ଏହି ସବୁ ସ୍ଥାନକୁ ଯିବା ନିଷିଦ୍ଧ , କାରଣ ଜାଣିବାକୁ ଚାହାଁନ୍ତି

ଅଧିକାଂଶ ଲୋକ ଭ୍ରମଣପ୍ରିୟ। ଭ୍ରମଣ କଥା ଉଠିବାମାତ୍ରେ ସମସ୍ତଙ୍କ ମନରେ ସୁନ୍ଦର ବା ଧାର୍ମିକ ପର୍ଯ୍ୟଟନ ସ୍ଥଳୀ କଥା ଆଗେ ମନକୁ ଆସେ। କିନ୍ତୁ ଯେଉଁମାନେ ଆଡଭେଞ୍ଚରସ୍‌ ସେମାନେ ସବୁ ବେଳେ ବିପଜ୍ଜନକ ସ୍ଥାନକ ବା କିଛି ନୂତନତ୍ୱ ଥିବା ଜାଗାକୁ ବୁଲିବାକୁ ଭଲ ପାଆାନ୍ତି। ବିଶ୍ୱରେ ଏଭଳି କେତେକ ସ୍ଥାନ ରହିଛି ଯେଉଁଠାକୁ ଯିବାକୁ ଚାହୁଁଥିଲେ ବି ଲୋକ ଯାଇପାରେ ନାହିଁ। କିଛି କାରଣରୁ ଏସବୁ ସ୍ଥାନକୁ ଯିବା ସଂପୂର୍ଣ୍ଣ ନିଷିଦ୍ଧ । ଆସନ୍ତୁ ସେଭଳି ସ୍ଥାନ ସଂପର୍କରେ ଜାଣିବା…

ବ୍ରାଜିଲର ସ୍ନେକ୍‌ ଆଇଲାଣ୍ଡ: ବ୍ରାଜିଲର ଏହି କ୍ଷୁଦ୍ରଦ୍ୱୀପରେ ପ୍ରାୟ ୨୦ ଲକ୍ଷ ସାପ ରହନ୍ତି । ଏମାନଙ୍କ ମଧ୍ୟରୁ ଅଧିକ ବିଷାକ୍ତ ସାପ । ଏଠାରେ ବିଷାକ୍ତ ଗୋଲଡେନ୍‌ ପିଟ୍‌ ଓ୍ଵାଇପର୍‌ ସାପ ଶାସନ କରିଥାଏ । ଏଣୁ ଏଠାକୁ କେହି ଯିବା ପାଇଁ ସାହସ କରନ୍ତି ନାହିଁ । ଏଠାକୁ କେବଳ ବ୍ରାଜିଲର କେତେକ ନୌସେନା ଅଧିକାରୀ ଓ କେତେକ ଗବେଷକ ବେଳେବେଳେ ଯାଇଥାଆନ୍ତି।

ନର୍ଥ ସେଣ୍ଟିନାଲ୍‌ ଆଇଲାଣ୍ଡ, ଭାରତ- ପ୍ରଶାନ୍ତ ମହାସାଗରର ନର୍ଥ ସେଣ୍ଟିନାଲ୍‌ ଆଇଲାଣ୍ଡରେ ଏଭଳି ରହସ୍ୟମୟ ଜନ ଜାତି ରହନ୍ତି, ଯେଉଁମାନେ ଆଧୁନିକ ଜଗତ ସହ ସଂପର୍କ ରଖନ୍ତି ନାହିଁ । ଏହି କାରଣରୁ ସେଠାକୁ ଯିବାକୁ କେହି ସାହସ କରନ୍ତି ନାହିଁ।

photo-fromfilmerstofarmers

ଭାଟିକାନ୍‌ ସିକ୍ରେଟ୍‌ ଆର୍କାଇଭ୍‌ , ରୋମ୍‌ : ଏହାକୁ କାନ୍ଥ ଭିତରେ ଏଭଳି ରଖାଯାଇଛି ଯେ ବାହାର ଲୋକ ସେଠାକୁ ଯାଇପାରିବେ ନାହିଁ । ଏଥିରେ କେତେକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ରହିଛି, ଏହା ରୋମର ସରକାରୀ ସଂପତ୍ତି ।
ଈଶା ଆଶ୍ରମ, ଜାପାନ: ଏହା ଶ୍ରାଇନ୍‌ ଦେବୀ ଅମା ତେରସୁ -ଓମିକାମୀଙ୍କ ସମର୍ପିତ । ଏହା ତୃତୀୟ ଶତାଦ୍ଦୀରେ ନିର୍ମିତ ହୋଇତିଲା । ଏହା ଏବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛି ।
କୋକା କୋଲା ବାଲ ତୁୂ, ଜର୍ଜିଆ: ଆଟଲାଣ୍ଟାର ସନ୍‌ ଟ୍ରଷ୍ଟ ବ୍ୟାଙ୍କରେ କୋଲା ଡ୍ରିଙ୍କ୍‌ ପ୍ରସ୍ତୁତି ଫର୍ମୁଲାକୁ ଅତ୍ୟନ୍ତ ସୁରକ୍ଷିତ ଭାବେ ରଖାଯାଇଥିବା ହେତୁ ସେଠାକୁ ଯିବାର ଅନୁମତି ନାହିଁ ।

photo-mentalfloss.com

ସ୍ୱାଲ ବର୍ଡ ଗ୍ଲୋବାଲ୍‌ ସିଡ୍‌, ନରେଓ୍ଵ: ଏଠାରେ ୪ ହଜାର ବିଭିନ୍ନ ପ୍ରଜାତିର ବୀଜମାନଙ୍କର ପ୍ରାୟ ୮ଲକ୍ଷ ୪୦ ହଜାର ନମୁନା ରହିଛି । ଏହି ବ୍ୟାଙ୍କ୍‌କୁ ପାହାଡ କାଟି ତିଆରି କରାଯାଇଛି ।

ସମ୍ବନ୍ଧିତ ଖବର