ଶାସ୍ତ୍ରରୁ ସଂଗୃହୀତ: ଏହି ୪ଟି ସମୟରେ ଆମ ପ୍ରିୟ ଲୋକଙ୍କ ଆତ୍ମା ଆମ ନିକଟତର ହୋଇଥାନ୍ତି

(ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା କିମ୍ବା ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନା ଦେବା ଆମର ଉଦେଶ୍ୟ ନୁହେଁ)

ଭୂତ, ପ୍ରେତ, ଡାହାଣୀ ଆଦି ସଂପର୍କରେ ଆଲୋଚନା କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା କିମ୍ବା ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନା ଦେବା ଆମର ଲକ୍ଷ୍ୟ ନୁହେଁ। ସେମାନଙ୍କର ପ୍ରଭାବ ବାସ୍ତବରେ ରହିଛି କି ନାହିଁ ତାହା ମଧ୍ୟ ଆମେ ଜାଣୁନା। ତଥାପି ଆତ୍ମା ଓ ପରମାତ୍ମା ସଂସାରରେ ଅଛନ୍ତି ବୋଲି ଆପଣ କେବେ ଅସ୍ୱୀକାର କରିପାରିବେ ନାହିଁ। ସେମାନଙ୍କର ଶରୀର ଥାଏ କି ନାହିଁ ତାହା ତ ଭିନ୍ନ ପ୍ରସଂଗ କିନ୍ତୁ ସେମାନଙ୍କର ଅନୁଭବ ଥାଏ, ଭାବନା ଥାଏ ଏଥିରେ ବି ଆପଣ ଏକମତ ହେବେ ନିଶ୍ଚୟ। ଆତ୍ମା ଥରେ ଶରୀର ଛାଡ଼ିଲା ପରେ ଅଦୃଶ୍ୟ ହୋଇଯାଏ। ମାତ୍ର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଗୋଟିଏ ଆତ୍ମା ଏକ ଶରୀର ଛାଡ଼ିବାର ଅନେକ ବର୍ଷ ପର୍ଯ୍ୟନ୍ତ ପୁନର୍ଜନ୍ମ ନେଇ ନଥାଏ। ସେ ତା’ର ସଂପର୍କୀୟମାନଙ୍କ ଚାରି ପାଖରେ ଘୂରିବୁଲୁଥାଏ। ଆଜି ଆମେ ସେହି ବିଷୟରେ ଆଲୋଚନା କରିବା। ଚାଲନ୍ତୁ ଜାଣିବା ମୁଖ୍ୟତଃ କେଉଁ ୪ଟି ସମୟରେ ସଂସାର ଛାଡ଼ି ଚାଲିଯାଇଥିବା ଆମ ପ୍ରିୟ ଆତ୍ମା ଆମ ଚାରି ପାଖରେ ଘୂରି ବୁଲନ୍ତି।

କୌଣସି ପ୍ରିୟ ଲୋକଙ୍କର ଯଦି ମୃତ୍ୟୁ ହୋଇଯାଇଥାଏ ଏବଂ ଆମେ ଏକୁଟିଆ ଥାଆନ୍ତି ତେବେ ଉକ୍ତ ମୃତ ବ୍ୟକ୍ତିଙ୍କ ଆତ୍ମା ସେହି ସମୟରେ ଆମ ନିକଟକୁ ଆସିଥାଏ। ଆତ୍ମା ଅଦୃଶ୍ୟ ହୋଇଥିବାରୁ ତାହାକୁ ଦେଖି ହୁଏ ନାହିଁ। ଖୁବ୍‌ କମ୍‌ କ୍ଷେତ୍ରରେ ଅନୁଭବ ହୋଇଥିବାର ଉଦାହରଣ ମଧ୍ୟ ରହିଛି।

ନିଜ ପ୍ରିୟ ଲୋକଙ୍କୁ ଅଚାନକ ଛାଡ଼ି ଯାଇଥିବା ଆତ୍ମା ଅଧିକାଂଶ ସମୟରେ ପ୍ରିୟଜନଙ୍କ ସ୍ୱପ୍ନରେ ଆସିଥାନ୍ତି। ସ୍ୱପ୍ନରେ କଥାବାର୍ତ୍ତା କରିଥାନ୍ତି। କ୍ଷଣିକ ପାଇଁ ତାଙ୍କ ଉପସ୍ଥିତିର ଅନୁଭବ ଛାଡ଼ି ଯାଆନ୍ତି।

ଆମେ କେତେବେଳେ ଦୁଃଖୀ ହୋଇଗଲେ ସେହି ପ୍ରିୟ ଆତ୍ମା ତାହାକୁ ସହ୍ୟ କରିପାରନ୍ତି ନାହିଁ। ସେ ଉପସ୍ଥିତ ରହି କିଛି କରିପାରନ୍ତି ନାହିଁ ସିନା କିନ୍ତୁ ସେ ସମୟରେ ଆମ ଚାରିପାଖରେ ଘୂରି ବୁଲୁଥାନ୍ତି ବୋଲି ଶାସ୍ତ୍ର କହେ।

ଏହାବ୍ୟତୀତ ଯଦି କୌଣସି ପାରିବାରିକ ଉତ୍ସବ ହୋଇଥାଏ, ଅନେକ ବନ୍ଧୁବାନ୍ଧବ ଏକତ୍ର ହୋଇଥାନ୍ତି ତେବେ ସେ ସମୟରେ ମଧ୍ୟ ଆମର ସଂପର୍କୀୟଙ୍କ ଆତ୍ମା ଆମ ଚାରିପାଖେ ରହି ଖୁସିକୁ ଉପଭୋଗ କରନ୍ତି।

ସମ୍ବନ୍ଧିତ ଖବର