ସମ୍ପ୍ରତି ଜାତୀୟ-ଅନ୍ତର୍ଜାତୀୟସ୍ତରରେ ଭାରତୀୟ ମହିଳା କ୍ରୀଡ଼ାବିତ୍ ଦମ୍‌ଦାର ସଫଳତା ପ୍ରଦର୍ଶନ କରି ପୂରା ପୃଥିବୀର ଦୃଷ୍ଟି ଆକର୍ଷଣ କରୁଛନ୍ତି। କେବଳ ସେତିକି ନୁହେଁ, ଆପଣା
କ୍ଷେତ୍ରରେ ସଫଳତାର
ଶୀର୍ଷତ୍ବ
ହାସଲ କରିଥିବା କେତେକ ମହିଳା କ୍ରୀଡ଼ାବିତ୍ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି। ସଫଳତା
ଓ ସୌନ୍ଦର୍ଯ୍ୟର ସମନ୍ବୟ ଥିବା ୭ ଭାରତୀୟ ମହିଳା ଖେଳାଳିଙ୍କୁ ନେଇ ବିଶେଷ ଉପସ୍ଥାପନା।

Advertisment

ସାନିଆ ମିର୍ଜା: ଅନ୍ତର୍ଜାତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଭାରତର ୧ ନମ୍ବର ତଥା ସର୍ବୋତ୍ତମ ମହିଳା ଖେଳାଳି। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ସମନ୍ବିତ ମହିଳା ଟେନିସ୍‌ ତାରକାଙ୍କ ମଧ୍ୟରେ ତାଙ୍କର ସ୍ଥାନ ପଞ୍ଚମ। ଡବଲ୍‌ସ୍‌ରେ ବିଶ୍ବର ନମ୍ବର ୧ ଓ ୬ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ଚାମ୍ପିଅନ୍‌ ହୋଇଥିବା ସାନିଆ ୪ଥର ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗନେଇଛନ୍ତି। ୨୦୦୩ରୁ ଆରମ୍ଭ କରି ୨୦୨୩ଯାଏଁ ଖେଳିଥିବା ସାନିଆ ଏବେ ମଧ୍ୟ ଭାରତର ଅଦ୍ବିତୀୟ ମହିଳା ଟେନିସ୍‌ ଖେଳାଳି ଭାବେ ମର୍ଯ୍ୟାଦା ପାଆନ୍ତି।
ଦୀପିକା ପଲ୍ଲୀକଲ୍‌: ଆଉ ଜଣେ ଆକର୍ଷଣୀୟ ମହିଳା ଖେଳାଳି ହେଉଛନ୍ତି ଚେନ୍ନାଇର ସ୍କ୍ବାସ୍‌ ତାରକା ଦୀପିକା ପଲ୍ଲୀକଲ୍‌। ସମ୍ଭବତଃ, ଦୀପିକାଙ୍କ ପୂର୍ବରୁ ଭାରତରେ ସ୍କ୍ବାସ୍‌ କ୍ରୀଡ଼ା ଉପରେ ସେତେ ଗୁରୁତ୍ବ ଦିଆଯାଉ ନ ଥିଲା। କିନ୍ତୁ, ମାତ୍ର ୨୦ ବର୍ଷ ବୟସରେ ସେ ଭାରତୀୟ ସ୍କ୍ବାସ୍‌ କ୍ରୀଡ଼ା ଦୁନିଆରେ ଜଣେ ଉ‌େଲ୍ଲଖନୀୟ ଖେଳାଳି ହୋଇ ସୁନାମ ଅର୍ଜନ କଲେ। କ୍ରମାଗତ ୮ଟି ୱାର୍ଲଡ୍‌ ଓ‌ପନ୍‌ ସ୍କ୍ବାସ୍‌ରେ ଅଂଶଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟା।
ଅଶ୍ବିନୀ ପୋନ୍ନାପ୍ପା:ଭାରତର ସୁପରିଚିତା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିଙ୍କ ଭିତରୁ ଅଶ୍ବିନୀ ପୋନ୍ନାପ୍ପା ଅନ୍ୟତମା। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆୟୋଜିତ ମହିଳା ଡବଲ୍‌ସ୍‌ରେ ସେ ଜିଣିଥିବା ସ୍ବର୍ଣ୍ଣପଦକ ହେଉଛି ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ଜଗତ୍‌ରେ ଭାରତର ସର୍ବଶ୍ରେଷ୍ଠ କୃତିତ୍ବ। କ୍ୟାରିୟର୍‌ର ଆଦ୍ୟକାଳରେ ସେ ଏଭଳି ଦୁର୍ଲଭ ବିଜୟ ହାସଲ କରିଥିଲେ।
