ ନ ଥିଲା। ପୁରୁଷମାନେ ଶବକୁ କାନ୍ଧରେ ବୋହିନେଇ, ଜିୟୁନ୍‌ ପାହାଡ଼ କାନ୍ଥରେ ଥିବା ଛୋଟ ଛୋଟ ଗୁହା ମଧ୍ୟରେ ରଖିଦେଇଆସୁଥିଲେ। ତେଣୁ, ପାର˚ପରିକ ଭାବେ ଚଢ଼ିବା ପାଇଁ ତାଲିମ ଦିଆଯାଉଥିଲା। ଏହି ପ୍ରକାରର ଅନ୍ତ୍ୟେଷ୍ଟି ଏବେ ଆଉ ପ୍ରଚଳିତ ନାହିଁ। ତେବେ, ଦୁର୍ଗମ ପାହାଡ଼ କାନ୍ଥରେ କେତେକ ଔଷଧୀୟ ଗୁଳ୍ମ ମିଳୁଥିବାରୁ, ସେଗୁଡ଼ିକୁ ସ˚ଗ୍ରହ କରିବା ପାଇଁ ମିଆଓ ପୁରୁଷମାନେ ପାହାଡ଼ ଚଢ଼ୁଛନ୍ତି। ଲୁଓ ଡେଙ୍ଗ୍‌ପିଙ୍ଗ୍‌ ଉକ୍ତ ସ˚ପ୍ରଦାୟର ଏକ ମାତ୍ର ମହିଳା ଭାବେ ପାହାଡ଼ କାନ୍ଥରେ ଚଢ଼ିବାରେ ଅଭ୍ୟସ୍ତ। ସେ ଅବଶ୍ୟ ଗୁଳ୍ମ ସ˚ଗ୍ରହ ପାଇଁ ନୁହେଁ, ପର୍ଯ୍ୟଟକଙ୍କ ମନୋର˚ଜନ ଲାଗି ଏହା କରୁଛନ୍ତି।

ସମ୍ବନ୍ଧିତ ଖବର