ଚାମଚ ସ˚ଗ୍ରାହକ ‘ଡାଇତର‌୍‌ କାପିସ୍‌ତ’

ଅଷ୍ଟ୍ରିଆର ଜଣେ ନିଆରା ସଂଗ୍ରାହକ ହେଉଛନ୍ତି ଡାଇତର‌୍‌ କାପିସ୍‌ତ। ସେ ସ୍ବଦେଶର ଏକ ଘରୋଇ ବିମାନ ଚଳାଚଳ ସ˚ସ୍ଥାରେ ଫ୍ଲାଇଟ୍‌ ଆଟେଣ୍ତାଣ୍ଟ୍‌ ଭାବେ କାମ କରନ୍ତି। ବିମାନ ଭିତରେ ଯାତ୍ରୀଙ୍କୁ ଖାଇବା ବେଳେ ଦିଆଯାଉଥିବା ଚାମଚ ସ˚ଗ୍ରହ କରିବା, ତାଙ୍କର ଏକ ମାତ୍ର ନିଶା। ୪୪୭ଟି ଏଆର‌୍‌ଲାଇନ୍‌ସରେ ବ୍ୟବହାର କରାଯାଉଥିବା ୧୭୬୦ଟି ଚାମଚ ସେ ସ˚ଗ୍ରହ କରିରଖିଛନ୍ତି।

ଶୈଶବରେ ଭଉଣୀ ଗୁନ୍ଦାଙ୍କ ସହ ସେ ସ୍ପେନ୍‌ ଭ୍ରମଣରେ ଯାଇଥିଲେ। ଖାଇବା ଚାମଚରୁ ଗୋଟିଏ ରଖିନେବା ପାଇଁ ବିମାନ ଭିତରେ ଗୁନ୍ଦା ପ୍ରସ୍ତାବ ଦେଇଥିଲେ। ସ୍ପେନ୍‌ରେ ବୁଲିବା ବେଳେ ଚାମଚଟି କାମରେ ଲାଗିଥିଲା। ଛୁଟି କାଟି ଭାଇ-ଭଉଣୀ ଫେରିବା ପରେ ଚାମଚଟି କାପିସ୍‌ତଙ୍କ ନିକଟରେ ଏକ ସ୍ମାରକ ରୂପେ ରହିଲା। ତାହା ପରେ ଆରମ୍ଭ ହୋଇଥିଲା, ଚାମଚ ସ˚ଗ୍ରହ ନିଶା। ତାଙ୍କର ବନ୍ଧୁ ଏବ˚ ଆତ୍ମୀୟ ସ୍ବଜନମାନେ ତାଙ୍କୁ ବିଭିନ୍ନ ଏଆର‌୍‌ଲାଇନ୍‌ସରେ ବ୍ୟବହାର କରାଯାଉଥିବା ଚାମଚମାନ ଉପହାର ଦେଇଥିବା ଜଣାଯାଏ। ‘ପାନ୍‌ ଆମେରିକାନ୍‌’ରେ ୧୯୨୦-୩୦ ମଧୢରେ ବ୍ୟବହୃତ କିଛି ଚାମଚ ତାଙ୍କ ନିକଟରେ ଅଛି। ଏ ଭଳି କିଛି ଚାମଚ ମଧ୍ୟ ରଖିଛନ୍ତି, ଯାହାର ଉତ୍ସ ତାଙ୍କୁ ଅଜଣା।

ସମ୍ବନ୍ଧିତ ଖବର