ନୂଆଦିଲ୍ଲୀ: ପିଲାଦିନରୁ ସମସ୍ତେ ପଢ଼ିଥାନ୍ତି ଓ ଦେଖିଥାନ୍ତି ଯେ ଚକ ମୁଖ୍ୟତଃ ଗୋଲ ହିଁ ହୋଇଥାଏ | ଯାହାଦ୍ୱାରା ଗାଡିଟି ଗଡ଼ିପାରିଥାଏ | କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଚକ ଗୋଲ ନ ହୋଇ ବର୍ଗାକାର ବି ହୋଇପାରେ | ତେବେ ଆପଣ ବିଶ୍ୱାସ ନ କରିପାରନ୍ତି | କିନ୍ତୁ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାର ଯୁଗରେ ଏହା ବି ସମ୍ଭବ | ବାସ୍ତବରେ ବର୍ତ୍ତମାନ ଏପରି ଏକ ଚକ ତିଆରି କରାଯାଇଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | 'ଦି କ୍ୟୁ' ନାମକ କମ୍ପାନିର ଇଞ୍ଜିନିୟରମାନେ ଏକ ନିଆରା ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲରେ ଗୋଲାକାର ଚକ ନୁହେଁ ବରଂ ବର୍ଗାକାର ଚକ ବ୍ୟବହାର କରାଯାଇଛି |
How The Q created a bike with fully working square wheels (capable of making turns)
https://t.co/wWdmmzRQY3>pic.twitter.com/bTIWpYvbG1 — Massimo (@Rainmaker1973) April 11, 2023
ଇଞ୍ଜିନିୟରମାନେ କହିଛନ୍ତି ଯେ ଏହି ସାଇକେଲକୁ ଆରାମରେ ଚଳାଇ ହେବ | ଏହି ଚକର ଇଞ୍ଜିନିୟରମାନେ ଦାବି କରିଛନ୍ତି ଯେ ଯେକୌଣସି ରାସ୍ତାରେ ଏହାକୁ ଆରାମରେ ଚଲାଇ ପାରିବେ | ଏହି ଚକ ବାହାରେ ଏକ ଟ୍ରାକ ଲଗାଯାଇଛି | ଏହି ଚକ ସ୍ଥିର ରହିଥାଏ ଓ ଆରୋହୀ ପେଡାଲ୍ ମାରିଲେ ଏହାର ଟ୍ରାକ ହିଁ ବୁଲିଥାଏ | ତେବେ ଏହା ପ୍ରଥମ ଥର ନୁହେଁ ଯେ କେହି ଜଣେ ବୃତ୍ତାକାର ଚକ ବଦଳରେ ଭିନ୍ନ ଆକୃତିର ଚକକୁ ଫିଟ୍ କରିଛନ୍ତି | ବହୁ ବର୍ଷ ପୂର୍ବେ ଏକ ପିକଅପ୍ ଟ୍ରକରେ ସ୍କୋୟାର ଟାୟାର ଲଗାଯାଇଥିଲା | ତେବେ ଗାଡି ଚଲାଇବାରେ ଡ୍ରାଇଭରକୁ ବହୁତ ଅସୁବିଧା ହୋଇଥିଲା | ତେଣୁ ସେବେଠାରୁ ଏହା ଆଉ ବ୍ୟବହାର ହୋଇନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/aeb9edb4-cf6a-4d50-bbd7-80a17b37ce02.jpg)