ଗୁଣ୍ଡୁଚିମୂଷା ଦିବସ

ଆଜି ‘ଗୁଣ୍ତୁଚିମୂଷା ଦିବସ’। ଏହି କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଅତି ମାତ୍ରାରେ ସକ୍ରିୟ। ଏହାର ଘଣ୍ଟା ପ୍ରତି ବେଗ କୋଡ଼ିଏ ମାଇଲ୍‌। ଏହା କୋଡ଼ିଏ ଫୁଟ୍‌ ପର୍ଯ୍ୟନ୍ତ ଲମ୍ଫ ଦେଇପାରେ। ତିରିଶ ମିଟର‌୍‌ ଉଚ୍ଚତାରୁ ଖସିପଡ଼ିଲେ ବି ଏହାର କିଛି ହୁଏନାହିଁ। ଏହାର ପଛ ଗୋଡ଼ରେ ଦୁଇଟି ଗଣ୍ଠି ଥିବାରୁ ଅତି ଦ୍ରୁତ ବେଗରେ ଚଢ଼ି ଏବ˚ ଓହ୍ଲାଇପାରେ। ବିଶ୍ବରେ ମୋଟ ୨୮୫ ପ୍ରଜାତିର ଗୁଣ୍ତୁଚିମୂଷା ଦେଖାଯାଆନ୍ତି। କେବଳ ଆଣ୍ଟାର୍କ‌୍‌ଟିକା ଓ ଅଷ୍ଟ୍ରେଲିଆ ମହାଦେଶରେ ଦେଖାଯାଆନ୍ତିନାହିଁ। ଏହା ନିଜର ଶରୀର ଓଜନର ଖାଦ୍ୟ ଏକ ସପ୍ତାହ ମଧ୍ୟରେ ଖାଇପାରେ। ଏହା ପଛକୁ ମଧ୍ୟ ଦେଖିପାରେ। ଅଣ୍ତିରା ଗୁଣ୍ତୁଚି, ମିଳନ ପାଇଁ ପ୍ରସ୍ତୁତ ମାଈ ଗୁଣ୍ତୁଚିର ଗନ୍ଧ ଏକ ମାଇଲ୍‌ ଦୂରରୁ ବାରିପାରେ। କେତେକ ପ୍ରଜାତିର ଗୁଣ୍ତୁଚି ଆମିଷ ଖାଆନ୍ତି। ସାତ ସପ୍ତାହର ନ ହେବା ଯାଏ ଗୁଣ୍ତୁଚି ଛୁଆ ବାହାରକୁ ବାହାରନ୍ତିନାହିଁ। ସବୁ ପ୍ରଜାତିର ଗୁଣ୍ତୁଚି ପହଁରିପାରନ୍ତି।

ସମ୍ବନ୍ଧିତ ଖବର