ଆପଣ ଟେଲିଭିଜନରେ ବାଘ ଶିକାର ପାଇଁ ପ୍ରସ୍ତୁତ ହେବା ଦୃଶ୍ୟ ଦେଖିଥିବେ ବା ମୟୁର ନୃତ୍ୟ କରୁଥିବା ଦୃଶ୍ୟ ଦେଖିଥିବେ । ଆପଣମାନେ ଭାବୁଥିବେ ବାଘ ଭଳି ହିଂସ୍ର ପ୍ରାଣୀର ସାମ୍ନାକୁ ଯାଇ ତ ଏଭଳି ଦୃଶ୍ୟ ସୁଟ୍ କରିହେବ ନାହିଁ, କିମ୍ବା ମୟୁର ଆଗରେ ଠିଆ ହେଲେ ସେ ଏଭଳି ପୋଜ୍ ଦେଇନଥାଏ, ତେବେ କିଭଳି ଏଭଳି ଦୃଶ୍ୟର ଚିତ୍ରଗ୍ରହଣ ସମ୍ଭବପର ହେଉଛି । ପ୍ରକୃତରେ ଏସବୁ ହେଉଛି ‘ ସ୍ପାଇକେମ୍’ର କମାଲ୍ । ଏଭଳି କ୍ୟାମେରାକୁ ଲୁଚାଇ ରଖି ଦୂରରୁ ବହୁ ରୋମାଞ୍ଚକର ଦୃଶ୍ୟର ଚିତ୍ରଗ୍ରହଣ ସମ୍ଭବ ହେବା ବିପରୀତ ପରିସ୍ଥିତିରେ ମଧ୍ୟ ଏଥିରୁ ଚିତ୍ରୋତ୍ତଳନ କରାଯାଇପାରିବ ।
ସ୍ୱତନ୍ତ୍ର ସ୍ପାଇକେମ୍ ସଂପର୍କରେ ଜାଣନ୍ତୁ-

ସ୍ପାଇକେମ୍ରେ କେବଳ ଷ୍ଟିଙ୍ଗ୍ ଅପରେସନ୍ କରାଯାଇନଥାଏ, ଏହା ଓ୍ଵାଇଲଡ୍ ଲାଇଫ୍ର ରୋମାଞ୍ଚକର ଦୁନିଆଁ ମଧ୍ୟ ଦେଖିବାରେ ସହାୟକ ହୋଇଥାଏ । ଟେଲିଭିଜନରେ ଯେଉଁ ସବୁ ଓ୍ଵାଇଲଡ ଲାଇଫ୍ ପ୍ରୋଗ୍ରାମ୍ ଦେଖିବାକୁ ମିଳିଥାଏ , ସେଥିମଧ୍ୟରୁ ଅଧିକାଂଶ ଏଭଳି ‘ ସ୍ପାଇକେମ୍ ’ ଜରିଆରେ ସୁଟ୍ କରାଯାଇଥାଏ । ଆସନ୍ତୁ ଜାଣିବା ଏଭଳି କିଛି ସ୍ୱତନ୍ତ୍ର ସ୍ପାଇକେମ୍ ସଂପର୍କରେ
ଆପଣମାନେ ଭାବୁଥିବେ ବାଘ ଭଳି ହିଂସ୍ର ପ୍ରାଣୀର ସାମ୍ନାକୁ ଯାଇ ତ ଏଭଳି ଦୃଶ୍ୟ ସୁଟ୍ କରିହେବ ନାହିଁ, କିମ୍ବା ମୟୁର ଆଗରେ ଠିଆ ହେଲେ ସେ ଏଭଳି ପୋଜ୍ ଦେଇନଥାଏ, ତେବେ କିଭଳି ଏଭଳି ଦୃଶ୍ୟର ଚିତ୍ରଗ୍ରହଣ ସମ୍ଭବପର ହେଉଛି । ପ୍ରକୃତରେ ଏସବୁ ହେଉଛି ‘ସ୍ପାଇକେମ୍’ର କମାଲ୍ ।
ସ୍ୱାଇଲଡର କେମ୍: ଏହି ସ୍ପାଇକେମ୍ କୌଣସି ଚଳମାନ ଚଟ୍ଟାଣ ଭଳି ଦେଖା ଯାଇଥାଏ । ଏହା ସହାୟତାରେ ବାଘର ଛୁଆମାନଙ୍କର ଗତିବିଧିକୁ ଅତିନିକଟରୁ ସୁଟ୍ କରିହେବ । ଏଭଳି କ୍ୟାମେରା ବାଘ ଛୁଆଙ୍କ ପାଖରେ ରଖାଗଲେ ବି ସେଥିରେ ଆଦୌ ବିଚଳିତ ହୋଇନଥାଆନ୍ତି । ଓ୍ଵାଇଲଡ୍ ଲାଇଫ୍ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବାଘ କିମ୍ବା ତା’ର ଛୁଆ ବୋଲଡର କେମ୍ କୁ ଆଦୌ କ୍ଷତି କରନ୍ତି ନାହିଁ ।
ସ୍ପାଇକେମ୍ କେମ୍: ଏହା ନିଜର ନାମ ଭଳି ବରଫ ପାହାଡରେ ବି କାମ କରିଥାଏ । ଏଥିରେ ହାଇ ଡିଫିନିସିନ୍ କ୍ୟାମେରା ଲାଗିଛି । ଧ୍ରୁବୀୟ ଭାଲୁମାନଙ୍କ ଉପରେ କୌଣସି ଦୃଶ୍ୟ ଦେବାକୁ ହେଲେ ଏହାଠୁଁ ଆଉ ଭଲ କ୍ୟାମେରା କିଛି ନାହିଁ ବୋଲି ଓ୍ଵାଇଲଡ୍ ଲାଇଫ୍ ବିଶେଷଜ୍ଞଙ୍କ ମତ । ଏତଦ୍ବ୍ୟତୀତ ପ୍ରକୃତିର ସନ୍ଧାନ କାର୍ଯ୍ୟରେ ମଧ୍ୟ ଲାଗିଥାଏ ଏହି ସ୍ପାଇକେମ୍। ଏହି କ୍ୟାମେରା ଖୁବ୍ ମୂଲ୍ୟବାନ୍ । ଏହାକୁ କୌଣସି ଗଛରେ ଲଟକାଯାଇ ଚିତ୍ରୋତ୍ତଳନ କରାଯାଇପାରେ ।