ସୁନୀତା ରାଓ:ସୁନୀତା ରାଓ ଆମେରିକାର ପୂର୍ବତନ ପେସାଦାର ଟେନିସ୍‌ ଖେଳାଳି ସତ, କିନ୍ତୁ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ୍‌ରେ ସେ ଭାରତର ପ୍ରତିନିଧିତ୍ବ କରନ୍ତି। ତାଙ୍କ କ୍ୟାରିୟର୍‌ରେ ସେ ‘ଆଇଟିଏଫ୍‌ ସର୍କିଟ୍‌’ରେ ୮ଟି ଡବଲ୍‌ସ୍‌ ଟାଇ‌ଟଲ୍‌ ବିଜୟୀ ହୋଇଛନ୍ତି। ୨୦୦୮, ଜୁଲାଇ ୭ରେ ସେ ବେଷ୍ଟ୍‌ ସିଙ୍ଗଲ୍‌ସ୍‌ ରୢାଙ୍କିଙ୍ଗ୍‌ରେ ବିଶ୍ବର ୧୪୪ ନମ୍ବରରେ ସ୍ଥାନିତ ହୋଇଥିଲେ।
ସାଇନା ନେହୱାଲ୍‌: ଅଲିମ୍ପିକ୍‌ ପଦକ ଜିଣିବାରେ ସାଇନା ନେହ୍‌ୱାଲ୍‌ ହେଉଛନ୍ତି ସର୍ବପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇ ସେ ଇତିହାସ ସୃଷ୍ଟି କରିଥିଲେ। କ୍ୟାରିୟର୍‌ର ପ୍ରାରମ୍ଭିକ ସମୟରେ ସେ ୨୦୦୮ରେ ଆୟୋଜିତ ‘ବିଡବ୍ଲୁଏଫ୍‌ ୱାର୍ଲଡ୍‌ ଜୁନିୟର୍‌ ଚାମ୍ପିଅନ୍‌ସିପ୍‌’ ବିଜୟୀ ହୋଇଥିଲେ।
ପ୍ରତିମା ସିଂହ:ଉତ୍ତରପ୍ରଦେଶର ବାରାଣସୀରେ ଜନ୍ମିତା ପ୍ରତିମା ସିଂହ ହେଉଛନ୍ତି ଜାତୀୟ ବାସ୍କେ‌ଟେ୍‌ବଲ୍‌ ଟିମ୍‌ର ସଦସ୍ୟା। ନିଷ୍ଠା ଓ ସାଧନା ବଳରେ ସେ ଜଣେ ଚମତ୍କାର ମହିଳା ବାସ୍କେଟ୍‌ବଲ୍‌ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ଅନେକ ବର୍ଷ ଧରି ଭାରତର ପ୍ରତିନିଧିତ୍ବ କରିଥିବା ପ୍ରତିମା ୨୦୧୩ରେ କତାର୍‌ରେ ଆୟୋଜିତ ପ୍ରଥମ ୩x୩ ‘ଏଫ୍‌ଆଇବିଏ ଏସିଆ ଚାମ୍ପିଅନ୍‌ସିପ୍‌’ରେ ସ୍ବର୍ଣ୍ଣପଦକ ଜିଣି ଦେଶକୁ ଗୌରବାନ୍ବିତ କରିଥିଲେ।
ଜ୍ବାଲା ଗୁଟ୍ଟା:୧୯୯୦ ଦଶକରେ ଖେଳ ଆରମ୍ଭ କରିଥିବା ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ବାଲା ଗୁଟ୍ଟା ଉଭୟ ମିକ୍ସଡ୍‌ ଏବଂ ୱି‌େମନ୍‌ସ୍‌ ଡବଲ୍‌ସ୍‌ ଭଳି ଆନ୍ତର୍ଜାତିକ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଉଭୟ ବିଭାଗ କ୍ରୀଡ଼ାରେ ସେ ସମୁଦାୟ ୩୧୬ଟି ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ଛଡ଼ା ଏତେ ସଂଖ୍ୟକ ମ୍ୟାଚ୍‌ କୌଣସି ଭାରତୀୟ ଖେଳି ନାହାନ୍ତି। ବିଶ୍ବ ରୢାଙ୍କିଙ୍ଗ୍‌ରେ ତାଙ୍କର ସ୍ଥାନ ୬ ନମ୍ବର।